ଭଏସ ଅଫ କମନ୍ସ

ଛବିରେ ଖବର

ଗାଁ ରେ ଗରିବ ରୋଗୀ ଙ୍କୁ ଚିକିତ୍ସା କଲେ ଭାରତ ର ପ୍ରସିଦ୍ଧ ଡାକ୍ତର

ମା ରାଧାଦେବି ନ୍ୟାସ ପରିଦର୍ଶନ କଲେ ଭାରତ ର ସ୍ୱନାମଧନ୍ୟ ଫିଯିଓଥେରପିଷ୍ଟ ତଥା ଏସ ଭି ନିର୍ତ୍ତର ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି।ଗୁରୁରୁର ରୋଗୀଙ୍କୁ କଲେ ଚିକିତ୍ସା

ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି ଙ୍କ ହାତ ର କାଉଁରୀ ସ୍ପର୍ଶ ରେ ଅଛି ଯେମିତି ଏକ ଦିବ୍ୟ ଅନୁଭବ। ଦେଶ ର ସୁନାମଧନ୍ୟ ଭୌତିକ ଚିକିତ୍ସା ର ସେ ଅନ୍ୟତମ ସୁନାମଧନ୍ୟ ଡାକ୍ତର ।

କଟକ ଜିଲ୍ଲା ର ମାହାଙ୍ଗା ରେ ଅବସ୍ଥିତ ମା ରାଧଡ଼େବି ଦତ୍ତ ନ୍ୟାସ ର ଅନୁରୋଧ ରକ୍ଷା କରି ସେ ଆସି ଗାଁ ଗହଳି ର ଲୋକ ମାନଙ୍କୁ ଚିକିତ୍ସା ସେବା ଦାନ ଦେଇ ଥିଲେ ।

ସରଳ ବିପୁଳ ବିନମ୍ରତା ର ମହାନ ବ୍ୟକ୍ତିତ୍ଵ ତଥା ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ସଂସ୍ଥାନ ଓ ଗବେଷଣା ପ୍ରତିଷ୍ଠାନ ଓଲଟପୁର ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପବାନ ମହାନ୍ତି ନ୍ୟାସ ପରିଦର୍ଶନ କରିବା ସହ ତାଙ୍କର ଦିବ୍ୟ ସାନିଧ୍ୟ ଦେବା ନ୍ୟାସ ପାଇଁ ଏକ ଗୌରବ ର ବିଷୟ ଥିଲା । ସେ ଅନେକ ଜଟିଳ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଏକ ବିଚାର ବିନିମୟ ରେ ସେ ଭାଗ ନେଇ ଥିବାରୁ ଉପସ୍ଥିତ ବ୍ୟକ୍ତି ବିଶେଷ ନିଜକୁ ଧନ୍ୟ ମନେ କରୁଥିଲା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ସ୍ଵତେ ନିରବିଛିନ୍ନ ଭାବେ ସେ ପ୍ରାୟ ଚାରି ଘଣ୍ଟା ମଧ୍ୟାହ୍ନ ରୁ ଅପରାହ୍ନ ଯାଏ ସେବା ଦେବା ତାଙ୍କ ଅପୂର୍ବ ସହନଶୀଳତା ଓ ସେବା ର ସଂସ୍କାର ଓ ସାଧନା କହିଲେ ଅତ୍ୟୁକ୍ତି ହେବ ନାହିଁ ନିଶ୍ଚୟ । ଅତି ଶ୍ରଦ୍ଧାର ସହ ସେ ନ୍ୟାସ କୁ ଦେଇ ଯାଇଥିବା ଗଛ ଟିକୁ ରେଳ ଦୁର୍ଘଟଣା ର ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧା ସୁମନ ଅର୍ପଣ ଭାବେ ଗ୍ରହଣ କରିନେଇ ତାରି ମୂଳ ରେ ସେହି ଦିବଙ୍ଗତ ଆତ୍ମ୍ନାଙ୍କୁ। ନ୍ୟାସ ର କର୍ମ କର୍ତ୍ତା ମାନେ ଉଣେଇଲେ ଗଭୀର ଶ୍ରଦ୍ଧାଞ୍ଜଳି । ନ୍ୟାସ ର ଅଧ୍ୟକ୍ଷ ପ୍ରଫେସର୍ ଦେବୀପ୍ରସାଦ ଦାସ ଡକ୍ଟର ରବୀନ୍ଦ୍ର କର ଦେବାଶିଷ କର ଓମ୍ ଭାଇ ଭାରତ ପଟନାୟକ ଓ ଟି ଭି ର ନିର୍ଦ୍ଦେଶକ ଜୟନ୍ତ ଦାସ ସାମ୍ବାଦିକ ଉମାକାନ୍ତ ଜେନା ଓ ଯୋଉ ଜେନା ଡକ୍ଟର ମହେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ବେଳେ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

7 + 6 =