ଭଏସ ଅଫ କମନ୍ସ

ମୋ ବସ ସେବା କୁ ସାଲେପୁର ଛତିଆ ସଡକରେ ଆଗକୁ ବଢ଼ାଇବାକୁ
ଦାବି କଲେ ସମାଜସେବୀ

ମାହାଙ୍ଗା ଆ ପ୍ର ୧୬ ୦୭
କଟକ ବାରବାଟି ରୁ ସାଲେପୁର କୁ ଆସୁଥିବା ମୋ ବସ ସେବା କୁ ସାଲେପୁର ଛ ତି ଆ ସଡକ ରେ ସାଲେପୁର ଠାରୁ ଆଗକୁ ଅଧିକ ଅଞ୍ଚଳକୁ ପ୍ରସାରିତ କରିବାକୁ ପୁଣି ଦାବି କଲେ ସମାଜସେବୀ ।
ପୂର୍ବ ରୁ ଫାଇବ ଟି ସଚିବ ଙ୍କୁ ଲିଖିତ ଭାବେ ଅନୁରୋଧ କରାଯାଇ ଥିଲା ବେଳେ ଏବେ ପୁଣି ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ସଚିବ ଙ୍କୁ ବର୍ଷୀୟାନ ସମାଜସେବୀ ବିଶିଷ୍ଟ ଜୀବ ବିଜ୍ଞାନୀ ତଥା ସେବନିବୃତ୍ତ୍ ଅଧ୍ୟକ୍ଷ ଦେବୀପ୍ରସାଦ ଦାସ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟନାରାୟନ ଦାସ ବିଶିଷ୍ଟ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ ପ୍ରଫେସର୍ ଡକ୍ଟର ମହେନ୍ଦ୍ର ମହାନ୍ତି ସାମ୍ବାଦିକ ଉମାକାନ୍ତ ଜେନା ଧନେଶ୍ଵର ସେଠୀ ଦୁଷ୍ମନ୍ତ ନନ୍ଦ ଙ୍କ ସମେତ ବହୁ ବ୍ୟକ୍ତି ଓ ସମାଜସେବୀ ଲିଖିତ ଭାବେ ଅନୁରୋଧ କରୁଛନ୍ତି ।ମୋ ବସ ସେବା ର ପରିସର ଆଗକୁ ବଢ଼ିଲେ ହଜାର ହଜାର ସାଧାରଣ ଜନତା ଛାତ୍ର ଛାତ୍ରୀ ଙ୍କ ବହୁ ଦିନର ସମସ୍ୟା ସମାଧାନ ହେବ ।

ତେବେ ପୂର୍ବରୁ ଏ ପ୍ରସଙ୍ଗ ରେ ଫାଇବ ଟି ସଚିବ ଙ୍କୁ ଜଣାଇ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

nine + 14 =