ଇ ସାହଦେବ ଖଟୁଆ ଙ୍କ ସହୃଦୟତା
ଗରିବଙ୍କୁ ନିଜ ଆୟୄ ରୁ ପ୍ରତିବର୍ଷ ବାଣ୍ଟୁଛନ୍ତି କୋଠା ଘର । ଗୋଟିଏ ଘର ର ମୂଲ୍ୟ ପ୍ରାୟ ଚାରି ଲକ୍ଷ ହୋଇଥିଲା ବେଳେ ଏ ବର୍ଷ ଦେଲେ ଦୁଇଟି ଘର ।ମାହାଙ୍ଗା ଦେବରୀଓ ଗାଆଁ ର ସହଦେବ ବାବୁ ଏଯାଏ ନିଜ ଆସି ରୁ ଦେଇ ସାରିଲେଣି ,କୋଡ଼ିଏ ଲକ୍ଷ ଟଙ୍କା ର ଘର
ଘରେ ଦି ଦି ଜଣ ବିଧବା…ଶୁକୁରୀ ମଳିକ ଓ ଚଞ୍ଚଳା ମଳିକ ଆଗ ପଛ ହେଇ ବାପ ପୁଅ ଶାଶୁ ବୋହୁ ଙ୍କ କପାଳ ରୁ ସିନ୍ଦୁର ପୋଛି ପରପାରିକି ଚାଲିଗଲେ । ଜମି ନାହିଁ କି ବାଡି ନାହିଁ ।
ଶାଶୁ ବୁଡୀ ଙ୍କ ହାତ ରେ ବଳ ନାହିଁ କି ଭୁଆଷୁଣୀ ବୋହୁ କାମ କରି ପାରୁନଥିଲା ବେଳେ ଘରେ ପୁଅ ବୋଲି କେହି ନାହାନ୍ତି ସାହା ହବାକୁ ।ନୁଆଣିଆ ବଖୁରିକିଆ ଚାଳିରେ ଦି ଦି ଟା ସ୍ତ୍ରୀ ଲୋକ ଙ୍କ ସହ ଗୃହ ପାଳିତ ପଶୁ ଙ୍କୁ ଏକାଠି ଶୋଇବାକୁ ପଡେ । ୩ ଫୁଟ ଓସାର ଓସାର ଓ ଚାରିଫୁଟ ଲମ୍ବର ଗୁମ୍ପାର ଦୁଆରମୁହଁ ପରି ଦରଜା ରେ ଛିଡା ସିମେଣ୍ଟ ଜରି କୁ ଆଡେଇ ସାପ ବେଂଗ ସରିସୃପ ଙ୍କ ର ଅବାଧ ପ୍ରବେଶ ଥିଲା । ଉଭୟ ଦିଲ୍ଲୀ ଓ ଭୁବନେଶ୍ବର ରୁ ଗରିବ ଗୁରୁବା ଙ୍କ ପାଇଁ ଆସୁଥିବା ଘର ଗୁଡିକ କେ ଜାଣି କାହିଁକି ଶୁକୁରୀ ଓ ଚଂଚଳା ଙ୍କ ଭାଗ୍ୟରେ ଜୁଟୁ ନଥିଲା ତାହା କୁ ସାଆନ୍ତ ହାକିମ ମାନେ କହିପାରିବେ । କେବଳ ମହାଙ୍ଗା ଲଲିତଗିରି ପଂଚାୟତ ର ଜେରକନ୍ଦ ଗାଁ ରେ ଅଭାବ ଅନାଟନ ରେ ସଡୁଥିବା ଶୁକୁରୀ ଓ ଚଞ୍ଚଳା ମାନଙ୍କର ଏଇମିତି କାହାଣୀର ତାଲିକା ସମାଜ ରେ ବେଶ ଲମ୍ବା । ଯୋଜନ ଯୋଜନ ଧରି ଯୋଜନା ର ଚିଠା ସବୁ ତଳ ପାହାଚର ସର୍ବହରା ଙ୍କ ପାଖରେ ପହଞ୍ଚିବାର ବହୁ ଆଗରୁ କୋଉଠି ହଜି ଯାଆନ୍ତି ତାର ଠିକଣା କିଏ ଖୋଜିବ..
