ପବିତ୍ର ଜେଷ୍ଠ ପୂର୍ଣ୍ଣିମାରେ ନେମାଳ ରେ ଅଡଚାଳିଶି ତମ ଶ୍ରୀ ଭାଗବତ ଅଭିଯାନ ରେ ଭାଗ ନେଲେ ସାଧୁ ସନ୍ଥ ଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ

ପଞ୍ଚ ସଖା ପୀଠ ନେମାଳ ପବିତ୍ର ଜେଷ୍ଠ ପୂର୍ଣ୍ଣିମା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ମୁଖର ହୋଇ ଥିଲା ବେଳେ ଏହି ଦିନ ସକାଳୁ ଶ୍ରୀ ଭାଗବତ ଅଭିଯାନ ଲୋକାର୍ପିତ ହୋଇ ଯାଇଛି।

ଶ୍ରୀଭାଗବତ ଅଭିଯାନ ର ଏହି ୪୮ ତମ କାର୍ଯ୍ୟକ୍ରମରେ, ମହାପୁରୁଷ ଶ୍ରୀ ଅଚ୍ୟୁତ ଙ୍କ ଇଷ୍ଟ ଦେବୀ ପୀଠ ମା ଜାଗୁଳାଇ ମନ୍ଦିର ଠାରେ ଟାଡିସରୁ ମିଶନ ତରଫରୁ ଶ୍ରୀଭାଗବତ ବଣ୍ଟନ, ପଠନ ଓ ଶ୍ରୀଚିଟାଉ ଲିଖନ ଅନୁଷ୍ଠିତ ହୋଇଯାଇଛି। ମିସନ ର ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ଶିଶୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡକ୍ଟର ବନୋଜ କୁମାର ରାୟ, ମନୋଜ କୁମାର ରାୟ, ପ୍ରମୁଖ ଯୋଗ ଦେଇ ଥିଲା ବେଳେ ସତ୍ୟ ନାରାୟଣ ଦାସ ରାଜେଶ ସାହୁ ସୁଶାନ୍ତ ନାୟକ ସୁଶାନ୍ତ ମଢେଇ ସଚ୍ଚି କାନ୍ତ ସ୍ୱାଇଁ ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ଅମରେନ୍ଦ୍ର ଜେନା ପ୍ରତାପ ରାଉତ୍ ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନେକ ସାଧୁସନ୍ଥ ଯୋଗ ଦେଇ ସାମୂହିକ ଭାଗବତ ପଠନ ରେ ଭାଗ ନେଇ ଥିଲା ବେଳେ ଶତାଧିକ

ଭକ୍ତ, ଶ୍ରୋତା ଏଥିରେ ଭାଗ ନେଇ ଶ୍ରୀ ଚିତଉ ଲେଖିଥିଲେବ ଓ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ପ୍ରତିଜ୍ଞା କରିଥିଲେ।

Leave A Reply

Your email address will not be published.