ଇ ସହଦେବ ଖଟୁଆ ଙ୍କ ସହୃଦୟତା
ବଦାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ବାସହରା ଅସହାୟ ମହିଳାଙ୍କ ପାଇଁ ଗୃହ ନିର୍ମାଣ ଆରମ୍ଭ
ଗରିବଙ୍କୁ ନିଜ ଆୟୄ ରୁ ପ୍ରତିବର୍ଷ ବାଣ୍ଟୁଛନ୍ତି କୋଠା ଘର । ଗୋଟିଏ ଘର ର ମୂଲ୍ୟ ପ୍ରାୟ ଚାରି ଲକ୍ଷ ହୋଇଥିଲା ବେଳେ ଏ ବର୍ଷ ଦେଲେ ଦୁଇଟି ଘର ।ମାହାଙ୍ଗା ଦେବରୀଓ ଗାଆଁ ର ସହଦେବ ବାବୁ ଏଯାଏ ନିଜ ଆୟ ରୁ ଦେଇ ସାରିଲେଣି ,କୋଡ଼ିଏ ଲକ୍ଷ ଟଙ୍କା ର ଘର । ପୁଣି ମାହାଙ୍ଗା ଭାଉଁରୀଆ ପଞ୍ଚାୟତ ର ରାମ କା ପୁର ଗାଁ ର ଜରି ଛାତ ତଳେ ଅତି ଦହନିୟ ଭାବେ ରହୁଥିବା ବିଧବା ମା ଓ ତାଙ୍କ ରୋଗିଣ ପତି ପରି ତ୍ୟକ୍ତା ଝିଅ ପାଇଁ ଗଢି ଦେଉଛନ୍ତି ରହିବା ଲାଗି ପୁକ୍କା ଛାତ ଘର ଟିଏ ,,,
ମାହାଙ୍ଗା ୧୩/୧୨
ଭଉଁରୀଆ ପଞ୍ଚାୟତ ଅଧିନସ୍ଥ
ରାମକାପୁର୍ ଗ୍ରାମର ଦୁଇ
ବାସହରା ଅସହାୟ ମହିଳା ଙ୍କ ପାଇଁ ଉପାସନା ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ କୋଠା ଘର ଯୋଗାଇ ଦେବା ପାଇଁ ଆଜି ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ଯାଇଛି ।
ରାମକାପୁର ପୁର ଗ୍ରାମ ର ଝରି ଦାସ ଙ୍କ ବିଧବା ପତ୍ନୀ ଶ୍ରୀମତୀ ହେମଲତା ଦାସ ଙ୍କୁ ୭0 ବର୍ଷ ହୋଇଥିଲା ବେଳେ ତାଙ୍କ ର ଏକମାତ୍ର ସନ୍ତାନ ସ୍ବାମୀ ପରିତ୍ୟକ୍ତl , ୩୫ ବର୍ଷ ବୟସ୍କା ତୋଗୀଣା ଝିଅ ଙ୍କ ସହ ସେ ଅତି ଅସହାୟ ଭାବେ ଜୀବନ ବଞ୍ଚୁ ଥିଲା ବେଳେ ହେମା ଲତଙ୍କ ବିଧବା ଭତ୍ତା କୁ ଛାଡ଼ି ତାଙ୍କ ର ଆୟ ର କୌଣସି ବାଟ ନାହିଁ । ଚାଷ ଜମି ବି ବଡି ଗୋବା ରେ ଗୋବେ ନାହିଁ ।
ଘର ବାରି ବୋଲି ଗୁଣ୍ଠେ କୁ ରୁ ବି କମ୍ । ଅଭାବରୁ ଏ ସନ ଛପର ହୋଇପାରିନଥିବା ଏବେ ଏକ ଜରି ପଡ଼ିଥିବା ବଖୁରିକିଆ ଘରେ ସେମାନେ
