ଧୃତ ଧଳାହାତୀ

ଧଳା ହାତୀ ମାନେ ଏବେ ରାଜ୍ୟ ତଥା ଦେଶ ର ଶାସନ ବ୍ୟବସ୍ଥା କୁ ରୁଗ୍ନ କର୍ଶତିଲେଣି । ଦରମା ନେବେ ସରକାରୀ ସୁଖ ସୁବିଧା ନେବେ ପୁଣି ପି ସି ନେବେ ଲାଞ୍ଚ ଟଙ୍କା କୁ ଉପୁରି କାହିଁକି ନେବେ ।ନିଜ ନାଁରେ ନାମୀ ବେନାମୀ ସଂପତ୍ତି ରଖିବା ସହ ନିଜ ବନ୍ଧୁ ବାନ୍ଧବ ଙ୍କ ନାଁ ରେ କୋଠା ବାଡି ଟଙ୍କା ସୁନା ରଖିବେ ।ଧଳା ହାତୀ ମାନଂକ କଳା ସାମ୍ରାଜ୍ୟ କୁ ଦେଖିଲେ ସେମାନେ ଯେ ଆଇନ କାନୁନ୍ ପ୍ରତି ଭୟ କରନ୍ତି ତାହା ବିଲକୁଲ ଲାଗେନା । ଯେତିକି ସେମାନେ ଚଉଦ ପୁରୁଷ କଣ ଚଉଦ ସହ ପୁରୁଷ ପାଇଁ ରଖିବା ସହ ସାତ ସେତିକି ଅୟସ ଆରାମ ନିଜ ଛୁଆ ପିଲା ଙ୍କୁ ଦେଶ ବିଦେଶ ରେ ପାଠ ପଢ଼େଇବା ରେ ଖର୍ଚ୍ଚ କରନ୍ତି ।ସେ ହିସାବ ସରକାରଙ୍କ ପାଖେ ନ ଥାଏ । ରାଜନେତା ଙ୍କ ଦୁର୍ନୀତି ପାଇଁ ବଢୁଛି ବାବୁରଜ୍।ସ୍ଵାଧୀନତା ସତୁରୀ ବର୍ଷ ପରେ ବି ହାକିମ ହୁକୁମ କୁ ଦେଖିଲେ ଲାଗୁଛି ଏମାନେ ଜନ ସେବକ ପଞ୍ଚକ ହ୍ନ୍ତି ବରଂ ଶୋଷକ । ତେବେ ବହୁତ୍ ଭଲ ଓ ନିତି ନିଷ୍ଟ ମଣିଷ ବି ବ୍ୟବସ୍ଥାରେ ଥିଲା ବେଳେ ଏଇ ଧୃତ୍ ଧଳା ହାତୀ ମା ନ ଙ୍କ ପାଇଁ ସେମାନେ ଙ୍କ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରଭାବିତ ହେଉଛି । ଖାଲି ନାଁ କୁ ବଦଳେଇ ଜନ ସେବା ଭବନ କଲେ କିଛି ଫରକ୍ ପଡିବନି ବରଂ ସରକାର ପ୍ରଶାସନ କୁ ଉତ୍ତରଦାୟୀ କରିବାକୁ ଚେଷ୍ଟା କରିବା ଉଚିତ୍।

Leave A Reply

Your email address will not be published.

two × 1 =