ନବୀନ ଙ୍କ ଲୋକପ୍ରୀୟତା ବନାମ ବଦନାମ ବି ଯେ ଡି ନେତା ଙ୍କ କୁକର୍ମ , ଦୁର୍ନିତୀ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ର

ମୁଖ୍ୟମନ୍ତ୍ରୀ କହିଲେ ନବୀନ ଆଉ ନବୀନ କହିଲେ ମୁଖ୍ୟମନ୍ତ୍ରୀ ବୋଲି ଦୁଇ ଦଶନ୍ଧି ର ପ୍ରଚଳିତ ଓଡ଼ିଶାର ଏଇ ସାଧାରଣ ର ଚର୍ଚ୍ଚା ଟି ର ଏବେ ପାଞ୍ଚ ଥର ର ନିର୍ବାଚିତ ବି ଯେ ଡି ସରକାର ର ଅନ୍ତ ପରେ ପୂର୍ଣ୍ଣ ଛେଦ ପଡ଼ିଛି ।

ଗାଁ ଗହଳି ଠୁ ଆରମ୍ଭ କରି ସହର ଯାଏ ନବୀନ ଙ୍କୁ ଲୋକ ଭଲ ପାଉଥିଲେ। ତାଙ୍କ ସାଧସିଧା ସରଳ ସ୍ଵଭାବ କାହାକୁ ସମାଲୋଚନା ନ କରିବାର ଅଭ୍ୟାସ ବିଭିନ୍ନ ବର୍ଗ ର ଲୋକ ଙ୍କ ପାଇଁ ଲୋକାଭିମୁଖୀ ଯୋଜନା ତାଙ୍କୁ ରାଜ୍ୟ ବିଧାନ ସଭା ରେ ପାଞ୍ଚ ଥର ଶାସନ ଭାର ଦେଇଥିଲା । ସାରା ଓଡ଼ିଶା ର ଜନ୍ ସାଧାରଣ ଏପରିକି ନିର୍ବାଚନ ପୂର୍ବାନୁମାନ ରେ ସେ ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ ହୋଇ ସାରା ଦେଶ ରେ ଇତିହାସ ରଚନା କରିବାର ଏକ ପ୍ରକାର ନିଶ୍ଚିତ ଥିଲା ।

ତେବେ ସବୁ ଗଣିତ ଭବିଷ୍ୟତ ବାଣୀ କୁ ଏପଟ ସେପଟ କରି ନବୀନ ଙ୍କ ଦଳ ଲୋକ ସଭା ରୁ ମୂଲ ପୋଛ ହୋଇଥିଲା ବେଳେ ବିଧାନ ସଭାରେ ଭୋଟର ମାନେ ତାଙ୍କୁ ବିରୋଧୀ ଦଳ ରେ ଆଣି ବସେଇ ଦେଲେ ।

ଏପରିକି ନିଜ ଦଳ ର କୁ କର୍ମ ର ମୁଖ୍ୟମନ୍ତ୍ରୀ ଶିକାର ହୋଇଗଲେ ଆଉ ଗୋଟିଏ ସ୍ଥାନ ରୁ ବି ପରାଜିତ ହେଲେ ।ଯାହାଙ୍କ ନାଁ ରେ ଭୋଟ ଆସେ ବୋଲି ସାରା ଦେଶ ଜାଣିଥିଲା ଆଉ ପାଞ୍ଚ ପାଞ୍ଚ ଥର ଜିତିଥିବ ନବୀନ ଙ୍କୁ ପରାଜିତ ହେବାକୁ ପଡ଼ିଲା ।

