ରାଜ୍ୟରେ କେବେ ବଢିବ ବୃଦ୍ଧା ବୃଦ୍ଧ୍ ଦିବ୍ୟାଙ୍ଗ ବିଧବା ଅବିବାହିତ ବୟସ୍କ ଝିଅ ଓ ପତି ପରିତ୍ୟକ୍ତା ଙ୍କ ଭତ୍ତା

ବିଧବା ବାର୍ଧ୍ୟକ୍ୟ ଓ ଦିବ୍ୟାଙ୍ଗ ଙ୍କ ଭତ୍ତା ବଢେଇବାକୁ ଦାନା ବାନ୍ଧୁଛି ସାଧାରଣ ଲୋକଙ୍କ ସ୍ୱର,,,,
ଭଏସ ଅଫ କମନ୍ସ ରେ ସରକାରଙ୍କୁ ସଚେତନ କରିବାକୁ ଆରମ୍ଭ ହେଲା ବିଶେଷ ଅଭିଯାନ । ଏ ସ୍ୱର ବେଶ୍ କ୍ଷୀଣ କିନ୍ତୁ ସତ୍ୟବଦ୍ଧ ,,, ଗରିବ ମେହେନତି ମୂଲିଆ ବିଧବା ପତି ପରିତ୍ୟକ୍ତା ଅବବିବାହିତ ଦିବ୍ୟାଙ୍ଗ ବୟସ୍କ ମହିଳା ଙ୍କ ପାଇଁ ସାମାଜିକ ସୁରକ୍ଷା ର ଅନ୍ୟତମ ଆଧାର କୁ ସରକାର ଅଧିକ ଶକ୍ତି ଦେଲେ , ହଁ ସାମାଜିକ ନ୍ୟାୟ ଦିଆଯାଇପାରିବ ।ତେବେ ଯାଇ ତଳ ପାହାଚ ରେ ପହଞ୍ଚିବ ଶାସନ ର ସୁଫଳ,,,କାରଣ କେବଲ୍ ସରକାରୀ ଚାକିରିଆ ନୁହେଁ ସେମାନଙ୍କୁ ବି ମହଂଙ୍ଗା ର ମାଡ ହୁଏ ,ହେଲେ ଭତ୍ତା କିନ୍ତୁ ଅଟକି ଯାଏ ଟଙ୍କା ୫୦୦ରେ , ଏମାନେ ତ ଅସହାୟ ଶକ୍ତିହୀନ ଆଉ ଅସଙ୍ଗଠିତ ,,,କିଏ ଏମାନଙ୍କ ପାଇଁ ଭତ୍ତା ବଢ଼େଇବକୁ ଦାବି କରିବ ,,,କେବେ ମଣିମା ସନ୍ତେ ମାନଙ୍କର ଆଖିରୁ ନିଦ ଭାଙ୍ଗିବ ,,,

ଅନ୍ୟ ରାଜ୍ୟ ରେ ବୟସ୍କ ଓ ଅନ୍ୟମାନଙ୍କୁ ଦିଆଯାଉଥିବା ସାମାଜିକ ନିରାପତ୍ତା ଭତ୍ତା ର ପରିମାଣ

ଦିଲ୍ଲୀ ରେ ୨୦୦୦ ରୁ ୨୫୦୦
ଗୁଜୁରାଟ ୭୫୦ ରୁ ୧୨୫୦
ହିମାଚଳ ପ୍ରଦେଶ ରେ ୭୫୦ ରୁ ୧୦୦୦
ହରିୟଣା ରେ ୨୭୫୦
ଆନ୍ଧ୍ରପ୍ରଦେଶ ରେ ୨୫୦୦
ପଶ୍ଚିମ ବଙ୍ଗ ରେ ୧୦୦୦
ପଞ୍ଜାବ ରେ ୧୫୦୦
କେରଳ ରେ ୧୪୦୦
କାଶ୍ମୀର ରେ ୧୦୦୦ ଟଙ୍କା ର ଭତ୍ତା ର ବ୍ୟବସ୍ଥା ରହିଛି ।

ସାମାଜିକ ନ୍ୟାୟ ପାଇଁ ଏଇ ଭତ୍ତା ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥିଲା ବେଳେ ଅନ୍ୟ ରାଜ୍ୟ ରେ ବୟସ୍କ ନାଗରିକ ବିଧବା ସ୍ଵମିପରିତ୍ୟକ୍ତା ଦିବ୍ୟଙ୍ଗଙ୍କ ପାଇଁ ଦିଆଯାଇଥିବା ଭତ୍ତା ଯଥେଷ୍ଟ ଅଧିକ ହୋଇଥିଲା ବେଳେ ଦୈନିକ ମାତ୍ର କୋଡ଼ିଏ ଟଙ୍କାରୁ ଆହୁରି କମ ରେ କେମିତି ଜଣେ ଆଜିକାଲିର ମାହାଙ୍ଗା ସମୟ ରେ ଚଳିବ,ତାହା ସରକାର କି ବିରୋଧୀ ଦଳ କୁ ବ୍ୟଥିତ କରୁନାହିଁ କାହିଁକି ତାହା ବୁଝି ହେଉନଥିଲା ବେଳେ ବଢ଼ିଚାଲିଛି ସରକାରୀ ବାବୁ ମାନଙ୍କ ଦରମା,,ହେଲେ ଏମାନଙ୍କ ପାଇଁ ନାହିଁ ଅର୍ଥ,,କାହିଁକି ???

Leave A Reply

Your email address will not be published.

8 + 1 =