ପାହାଡ ଜଙ୍ଗଲ ଘେରା ବାଂଝିଆମା ରେ ସ୍ଵେଚ୍ଛାସେବୀ ଙ୍କ ଗ୍ରାମବାସୀ ଙ୍କୁ ପ୍ରସାଦ ସେବା ସହ ଲୁଗା ପଟା ବିତରଣ

ଆଠଗଡ ରୁ ଅଭିମନ୍ୟୁ ସାହୁ ଆଲୋକ ଚିତ୍ର – ଜିତେନ୍ଦ୍ର ପଣ୍ଡା

ଏକ ପାହାଡ ଜଙ୍ଗଲ ଘେରା ଦୁର୍ଗମ
ଗାଁ ବାଞ୍ଜମା ରେ ଶାଢ଼ୀ ଗାମୁଛା ଲୁଙ୍ଗି ବିତରଣ ସହ ଗାଁ ଲୋକ ଙ୍କ ସହ ପଙ୍କ୍ତି ଭୋଜନ ଆୟୋଜନ କଲେ ସ୍ଵେଚ୍ଛାସେବୀ

୦୨/୦୩ ଆଠଗଡ ନିର୍ବାଚନ ମଣ୍ଡଳୀ ର ମାଙ୍ଗରଜପୂର୍ ପଞ୍ଚାୟତ ର ଏକ ପାହାଡ ଜଙ୍ଗଲ ଘେରା ଦୁର୍ଗମ ଗାଁ ବଂlଝମା ରେ ଅତି ଦୁସ୍ଥ ଦୟନୀୟ ଅବସ୍ଥାରେ ରହୁଥିବା ଅଧିବାସୀ ଓ ପିଲାମାନଙ୍କ ଙ୍କ ସହ
ମିଶି ତଥା ମହିମା ସନ୍ନ୍ୟାସୀ ମାନଙ୍କ ସାନିଧ୍ୟ ମଧ୍ୟ ଲାଭ କରିବା ସହ ସମସ୍ତ ଙ୍କ ଲାଗି ଖାଇବା ଆୟୋଜନ କରି ମିଳି ମିଶି ପଙ୍ଗତ ରେ ପଙ୍କ୍ତି ଭୋଜନ ଆୟୋଜନ କଲେ କଲ୍ୟାଣ ଓ ସାହା ର ସ୍ଵେଚ୍ଛାସେବୀ । ଏଠାରେ ପାଖାପାଖି ୨୭ ଟି ପରିବାର ର ପ୍ରାୟ ୮୦ ଜଣ ମହିଳା ପୁରୁଷ ଓ କୁନି କୁନି ପିଲା ମାନେ ରହୁଥିଲା ବେଳେ ପୁରୁଷ ମାନଙ୍କ ଲାଗି ଲୁଙ୍ଗି ଧୋତି ଆଉ ମା ମାନଙ୍କ ଲାଗି ସରଧରେ ଶାଢ଼ୀ ଓ ପିଲାମାନଙ୍କ ହାତ ରେ ବିସ୍କୁଟ ଧରେଇ ଦେଇ ଟିକିଏ ନିରୋଳା ଖୁସି ହେବାର ସୁଯୋଗ ପାଇବା ସହ ସେମାନଙ୍କ ସହ ସୁଖ ଦୁଃଖ ହୋଇଥିଲେ ସମାଜକର୍ମି

ତେବେ ମଙ୍ଗରାଜ ପୁର ଠାରୁ ପାଖାପାଖି ଜଙ୍ଗଲ ଭିତରେ ୧୫ କୁ କି ଗଲେ ଏହି ଗାଁ । ଏଠାରେ ଯେମିତି ଖାଲି ନାହିଁ ଆଉ ନାହିଁ ରେ ଚାଲିଛି ତେଲ ଲୁଣ ର ସଂସାର ।ପିଲା ମାନଙ୍କ ଲାଗି ଅଙ୍ଗନବାଡି କେନ୍ଦ୍ର ଟିଏ ବି ନାହିଁ । ଆଶା କର୍ମୀ ଙ୍କ ହାତ ଭରସା ରେ ରହିଛି ସ୍ବାସ୍ଥ୍ୟ ବ୍ୟବସ୍ଥା ।

ସୌର ଶକ୍ତି ର ବ୍ୟବସ୍ଥା ଥିଲେ ବି ଖରାପ ହେଇ ଥିବାରୁ ସମସ୍ତେ ଅଛନ୍ତି ଅନ୍ଧାର ର ରେ ।କେହି ପିଲା ପାଠ ପଢ଼ୁ ନଥିଲା ବେଳେ ଗୋଟିଏ ଝିଅ ଦୂର ରେ ଥିବା ବନ୍ଧୁ ଘରେ ରହି ବହୁ କଷ୍ଟ ରେ ଯୁକ୍ତ ଦୁଇ ପଢ଼ି ଏବେ ପଇସା ଅଭାବ ରୁ ଗାଁ ଙ୍କୁ ଫେରି ଆସି ବସ୍ତିରେ ଥିବା ପ୍ରାୟ କୋଡିଏ ଜଣ ଛୋଟ ଛୋଟ ପିଲା ଙ୍କ ପଢ଼ିବ ଦାୟୀତ୍ଵ। ନେଇଛନ୍ତି ।

କୋଉ ଆବାହମାନ କାକ ରୁ ଡ଼ାଳିଯୋଡ଼ା

ବନ ଖଣ୍ଡ ର ସଂରକ୍ଷିତ ଜଙ୍ଗଲ ରେ ରାଜା
ରାଜୁଡ଼ା ଙ୍କ ସମୟ ରୁ ରହି ଆସୁଥିଲା ବେଳେ ଆଜି ଏମାନେ ଭଙ୍ଗା ଦଦରା ନୁଆଁଣିଆ
ଚାଳିଆରେ ଅଭାବ ଦୁଃଖ ରେ ସଢ଼ି ସଢି ଜୀବନ କାଟୁଛନ୍ତି । ନିଜ ନାଆଁ ରେ ଜମି ବାଡ଼ି ନାହିଁ । ଯାହାର ବି ଅଛି ଫସଲ ଅମଳ ବେଳକୁ ହାତୀ ମୁହଁ ରେ ସବୁ କିଛି ଉଜୁଡ଼ି ଯାଉଛି ।

ଦେଖାଯାଉ କେବେ ଏମାନଙ୍କୁ ମିଳିବ ବଞ୍ଚିବlଲଗି ସର୍ବ ନିମ୍ନ ମୌଳିକ ସୁଯୋଗ

ଓମ୍ ପ୍ରସାଦ ମହାନ୍ତି ଙ୍କ ନେତ୍ରୁତ ରେ ନର୍ମଦା ମହାନ୍ତି ପ୍ରଭୁ ଦତ୍ତ ମହାନ୍ତି ଅଭିମନ୍ୟୁ ସାହୁ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ ସାମ୍ବାଦିକ ଜିତେନ୍ଦ୍ର ପଣ୍ଡା ଆକାଶ ସହୁ ସୁଶିlଲା ସହୁ ଶୁଭଙ୍କର ମହାନ୍ତି ପ୍ରମୁଖ ସହଯୋଗ କରି ଏହି ସଫଳ କାର୍ଯ୍ୟକ୍ରମ କୁ ସଫଳ କରିଥିଲା ବେଳେ ଆଗାମୀ ଦିନରେ ରାଜ୍ୟ ର ବହୁ ଦୁର୍ଗମ ଅଞ୍ଚଳ ରେ ଏମିତି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସାହା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

fifteen + seventeen =