ତେବେ ସବୁ ଭିତରେ ଏବେ ବି କିଛି ମଣିଷ ଅଛନ୍ତି ଯୋଉମାନେ ମାନବିକତା ର ମହନୀୟ ଉଦାହରଣ ସୃଷ୍ଟି କରି ଏଇ ଦୁଃଖୀ ମଣିଷ ମାନଙ୍କୁ ବିଶ୍ବାସ ର ମିଠା କଥା ପଦେ କହି ଶରାଧା ରେ ତୋଳି ନିଅନ୍ତି । ସେମାନଙ୍କ ଉଜୁଡା ସଂସାର ରେ ଟିକେ ହସ ଫୁଟାଇବାକୁ ନିଜ ଆୟରୁ କିଛି ଖର୍ଚ କରି ତୋଳି ଦିଅନ୍ତି ଘର ଟିଏ । ଇଂ ସହଦେବ ଓ ସହଧର୍ମୀଣୀ ଶ୍ରୀମତି ନିବେଦିତା ଙ୍କ ପରି । ପାଖପାଖି ଚାରିଲକ୍ଷ ଟଙ୍କ ଖର୍ଚ କରି ସେଇ ମାହାଙ୍ଗା ଦେ ବରିଓ ଗାଁ ର ଇଂ ସହଦେବ ଖଟୁଆ ଉଭୟ ଶୁକୁରୀ ଓ ଚଂଚଳା ଙ୍କ ହାତରେ ଟେକି ଦେଇଛନ୍ତି ଶୋଇବା ପାଇଁ ଦୁଇ ବଖରା ଓ ରୋଷାଇ ପାଇଁ ବଖରା ସହ ବାରଣ୍ଡା ଟେ ଥିବା କୋଠା ଘର ଟିଏ । ଅଟ୍ଟାଳିକା ନହେଇ ପାରେ କିନ୍ତୁ ଅନନ୍ତ ଆତ୍ମୀୟତା ର ଆଶ୍ରୟ ଟିଏ ।
ଜାତୀୟ ଜଳବିଦ୍ୟୁତ ନିଗମ ରୁ ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଅବସର ନେଇ ଏବେ ସମାଜସେବାରେ ଲାଗିପଡିଥିବା ଇଂ ସହଦେବ ଙ୍କୁ ପତ୍ନୀ ନିବେଦିତା ପୁର୍ଣପ୍ରାଣରେ ସହଯୋଗ କରୁଥିଲା ବେଳେ ୟା ଭିତରେ ପ୍ରାୟ କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ୬ ଟି ଘର ମାହାଙ୍ଗା ର ବିଭିନ୍ନ ସ୍ଥାନରେ ଅସହାୟ ଅଭାବୀ ମଣିଷ ଙ୍କୁ ଦେଇସାରିଥିଲା ବେଳେ କିଛି ଘର ଏବେ ନିର୍ମାଣ ଅବସ୍ଥା ରେ ରହିଛି । ସାଲେପୁର ମାହାଙ୍ଗା ସମେତ ରାଜ୍ୟର କିଛି ସମାଜସେବୀ ଙ୍କ ଉପସ୍ଥିତିରେ ଅତି ନିରାଡମ୍ବର ଭାବେ ଏ ବର୍ଷ ଗୃହ ପ୍ରବେଶ ଉତ୍ସବ ରେ ଗୃହକର୍ତ୍ତା ଙ୍କ ଦାଣ୍ଡରେ ଫଳନ୍ତି ଗଛ ଟିଏ ରୋପଣ କରି ତାର ସୁରକ୍ଷା ର ଦାୟିତ୍ବ ତାଙ୍କୁ ଦେଇ ସେମାନଙ୍କ ଶୁଖିଲା ଓଠରେ ହସ ଧାରେ ଖେଳାଇବାକୁ ଚେଷ୍ଟା କରିଛନ୍ତି ଇଂ ସହଦେବ ଖଟୁଆ ଓ ଶ୍ରୀମତି ନିବେଦିତା ।
ସତରେ ମଣିଷମାନେ ଯଦି ଏମିତି ଟିକେ ଚାରିପାଖର ଦୁଃଖୀ ଅରକ୍ଷିତ ଙ୍କ କଥା ଚିନ୍ତା କରନ୍ତେ କେତେ ସୁନ୍ଦର ହେଇ ଯଆନ୍ତା ଆମର ଗାଁ ଆଉ ଗରିବ ସାଧାରଣ ଜନତା ର ଭୋଟ ନେଇ ଯୋଉମାନେ କ୍ଷମତା ଉପଭୋଗ କରି ନେତା ମନ୍ତ୍ରୀ ହୁଅନ୍ତି ସେମାନେ ଏଇ ଛୋଟିଆ କଥା ଟି ଭିତରୁ ବହୁତ କିଛି ଶିଖିପାରନ୍ତେ ।
ବାସହରା ପାଇଁ ଆସୁଥିବା ଘର କୁ ଆଉ ବହୁ ତଳ ବିଶିଷ୍ଟ ତଥାକଥିତ ପ୍ରଭାବଶାଳୀ ଙ୍କ ହାତରେ ନ୍ୟସ୍ତ ସ୍ବାର୍ଥ ପାଇଁ ଟେକି ନଦେଇ ସାଧାରଣ ଜନତା ର ଟିକସ ରୁ ସଂଗ୍ରହିତ ରାଜକୋଷ କୁ ସର୍ବହରା ଅସହାୟ ଙ୍କ ସେବାରେ ଲଗେଇ ଦେଇ ପ୍ରକୃତ ଗଣତନ୍ତ୍ର ସୁଫଳ ସବାତଳ ପାହାଚ ର ମଣିଷ ଟି ପାଖରେ ପହଁଚେଇ ପାରନ୍ତେ ।