ଏଥର ନିର୍ବାଚନ ଯେମିତି ଦୁଇ ଦଳ ନୁହେଁ ବରଂ ଶାସକ ଦଳ ରେ ଥିବା ଭଲ ଆଉ ଖରାପ ଭିତରେ ହେଉଥିଲା ।

ନବୀନ ଙ୍କ ବ୍ୟକ୍ତିଗତ ସହାୟକ ରୁ ଫାଇବ ଟି ପରି ଏକ ବିଭାଗ ଖୋଲି ରାଜ୍ୟ ର ସବୁ ବିଭାଗ ଉପରେ ଏକ ଛାୟା ପ୍ରଶାସନ ଚଳାଇବା ରାଜ୍ୟ ର ବରିଷ୍ଠ ରାଜନେତା କର୍ମୀ ବିଧାୟକ ଓ ସାଂସଦ ଙ୍କୁ ନବୀନ ଙ୍କ ଠାରୁ ଦୂରେଇ ରଖିବା ନବୀନ ଙ୍କ ନାଁ ରେ ଶାସନ ଚଳେଇବା କିଛି ସ୍ୱାର୍ଥପର ବଦନାମ ମନ୍ତ୍ରୀ ରାଜନେତା ଙ୍କୁ ନେଇ ଏକ ଗୋଷ୍ଠୀ ବନେଇ ନିର୍ବାଚନ ରେ ଟିକେଟ ଦେବା ଆଉ କାହାକୁ ସୁଯୋଗ ନ ଦେଇ ନିଜେ ପ୍ରଚାର ର ମଙ୍ଗ ଧରିବା ଉଡାଜାହାଜ ରେ ବୁଲି ଏକୁଟିଆ ପ୍ରଚାର କାଟିବା ସହ ସ୍ଵତନ୍ତ୍ର ପୁଲିସ ସୁରକ୍ଷା ବଳୟ ଭିତରେ ରହି କିଛି ଗଣମାଧ୍ୟମ ରେ ନିଜକୁ ରାଜ୍ୟ ର ସର୍ବ ଶକ୍ତିମାନ ବୋଲି ଉପସ୍ଥାପିତ କଳା ଭଳି ବହୁମୁଖୀ ଷଡଯନ୍ତ୍ର କୁ ଯେମିତି
ସାଧାରଣ ଜନତା ବହୁଦିନ ଧରି
ବାରି ପାରିଥିଲା।
ନବୀନ ଙ୍କ ନିରବତା ଓ କିଛି ବର୍ଷ ଧରି ଶାସନ ପରିଚାଳନାରେ ତାଙ୍କ ଉଦାସୀନତା କୁ ବି ସାଧାରଣ ଭୋଟର ଅନୁଭବ କରୁଥିଲେ ।

ନବୀନ ଙ୍କ ଉଦାସୀନତା ପାଇଁ ବ୍ୟବସ୍ଥାରେ ଦୁର୍ନୀତି ବ୍ୟାପକ ହୋଇ ସାରିଥିଲା । ନେତା ଓ ମନ୍ତ୍ରୀ ମାନେ ଦୂତୀୟ କ୍ଷମତା କେନ୍ଦ୍ର ର ବାହୂ ଛାୟା ତଳେ ରହି ନରହତ୍ୟା ଧର୍ଷଣ ଖଣି ଖାଦାନ ଲୁଟ ପର ସ୍ତ୍ରୀ ହରଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅପରାଧ ରେ ସାମିଲ ହେଲେ ମଧ୍ୟ ସେମାନଙ୍କୁ ଦଳୀୟ ଟିକେଟ ଦିଆଯିବା ସହ ସାଂଗଠାନିକ
ଦାୟୀତ୍ୱ ମଧ୍ୟ ଦିଆଯିବା ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ କୁ ବହୁଗୁଣିତ କରିଥିଲା ।

ନିର୍ବାଚନ ମଣ୍ଡଳୀ ରେ ପ୍ରତିଯୋଗୀତା କରୁଥିବା ନେତା ମାନେ ଦୁର୍ନୀତି ପି ସି କାରବାର ବିଭିନ୍ନ ଅପରାଧ ରେ ସମ୍ପୂର୍କ୍ତି ଥାଇ ବି ସେମାନଙ୍କୁ ପୁଣି ଟିକେଟ ଦେବା ଓ ସ୍ୱଛ ଭାବ ମୂର୍ତ୍ତି ରାଜନେତା ମାନଙ୍କୁ ଦଳୀୟ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ନ ଦେଇ ନବୀନ ବ୍ରାଣ୍ଡ ରେ ବଦନାମ ନେତାଙ୍କୁ ଜିତେଇ ଆଣିବା କୁ ଅତ୍ୟଧିକ ଆତ୍ମ ବିଶ୍ୱାସ ନବୀନ ଙ୍କୁ ରାଜ୍ୟ ରେ ଖ୍ୟମତଚ୍ୟୁତ ହେବା ପାଇଁ ଏକ ବଡ କାରଣ ହେଲା ।

Leave A Reply

Your email address will not be published.