ପ୍ରଧାନମନ୍ତ୍ରୀ ଶପଥ ନେଲା ପରେ ଚାଷୀ ଙ୍କ ପାଇଁ ପି ଏମ କିଶାନ ନିଧି ର ଜାରି କଲେ ସତରତମ କିସ୍ତି

ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନ ଦେଶର ଚାଷୀଙ୍କୁ ଦେଇଛନ୍ତି ବଡ ଉପହାର ।

ଶପଥ ନେବା ପରେ ପ୍ରଥମ ଦସ୍ତଖତ ସେ ଚାଷୀ ଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା ରେ ଚାଷୀ ଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ପଠାଇଛନ୍ତି ଆଉ ଏକ କିସ୍ତି । କାର୍ଯ୍ୟଭାର ଆରମ୍ଭ କରିବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପିଏମ୍ କିସାନ ଯୋଜନା ଫାଇଲରେ ଦସ୍ତଖତ କରିଛନ୍ତି ପ୍ରଧାନ ମନ୍ତ୍ରୀ ଓ କିସାନ ଯୋଜନାର ୧୭ତମ କିସ୍ତି ଜାରି କରାଯାଇଛି । ଦେଶର ପ୍ରାୟ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

fifteen − 4 =