ଦ ହ ନି ୟା ଜୀବନ ଯାପନ କରୁଥିଲା ବେଳେ ବାସ ଗୃହ ଟିଏ ଦେବା ଲାଗି ମାନବାଧିକାର ସୁରକ୍ଷା ଲାଗି ସମର୍ପିତ ଅନୁଷ୍ଠାନ ସାହା ପକ୍ଷରୁ ଅନୁରୋଧ କରାଯାଇଥିଲା ବେଳେ ଏବେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାରୁ ଏହି ଉଦ୍ୟମ କୁ ସମସ୍ତେ ପ୍ରସଂଶା କରିଛନ୍ତି ।
ଏହି ଉପଲକ୍ଷେ ନ୍ୟାସ ର ଅଧକ୍ଷ ସମାଜସେବୀ ଇ ସହଦେବ ଖଟୁଆ ଶ୍ରୀମତୀ ନିବେଦିତା ଖଟୁଆ ଙ୍କ ସମେତ ସମାଜସେବୀ ଉମାକାନ୍ତ ଜେନା ମାନବାଧିକାର କର୍ମୀ ଅଧିବକ୍ତା ସତ୍ୟ ନାରାୟଣ ଦାସ ସାମ୍ବାଦିକ ବିଜୟ ଜେନା ଅଜୟ ପଣ୍ଡା ବିଜୟ ସ୍ବାଇଁ ଧନଞ୍ଜୟ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମବାସୀ ଙ୍କ ତରଫରୁ ଶ୍ରୀ ଫଳ ଭାଙ୍ଗିଯାଇ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଛି ଏବେ ଏହା ତିନି ମାସ ମଧ୍ୟରେ ସମ୍ପୂର୍ଣ ହେବ ବୋଲି ନ୍ୟାସ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ ପ୍ରତି ବର୍ଷ ପ୍ରାୟ ୮ଲକ୍ଷ ଟଙ୍କାର ଦୁଇ ଟି ବାସ ଗୃହ ମାହାଙ୍ଗା ର ଅସହାୟ ବାସ ହରା ଲୋକ ଙ୍କୁ ନ୍ୟାସ ପାଖରୁ ଯୋଗାଇ ଦିଆଯାଉଥିଲା ବେଳେ ବେଳେ ବିଗତ ବର୍ଷ ମଧ୍ୟ ଦୁଇ ଟି ଘର ନିଜସ୍ଵ ଆୟ ରୁ ଶ୍ରୀଯୁକ୍ତ ଖଟୁଆ ଯୋଗାଇ ଦେଇଛନ୍ତି ।
ଉପାସନା ନ୍ୟାସ ପକ୍ଷରୁ ଅସହାୟ ବାସହରା ଶାଶୁ ବୋହୂ ଙ୍କୁ ଦିଆଗଲା ବାସଗୃହ
ଘରେ ଦି ଦି ଜଣ ବିଧବା…ଶୁକୁରୀ ମଳିକ ଓ ଚଞ୍ଚଳା ମଳିକ ଆଗ ପଛ ହେଇ ବାପ ପୁଅ ଶାଶୁ ବୋହୁ ଙ୍କ କପାଳ ରୁ ସିନ୍ଦୁର ପୋଛି ପରପାରିକି ଚାଲିଗଲେ । ଜମି ନାହିଁ କି ବାଡି ନାହିଁ ।
