ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ହେଲେ କୁଳପତି
- ନିଜର ଅମାୟିକ ବ୍ୟବହାର ତୃଣ ମୂଳ ସ୍ତର ରେ ସମାଜ ସେବା ପାଇଁ ଜନତା ଙ୍କ ଠୁ ଆରମ୍ଭ କରି କୃଷିଜୀବୀ ଯୁବକ ଯୁବତୀ ଙ୍କ ଭିତରେ ବେଶ୍ ଲୋକପ୍ରିୟ ହୋଇଥିବା ମହେନ୍ଦ୍ର ମହାନ୍ତି ଙ୍କ ନୂତନ ନିଯୁକ୍ତି ରେ ମିଳୁଛି ସବୁ ବର୍ଗ ରୁ ଶୁଭ କାମନା
ଭଏସ ଅଫ୍ କମନ୍ସ ୦୬/୦୪୨୦୨୬ କଟକ
ବିଶିଷ୍ଟ ବୈଜ୍ଞାନିକ ସୁନାମଧନ୍ୟ ଶିକ୍ଷାବିତ୍ ସମାଜସେବୀ ବି ପି ସି ଏଲ ର ପୂର୍ବତନ ପ୍ରଥମ ଚେୟାର ପ୍ରଫେସର ଓଡ଼ିଶା କୃଷି ବୈଷୟିକ ମହାବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଆଇ ଆଇ ଟି ଖଡକପୁର ଆଇ ଆଇ ଟି ଦିଲ୍ଲୀ ର ପୂର୍ବତନ ଛାତ୍ର ରହିବ ସହ ଦେଶ ଓ ବିଦେଶ ର ବହୁ ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟ ସହ ବିଭିନ୍ନ୍ ଭାବେ ଜଡ଼ିତ ରହି ଆସିଛନ୍ତି।
ଜଣେ ସରଳ ନିଷ୍ଠାପର ଉତ୍ସର୍ଗୀକୃତ ଶିକ୍ଷାବିତ୍ ଓ ସମାଜସେବୀ ଭାବେ ସେ ମାହାଙ୍ଗା ସାଲେପୁର ର ବହୁ ସେବା ଅନୁଷ୍ଠାନ ରାଜ୍ୟ ବହୁ ଜରାଶ୍ରମ ଗୋ ଶାଳା ସହ ଜଡ଼ିତ ରହିବା ସହ କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟ ର ଜ୍ଞାନ କୌଶଳ କୁ ଚାଷୀ ଭାଇ ଙ୍କ ନିକଟରେ ପହଞ୍ଚାଇ ତୃଣ ମୂଳ ସ୍ତର ରେ କୃଷକ ର ଆର୍ଥିକ ଉଥାନ ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ଏହି ନୂତନ ଦାୟୀତ୍ଵ କୁ ସେ ନିଷ୍ଠାପର ଭାବେ ତୁଲାଇ ବିଶ୍ଵ ବିଦ୍ୟାଳୟ ର ବିକାଶ ଧାରା କୁ ମୁଖର କରିବେ ବୋଲି ପ୍ରଫେସର ଡକ୍ଟର ମହାନ୍ତି ଭଏସ ଏଫ୍ କମନ୍ସ କୁ କହିଛନ୍ତି
ସେ ଏକାଧିକ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ର ବୋର୍ଡ ଅଫ ସ୍ତୁଡିଜ ର ସଦସ୍ୟ ରହିଥବା ବେଳେ ରାଜ୍ୟ ର ବହୁ ସାମାଜିକ ଅନୁଷ୍ଠାନ ସହ ସେବା କାର୍ଯ୍ୟ ସହ ଜଡିତ ରହୁଛନ୍ତି ।ଭଗବତୀ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଭାବେ ସେ ବିଦ୍ୟାଳୟ ର ବିକାଶ ଓ ନିଜ ଜନ୍ମ ଭୂମି ମାହାଙ୍ଗା ର ସୁକ୍ଲେଶ୍ୱର୍ ଅଞ୍ଚଳ ସହ ଆବେଗିକ ଭାବେ ଜଡ଼ିତ।ତେବେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ବାରିପଦା ର କୁଲପତି ଭାବେ ମହାମହିମ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ହୋଇ ଥିବାରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ନୂତନ ଦାୟିତ୍ୱ ପାଇଁ ବର୍ଷୀୟାନ ସମାଜସେବୀ ପ୍ରଫେସର ଦେବୀପ୍ରସାଦ ଦାସ ମାହାଙ୍ଗା ପଞ୍ଚାୟତ ସମିତି ର ପୁର୍ବତନ ଅଧକ୍ଷ ଶ୍ରୀ ସରୋଜ ବନ୍ଧୁ ଦାସ ଓମ୍ ପ୍ରକାର ମହାନ୍ତି ଟିକସ ପରାମର୍ଶ ଦାତା ଶ୍ରୀ ଅଭିମନ୍ୟୁ ସାହୁ
ରାଜ୍ୟ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା ପ୍ରସାଦ କାନୁନ୍ ଗୋ ଅଧିବକ୍ତା ଗୋପାଳ ମହାନ୍ତି ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ବେହେରା ସୁପ୍ରିମ କୋର୍ଟ ର ଯୁବ ଆଇନୀଯିବି କେ ଦେବଦତ୍ତ ସଂଗଠକ ଦୀନବନ୍ଧୁ ନାୟକ ସ୍ତମ୍ଭାକାର ବିବେକାନନ୍ଦ ଦାସ ସାମ୍ବାଦିକ ଉମାକାନ୍ତ ଜେନା ପୂର୍ବତନ ପ୍ରଶାସକ ଗନ୍ଧିବାଦ ର ପ୍ରବକ୍ତା ଶ୍ରୀ ଜୟନ୍ତ ଦାସ ପୂର୍ବତନ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ ସାମଲ ବିଶିଷ୍ଟ ଯୋଗ ଗୁରୁ ସ୍ୱୟଂ ପ୍ରକାଶ ମହାପାତ୍ର ଅଧକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସତ୍ୟ ରଞ୍ଜନ ରାଉତ ଓଡ଼ିଆ ସାହିତ୍ୟ ର ବିଶିଷ୍ଟ ଗବେଷକ ପ୍ରଫେସର ଡକ୍ଟର ଭୁବନାନନ୍ଦସାହୁ ବୈଷୟିକ ଅଧିକାରୀ ଆଶିଷ ମହାନ୍ତି ପ୍ରଭୁ ଜୀ ପଞ୍ଚୁ ପାଣ୍ଡବ ଦାସ ଅଧ୍ୟାପକ ଅନିଲ ଜେନା ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ସି ଏମ ଏ ସୁଜିତ୍ ବେହୁରା କମ୍ପାନୀ ସେକ୍ରେଟାରୀ ଆଲୋକ ଜ୍ୟୋତି ସେବକ ଜରାଶ୍ରମ ର ସୁରେଶ ବିଶ୍ଵାଳ ଓ ଅଶୋକ ସ୍ବାଇଁ ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଶ୍ରୀ ରାମ ରାୟ ଦୁର୍ନୀତି ନିବାରଣ ବିଭାଗ ର ସ୍ଵତନ୍ତ୍ର ପବ୍ଲିକ ପ୍ରୋସୁକୁଟର (କ୍ୟାଡର) ଜ୍ୟୋତି ପ୍ରକାଶ ମହାପାତ୍ର ବ୍ୟବସାୟୀ ତଥା ଗୋ ସେବକ ଦିନେଶ ଗୁପ୍ତା ଭଗବତୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ ର ସଭାପତି ଇଞ୍ଜିନିୟର ସହଦେବ ଖଟୁଆ ସମ୍ପାଦକ ଅରୁଣ ବାରିକ ଇଞ୍ଜିନିୟର ସମୀର ମହାପାତ୍ର
