ହାରି ବି ହୃଦୟ ଜିତିଲେ ନବୀନ

ନବୀନ କେବଳ ନବୀନ । ଧୋବ ଫରଫର ପରିପାଟୀ ରେ ହଳେ ଶ୍ଳିପର ଚପଲ ରେ
ସବୁଦିନ ସେମିତି ନୂଆ , ସ୍ଥିତପ୍ରଜ୍ଞ ,ଅବିଚଳିତ ।

ନାଁ ଥାଏ ବିଜୟ ର ଅହଙ୍କାର ନାଁ ପରାଜୟ ର ଗ୍ଲାନି । ତାଙ୍କ ଓଠ ରେ ସେମିତି ଝରି ପଡେ ନିରୀହ ହସ ଧାରେ। ନୀରବ ଆଉ ନିର୍ବିକାର ।
ଗଣତନ୍ତ୍ର ରେ ଜନମତ ହେଉଛି ସର୍ବୋତ୍ତମ । ଦେଶ ହେଉଚ୍ଛି ସର୍ବୋପରି ।ନିର୍ବାଚନ ଆସିବ ଯିବ ।ହେଲେ ଲୋକମତ କୁ ସମ୍ମାନ ଜଣାଇ ରାଜ୍ୟ ଆଉ ଦେଶ ର ବିକାଶ କରିବା ହେଉଛି ସୁସ୍ଥ ଗଣତନ୍ତ୍ରିକ ପରମ୍ପରା । ସେ ଶାସକ ଦଳ ହେଉ କୁ ବିରୋଧୀ । ନିର୍ବାଚନ ସରିଲେ ଉଭୟ ଙ୍କ ପାଇଁ ଦେଶ ଆଊ ରାଜ୍ୟ ର ବିକାଶ ହେଉଛି ଏକମାତ୍ର ଲକ୍ଷ । ଏ କଥା କୁ ବେଶ୍ ବୁଝିଛନ୍ତି ନବୀନ । ଆଉ ସାରା ଓଡ଼ିଶା ତାଙ୍କ ପରିବାର ।ଶପଥ ଗ୍ରହଣ ପରି ଏକ ପାରିବାରିକ ଉତ୍ସବ କୁ କେମିତି ବା ନ

ଆସିଥାନ୍ତେ ସେ ।

ତେବେ ଓଡିଶାରେ ନବୀନ ଜିତୁ ଜିତୁ ହାରି ଗଲାବେଳେ ବି ଯେ ପି କ୍ଷମତାସୀନ ହୋଇ ନବୀନ ଙ୍କ ହାତରୁ ଚବିଶ ବର୍ଷ ର ଶାସନ ନିଜ ହାତକୁ ନେଇଛି ।
।ମୋଦୀ ଙ୍କୁ ସବୁବେଳେ କେନ୍ଦ୍ର ରେ ନିସର୍ତ୍ତ ସମର୍ଥନ ଦେଇଛନ୍ତି ନବୀନ । ଏଥର ନିର୍ବାଚନ ସମୟ ରେ କିନ୍ତୁ ନବୀନ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛି ବି ଯେ ପି ।

ହେଲେ ନିର୍ବାଚନ ସରିଲା ପରେ ସେ ସବୁ କୁ ଭୁଲି ଯାଇଛନ୍ତି ନବୀନ ।
ନୂଆ ମୁଖ୍ୟମନ୍ତ୍ରୀ ନିଜେ ନବୀନ ଙ୍କୁ ଶପଥ ଗ୍ରହଣ ଉତ୍ସବ ରେ ଯୋଗ ଦେବାକୁ ନିମନ୍ତ୍ରଣ କଟିଥିଲା ବେଳେ ନବୀନ ଆସିବେ ବୋଲି କଥା ବି ଦେଇଥିଲେ ।