ଶାଶୁ ବୁଡୀ ଙ୍କ ହାତ ରେ ବଳ ନାହିଁ କି ଭୁଆଷୁଣୀ ବୋହୁ କାମ କରି ପାରୁନଥିଲା ବେଳେ ଘରେ ପୁଅ ବୋଲି କେହି ନାହାନ୍ତି ସାହା ହବାକୁ ।ନୁଆଣିଆ ବଖୁରିକିଆ ଚାଳିରେ ଦି ଦି ଟା ସ୍ତ୍ରୀ ଲୋକ ଙ୍କ ସହ ଗୃହ ପାଳିତ ପଶୁ ଙ୍କୁ ଏକାଠି ଶୋଇବାକୁ ପଡେ । ୩ ଫୁଟ ଓସାର ଓସାର ଓ ଚାରିଫୁଟ ଲମ୍ବର ଗୁମ୍ପାର ଦୁଆରମୁହଁ ପରି ଦରଜା ରେ ଛିଡା ସିମେଣ୍ଟ ଜରି କୁ ଆଡେଇ ସାପ ବେଂଗ ସରିସୃପ ଙ୍କ ର ଅବାଧ ପ୍ରବେଶ ଥିଲା । ଉଭୟ ଦିଲ୍ଲୀ ଓ ଭୁବନେଶ୍ବର ରୁ ଗରିବ ଗୁରୁବା ଙ୍କ ପାଇଁ ଆସୁଥିବା ଘର ଗୁଡିକ କେ ଜାଣି କାହିଁକି ଶୁକୁରୀ ଓ ଚଂଚଳା ଙ୍କ ଭାଗ୍ୟରେ ଜୁଟୁ ନଥିଲା ତାହା କୁ ସାଆନ୍ତ ହାକିମ ମାନେ କହିପାରିବେ । କେବଳ ମହାଙ୍ଗା ଲଲିତଗିରି ପଂଚାୟତ ର ଜେରକନ୍ଦ ଗାଁ ରେ ଅଭାବ ଅନାଟନ ରେ ସଡୁଥିବା ଶୁକୁରୀ ଓ ଚଞ୍ଚଳା ମାନଙ୍କର ଏଇମିତି କାହାଣୀର ତାଲିକା ସମାଜ ରେ ବେଶ ଲମ୍ବା । ଯୋଜନ ଯୋଜନ ଧରି ଯୋଜନା ର ଚିଠା ସବୁ ତଳ ପାହାଚର ସର୍ବହରା ଙ୍କ ପାଖରେ ପହଞ୍ଚିବାର ବହୁ ଆଗରୁ କୋଉଠି ହଜି ଯାଆନ୍ତି ତାର ଠିକଣା କିଏ ଖୋଜିବ..
ତେବେ ସବୁ ଭିତରେ ଏବେ ବି କିଛି ମଣିଷ ଅଛନ୍ତି ଯୋଉମାନେ ମାନବିକତା ର ମହନୀୟ ଉଦାହରଣ ସୃଷ୍ଟି କରି ଏଇ ଦୁଃଖୀ ମଣିଷ ମାନଙ୍କୁ ବିଶ୍ବାସ ର ମିଠା କଥା ପଦେ କହି ଶରାଧା ରେ ତୋଳି ନିଅନ୍ତି । ସେମାନଙ୍କ ଉଜୁଡା ସଂସାର ରେ ଟିକେ ହସ ଫୁଟାଇବାକୁ ନିଜ ଆୟରୁ କିଛି ଖର୍ଚ କରି ତୋଳି ଦିଅନ୍ତି ଘର ଟିଏ । ଇଂ ସହଦେବ ଓ ସହଧର୍ମୀଣୀ ଶ୍ରୀମତି ନିବେଦିତା ଙ୍କ ପରି । ପାଖପାଖି ଚାରିଲକ୍ଷ ଟଙ୍କ ଖର୍ଚ କରି ସେଇ ମାହାଙ୍ଗା ଦେ ବରିଓ ଗାଁ ର ଇଂ ସହଦେବ ଖଟୁଆ ଉଭୟ ଶୁକୁରୀ ଓ ଚଂଚଳା ଙ୍କ ହାତରେ ଟେକି ଦେଇଛନ୍ତି ଶୋଇବା ପାଇଁ ଦୁଇ ବଖରା ଓ ରୋଷାଇ ପାଇଁ ବଖରା ସହ ବାରଣ୍ଡା ଟେ ଥିବା କୋଠା ଘର ଟିଏ । ଅଟ୍ଟାଳିକା ନହେଇ ପାରେ କିନ୍ତୁ ଅନନ୍ତ ଆତ୍ମୀୟତା ର ଆଶ୍ରୟ ଟିଏ ।
