ବ୍ୟବସ୍ଥା କାହିଁକି ଏତେ ବେଦରଦି।କାହିଁକି ଦାନ ମାଝୀ କୁ ଶବ ନିଜ କାନ୍ଧ ରେ ବୋହିବାକୁ ପଡେ। ଜିତୁ କୁ ଭୌଣି ସମାଧି ଖୋଲି କଙ୍କାଳ କୁ ବୋହି ନେଇ ବ୍ୟାଙ୍କ୍ ରେ ପ୍ରମାଣ ଭାବେ ଦେଖାଇ ବାକୁ ପଡେ ।ଆଉ ସରକାରୀ ବାବୁ ମାନଙ୍କ ଦାୟିତ୍ୱ ହୀନତା ପାଇଁ ଜଣେ ଭିନ୍ନକ୍ଷମ ବୃଦ୍ଧ ଧନଞ୍ଜୟ ଙ୍କୁ ନିଜର ବିଧବା ବୋହୂ ବୃଦ୍ଧା ପତ୍ନୀ ଆଉ ଦୁଇ କୁନି ନାତୁଣୀ ଙ୍କ ସହ କୌଣସି ଭୁଲ୍ ନଥାଇ ତାଙ୍କୁ ନିଜ ଘରୁ ଖାଇ ଫୁଟା ତାତି ରେ ବାହାର କରି ଦିଆଯାଏ।କୋଡ଼ିଏ ଦିନ ପରେ କୁମ୍ଭକର୍ଣ ମାନଙ୍କ ନିଦ ଭାଙ୍ଗେ।
ଗଣତାନ୍ତ୍ରିକ ବ୍ୟବସ୍ଥା ରେ ସିଂହାସନ ରେ ବସିବା ଲୋକ ବଦଳନ୍ତି।କିନ୍ତୁ ଭ୍ରଷ୍ଟ ବ୍ୟବସ୍ଥା ଦୁର୍ନୀତି ଆଇ ବାବୁ
ଗିରି ର ଶୋଷଣ ର ର ବିକଳ ଚିତ୍ର ଆଜି ବି ଛାତି ଥରେଇ ଦିଏ ।
ସମ୍ୱଲପୁର ର ଏହି କାହାଣୀ ଡ ହ ଡ ହ ଖରା ରାତିରେ ଲୁହ ରେ ଗାଧୋଉ ଥିବା ଗୋଟେ ଦୁଃଖୀ ପରିବାର ର କାହାଣୀ ସଭ୍ୟ ସମାଜ ର କଲିଜା କୁ କାଟି ପକାଏ।
ଧଞ୍ଜୟୟ ପ୍ରଧାନ ଜଣେ ୭୭ ବର୍ଷ ର ଭିନ୍ନକ୍ଷମ ବୃଦ୍ଧ ।
ସଂସାର କହିଲେ ବୟସ ର ଅପରାହ୍ନ ରେ ଅନ୍ତିମ ଦିନ କୁ ଅପେକ୍ଷା କରିଥିବା ବୃଦ୍ଧା ପତ୍ନୀ । ଅସମୟ ରେ ନିଜ ର ଏକ ମାତ୍ର ପୁଅ କୁ ହରାଈ ଥିବା ବୃଦ୍ଧ ଦମ୍ପତି ଙ୍କ ର ଭରସା କହିଲେ ବୈଧବ ଯନ୍ତ୍ରଣା ଭୋଗ କରୁଥିବା ଯୁବତୀ ବୋହୂ ଆଉ କୁନି କୁନି ଦୁଇ ଅବୋଧ ନାତୁଣୀ ।
ହଠାତ୍ କୋଡ଼ିଏ ଦିନ ପୂର୍ବରୁ ଏକ ବ୍ୟାଙ୍କ୍ ଆଉ ସ୍ଥାନୀୟ ପ୍ରଶାସନ ପୁଲିସ ଧନଞ୍ଜୟ ଙ୍କ ଘରେ ପହଞ୍ଚି ମୁଣ୍ଡ ଫଟା ଖରା ରେ ତାଙ୍କ ନିଜ ଘରୁ ବାହାର କରିଦେଲେ । ଘର ର ସବୁ ଆସବାବ ପତ୍ର ଏମିତିକି ପିଲାଙ୍କ ବହି ଖାତା କୁ ଆଣିବାକୁ ନ ଦେଇ ବ୍ୟାଙ୍କ୍ ଋଣ ସୁଝି ନାହାନ୍ତି କହି ଦାଣ୍ଡ ରେ ବସେଇ ଦେଲେ । ଧନାଞ୍ଜ୍ୟୟ ନିଜ ଘର ଉପରେ ବ୍ୟାଙ୍କ୍ ରୁ ଋଣ କରି ନାହାନ୍ତି ବୋଲି ଯେତେ ପ୍ରମାଣ ସଫେଇ ଦେଲେ କେହି ବି ଶୁଣିଲେନି ।