ବିଜେପି ର ଦଳୀୟ ନେତା ଓ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରକ୍ଷା କରି ନବୀନ ଶପଥ ଗ୍ରହଣ ଉତ୍ସବ ରେ ଯୋଗ ଦେଇ ସମସ୍ତ ଙ୍କୁ ଚକିତ କରି ଦେଇଛନ୍ତି ।
ଯେମିତି କିଛି ଘଟି ନାହିଁ । ଏବେ ରାଜ୍ୟକୁ ମିଳି ମିଶି ପାଞ୍ଚ। ବର୍ଷ ପାଇଁ ଆଗକୁ ନେବାର ସମୟ ।
ମଞ୍ଚ ରେ ସବୁ ନେତା ଙ୍କ ସହ ମିଶି ହସି ହସି କଥା ହେଉଛନ୍ତି ।
ବିଜେପି ର ସବୁ ନେତା ବି ନବୀନ ଙ୍କୁ ଦେଖି ଖୁସି ରେ ଗଦ ଗଦ ହୋଇଛନ୍ତି । ସମସ୍ତେ ଠିଆ ହୋଇ ନବୀନ ଙ୍କୁ ସମ୍ମାନ ଜଣେଇଛନ୍ତି ।ପ୍ରଧାନ ମନ୍ତ୍ରୀ ମୋଦୀ ମଧ୍ୟ ଆସି ନବୀନ ଙ୍କ ସହ କଥା ହେଉଛନ୍ତି । ସମସ୍ତ ମନ୍ତ୍ରୀ ଜଣଙ୍କ ପରେ ଜଣେ ନବୀନ ଙ୍କୁ ନମସ୍କାର କରିଛନ୍ତି ।
ଏଇ ହେଉଛି ଗଣତନ୍ତ୍ର ରେ ବଡ ପଣ ଆଉ ସୌନ୍ଦର୍ଯ୍ୟ । ଭୋଟ ଆସିବ ଯିବ ।ହେଲେ ଦେଶ ଆଉ ରାଜ୍ୟ ରହିବ । ପ୍ରତିଶୋଧ ପ୍ରତିହିଂସା ରାଜନୀତି କୁ କଳୁଷିତ କରେ । ଅତୀତ ରେ ଦେଖାଯାଇଛି ତାମିଲନାଡ଼ୁ ରେ କରୁଣାନିଧୂ କୁ ଜୟ ଲଳିତା କ୍ଷମତା କୁ ଆସିଲା ପରେ କାରା କୋଠରୀ ରେ ନିକ୍ଷେପ କରିଛନ୍ତି ତ ଜୟ ଲଳିତାଙ୍କୁ ଶାସନ ବ୍ୟବସ୍ଥା କୁ ଫେରିଲା ପରେ କରୁଣାନିଧି ଜେଲ୍ ରେ ପୁରେଇଛନ୍ତି । ଦୁର୍ନୀତି ଅଭିଯୋଗ ରେ
ଚନ୍ଦ୍ରବାବୁ ବି ଜଗନ୍ ଙ୍କ ଦ୍ଵାରା ଜେଲ୍ ଯାଉଛନ୍ତି ।ହେଲେ ଓଡ଼ିଶାରେ ଏଇ ରାଜନୈତିକ ସିଷ୍ଟାଚାର ସମଗ୍ର ଦେଶ ରେ ଏକ ଭଲ ଖବର ବୋଲି
କୁହାଯାଇ ପାରେ। ଯାହାକୁ ଦେଶ ର ଜାତୀୟ ଗଣମାଧ୍ୟମ ବି ଖବର ଭାବରେ ଉପସ୍ଥାପିତ କରିଛି ।

ନବୀନ ସବୁବେଳେ ନବୀନ ଆଉ ନିଆରା । ଏଥିପାଇଁ ସେ ନିର୍ବାଚନ ରେ ହାରି ଯାଇ ବି ପ୍ରତି ଓଡ଼ିଆ ର ହୃଦୟ ରେ ସାଜିଛନ୍ତି ମୁକୁଟ ବିହୀନ ସମ୍ରାଟ ।

Leave A Reply

Your email address will not be published.

14 − nine =