ନୂଆ ଆର୍ଥିକ ବର୍ଷ ରେ ଲାଗୁ ହେଲା ନୂଆ ଆୟକର ଆଇନ

ସାତ ଲକ୍ଷ ଟଂକା ପର୍ଯ୍ୟନ୍ତ ଆୟ ହେଲା କର ମୁକ୍ତ

ବେତନ ଭୋଗୀ ଓ ପେନସନ ଧାରୀ ଙ୍କ ପାଇଁ ସର୍ବନିମ୍ନ କର ମୁକ୍ତ ଆୟ ହେଲା ସାତ ଲକ୍ଷ ପଚାଶ ହଜାର

ଏହି ଆର୍ଥିକ ବର୍ଷ ରୁ ଆରମ୍ଭ ହେଲା ନୂତନ ଆୟକାର ଆଇନ । ବିଗତ ବର୍ଷ ଆୟ ବ୍ୟୟ ର ଅଟକଳ ବେଳେ ବିତ୍ତ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣ୍ ଙ୍କ ଘୋଷଣା ଅନୁସାରେ ଆୟ କର ସୀମା କୁ ସାତ ଲକ୍ଷ ଟଙ୍କା କୁ ବଢେଇ ଦିଆଯାଇଥିଲା ବେଳେ ଏଥିରେ ଏନ୍ ପି ଏସ ବ୍ୟତୀତ ଆଉ କୌଣସି ରିହାତି ର ବ୍ୟବସ୍ଥା ନାହିଁ ।
ତିନି ଲଖ୍ୟରୁ ଛଅ ଲକ୍ଷ ଯାଏ ୫ ପ୍ରତିଶତ
ଛଅ ରୁ ନଅ ଲକ୍ଷ ଯାଏ ଦଶ ପ୍ରତିଶତ ନଅ ରୁ ବାର ଲକ୍ଷ ଯାଏ ପନ୍ଦର ପ୍ରତିଶତ ପନ୍ଦର ରୁ କୋଡିଏ ଲକ୍ଷ ଯାଏ କୋଡିଏ ପ୍ରତିଶତ ଓ ସେଥିରୁ ଅଧିକ ହେଲେ ୩୦ ପ୍ରତିଶତ ଟିକସ ଦେବାର ବ୍ୟବସ୍ଥା ଥିଲା ବେଳେ
ଷ୍ଟାଣ୍ଡଡ୍ ଦିଡକ୍ସନ ପଚାଶ ହଜାର ରହିଛି ।

ତେବେ ଆୟକର ଦାତା ଯଦି ଇଚ୍ଛା କରନ୍ତି ତେବେ ପୁରୁଣା ନିୟମ ରେ ଆୟକର ଦେଇ ପାରିବେ । ଏଥିରେ ଦୁଇ ଲକ୍ଷ ପଚାଶ ହଜାର ଯାଏ ଟିକସ ଦେବାକୁ ପଡୁ ନଥିଲା ବେଳେ ୨୫୦୦୦୦ ରୁ ୫ ଲକ୍ଷ ଯାଏ ପାଞ୍ଚ ପ୍ରତିଶତ ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଯାଏ କୋଡିଏ ପ୍ରତିଶତ ଦଶ ଲାଖ୍ୟରୁ ଅଧିକ ହେଲେ ତିରିଶ ପ୍ରତିଶତ ଆୟକର ଲାଗିବାର ବ୍ୟବସ୍ଥା ରହିଛି । ପୁରୁଣା ଟିକସ ବ୍ୟବସ୍ଥାରେ ରିବେଟ ବା ରିହାତି ର ବ୍ୟବସ୍ଥା ସହ ପଚାଶ ହଜାର ର ଷ୍ଟାଣ୍ଡଡ୍ ଡିଡକ୍ସନ ର ବ୍ୟବସ୍ଥା ରହିଛି
ତେବେ ବେତନ ଭୋଗୀ ବା ପେନସନ ପାଉଥିବା ଆୟକର ଦାତା ଙ୍କ ପାଇଁ ନୂଆ ପ୍ରଣାଳୀରେ ସାତଲକ୍ଷ ପଚାଶ ହଜାର ଟଙ୍କା ଓ ପୁରୁଣା ନିୟମ ରେ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଯାଏ ଆୟ କର ଛାଡ ରହିବ ।

ଏହି ଆର୍ଥିକ ବର୍ଷ ରେ ବ୍ୟବସ୍ଥା ଅନୁସାରେ ଯଦି ଆୟକର ଦାତା ଦୁଇଟି ନିୟମ ଭିତରୁ କାହାକୁ ବିକଳ୍ପ ଭାବେ ନ ବାଛେ ତେବେ ନୂଆ ନିୟମ ଟି ଆପେ ଆପେ ଲାଗୁ ହୋଇଇଯିବ

Leave A Reply

Your email address will not be published.

1 × 5 =