ଜାତୀୟ ଜଳବିଦ୍ୟୁତ ନିଗମ ରୁ ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଅବସର ନେଇ ଏବେ ସମାଜସେବାରେ ଲାଗିପଡିଥିବା ଇଂ ସହଦେବ ଙ୍କୁ ପତ୍ନୀ ନିବେଦିତା ପୁର୍ଣପ୍ରାଣରେ ସହଯୋଗ କରୁଥିଲା ବେଳେ ୟା ଭିତରେ ପ୍ରାୟ କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ୬ ଟି ଘର ମାହାଙ୍ଗା ର ବିଭିନ୍ନ ସ୍ଥାନରେ ଅସହାୟ ଅଭାବୀ ମଣିଷ ଙ୍କୁ ଦେଇସାରିଥିଲା ବେଳେ କିଛି ଘର ଏବେ ନିର୍ମାଣ ଅବସ୍ଥା ରେ ରହିଛି । ସାଲେପୁର ମାହାଙ୍ଗା ସମେତ ରାଜ୍ୟର କିଛି ସମାଜସେବୀ ଙ୍କ ଉପସ୍ଥିତିରେ ଅତି ନିରାଡମ୍ବର ଭାବେ ଏ ବର୍ଷ ଗୃହ ପ୍ରବେଶ ଉତ୍ସବ ରେ ଗୃହକର୍ତ୍ତା ଙ୍କ ଦାଣ୍ଡରେ ଫଳନ୍ତି ଗଛ ଟିଏ ରୋପଣ କରି ତାର ସୁରକ୍ଷା ର ଦାୟିତ୍ବ ତାଙ୍କୁ ଦେଇ ସେମାନଙ୍କ ଶୁଖିଲା ଓଠରେ ହସ ଧାରେ ଖେଳାଇବାକୁ ଚେଷ୍ଟା କରିଛନ୍ତି ଇଂ ସହଦେବ ଖଟୁଆ ଓ ଶ୍ରୀମତି ନିବେଦିତା ।
ସତରେ ମଣିଷମାନେ ଯଦି ଏମିତି ଟିକେ ଚାରିପାଖର ଦୁଃଖୀ ଅରକ୍ଷିତ ଙ୍କ କଥା ଚିନ୍ତା କରନ୍ତେ କେତେ ସୁନ୍ଦର ହେଇ ଯଆନ୍ତା ଆମର ଗାଁ ଆଉ ଗରିବ ସାଧାରଣ ଜନତା ର ଭୋଟ ନେଇ ଯୋଉମାନେ କ୍ଷମତା ଉପଭୋଗ କରି ନେତା ମନ୍ତ୍ରୀ ହୁଅନ୍ତି ସେମାନେ ଏଇ ଛୋଟିଆ କଥା ଟି ଭିତରୁ ବହୁତ କିଛି ଶିଖିପାରନ୍ତେ ।
ବାସହରା ପାଇଁ ଆସୁଥିବା ଘର କୁ ଆଉ ବହୁ ତଳ ବିଶିଷ୍ଟ ତଥାକଥିତ ପ୍ରଭାବଶାଳୀ ଙ୍କ ହାତରେ ନ୍ୟସ୍ତ ସ୍ବାର୍ଥ ପାଇଁ ଟେକି ନଦେଇ ସାଧାରଣ ଜନତା ର ଟିକସ ରୁ ସଂଗ୍ରହିତ ରାଜକୋଷ କୁ ସର୍ବହରା ଅସହାୟ ଙ୍କ ସେବାରେ ଲଗେଇ ଦେଇ ପ୍ରକୃତ ଗଣତନ୍ତ୍ର ସୁଫଳ ସବାତଳ ପାହାଚ ର ମଣିଷ ଟି ପାଖରେ ପହଁଚେଇ ପାରନ୍ତେ ।