ଘରେ କେହି ପୁରୁଷ ଲୋକ ନ ଥିଲା ବେଳେ ଭିନ୍ନକ୍ଷମ ବୃଦ୍ଧ ଜଣକ ସତ ବଖାଣି ବାକୁ ଜିଲ୍ଲାପାଳ ରୁ ତହସିଲ ତହସିଲ ରୁ ରାଜସ୍ୱ ନିରୀକ୍ଷାକ ଦପ୍ତର କୁ ପ୍ରବଳ ଗ୍ରୀଷ୍ମ ରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେ ।
ଭାଙ୍ଗୁ ନ ଥିଲା କୁମ୍ଭ କର୍ଣ୍ଣ ମାନଙ୍କ ନିଦ । ନେତା ମାନେ ବେଙ୍ଗ ଗିଲୁଥିବ ଢମଣା ପରି ଲୁହ ଗଡଉ ଥିଲେ ।ପରିବାର ର ଦୁଃଖ ଦେଖି ସାଧାରଣ ମଣିଷ ପ୍ରତିବାଦ କଲେ । ସାମାଜିକ ଗଣ ମାଧ୍ୟମ ଓ କିଛି ଗଣ ମାଧ୍ୟମ ରେ ଖବର ପ୍ରସାରିତ ହେଲା ପରେ କୋଡ଼ିଏ ଦିନ ପରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ କୁ ଭିନ୍ନକ୍ଷମ ଙ୍କ ଘର ପୁଣି ତାଲା ଖୋଲି ହସ୍ତାନ୍ତର କରିବାକୁ ଆଦେଶ ଦେଲେ ।
ହେଲେ ଏହି ଦୟତ୍ୱହିନତା ପାଇଁ କିଏ ଉତ୍ତରଦାୟୀ। ।
କୁନି କୁନି ଝିଅ ମାନଙ୍କୁ ପଢ଼ା ବହି ଖାତା ବି ଦିଆଗଲାନି । ତାଙ୍କ ଶୈଶବ ର ସୁନେଲି କ୍ଷେତ ରେ ଯେଉଁମାନେ ମିଥ୍ୟା ଅଭିଯୋଗ ର ନିଆଁ ନଗେଇ ଡେଇ ତାଙ୍କୁ ପ୍ରବଳ ଖରା ରେ ମାନସିକ ସ୍ତରରେ ଅତ୍ୟାଚାର କଲେ କଣ ତା ପାଇଁ ଦଣ୍ଡ। ଯଦି କୋଡ଼ିଏ ଦିନ ପରେ ତାଙ୍କ ଘର ତାଙ୍କୁ ଫେରାଇ ଦିଆଗଲା ତାହାଲେ କୋଡ଼ିଏ ଦିନ କାହିଁକି ତାଙ୍କୁ ଅପେକ୍ଷା କରିବାକୁ ପଡିଲା ।କିଏ ଉତ୍ତରଦାୟୀ । ଏବେ ହେବ ପୁଣି ଏକ ତଦନ୍ତ । ସମ୍ବେଦନହୀନ ତା ର ଅପବାଦ ର ଲମ୍ୱା ଚିଠା ରେ ନାଁ ର ତାଲିକା କିନ୍ତୁ ବଢ଼ି ଚାଲିଥିବ ।
।