ଯୁବ ଚାଷୀ ସୁଶାନ୍ତ ମହାନ୍ତି ପ୍ରତାପ ରାଉତ୍ ଯୁବ ସଂଗଠକ ଶିରୀଶ ମହାନ୍ତି ଡାକ୍ତର ଭାବଗ୍ରାହୀ ସାହୁ ଅଧ୍ୟାପକ ଅଶୋକ ବାରିକ ଅଧ୍ୟାପକ ବିରବର ଖଟୁଆ ଅଟଳ ସେନା ର ରାଜ୍ୟ ସଭାପତି ଦିବାକର ପ୍ରଧାନ
ଯାଜପୁର ର ବରିଷ୍ଠ ରାଜନେତା ସଂଗଠକ ସାରଦା ମହାନ୍ତି ଯୁବ ସାମ୍ୱାଦିକ ଅଖିଳେଶ ମହାନ୍ତି ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୁବ ବ୍ୟାଙ୍କ ପରିଚାଳକ ସୁଧାଂଶୁ ରାଉତ୍ ଓ ସୌମ୍ୟ ରଞ୍ଜନ ପ୍ରଧାନ ସାମ୍ବାଦିକ ଅଜୟ ମହାନ୍ତି କବି ଗୋବିନ୍ଦ ମହାନ୍ତି ସେବା ନିବୃତ୍ତ ନୌବାହିନୀ ର ପ୍ରାକ୍ତନ ଅଧିକାରୀ ଭୌତିକ ଚିକିତ୍ସକ ମହେନ୍ଦ୍ର ଦାସ ଡକ୍ଟର ପ୍ରମୋଦ ସହୁ ଆଧ୍ୟପକ୍ ସୁଦୀପ୍ତ ଦାଶ ରାଜ୍ୟ ସଚିବାଳୟ ର ଅଧିକାରୀ ସାରଦା ଦାସ ଅଧ୍ୟାପିକା ସୁଶ୍ରୀ ଭାଗ୍ୟଲକ୍ଷ୍ମୀ କୃଷକ ନେତା ଗଣେଶ ବଳବନ୍ତ ରାୟ ସାମ୍ବାଦିକ ବିଜୟ ଜେନା ସାମ୍ବାଦିକ ଧନେଶ୍ଵର ସେଠୀ ଭାରତ ଭୁଷଣ ପଟ୍ଟନାୟକ କାନାଡା ରୁ ଯୁବ ଵୈଜ୍ଞାନିକ ଡ଼କ୍ଟର ଫାଲଗୁନି ପଟ୍ଟନାୟକ ଓ ଆଇ ଆଇ ଟି ରୁରକି ରୁ ବୈଜ୍ଞାନିକ ଡକ୍ଟର ଅରୋବ୍ରତ ଦାସ ଯୁବ ସଂଗଠକ ଲଳିତ ମୋହନ ପ୍ରଧାନ ଫେନ୍ସର୍ ପ୍ରଭାକର ସି ଏମ ଏ ସନ୍ତୋଷ ବେହୁରା ସମେତ ବିଶିଷ୍ଟ ବ୍ୟକ୍ତି ଓ ଯୁବକ ଯୁବତୀ ଅଭିନନ୍ଦନ ଜଣାଇଛନ୍ତି ।
ସୁଦୂର ଆମେରିକା ରୁ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡକ୍ଟର ଧିରେନ ଦାସ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ଆମେରିକା ଯିବା ଲାଗି ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଙ୍କୁ ନିମନ୍ତ୍ରଣ ଜଣାଇ ଛନ୍ତି
ମାହାଙ୍ଗା ସାଲେପୁର ର ସହ ସହ ଯୁବକ ଯୁବତୀଙ୍କ ପାଇଁ ସେ ମାର୍ଗ ଦର୍ଶକ ରହିବା ସହ ସେମାନଙ୍କ ଦକ୍ଷତା ଓ ବୃତ୍ତିଗତ ବିକାଶ ପାଇଁ ଉଦ୍ଭୟ ଆନୁଷ୍ଠାନିକ ଓ ବ୍ୟକ୍ତିଗଭାବେ ଅତି ନୀରବ ରେ ବହୁ ସାହାଯ୍ୟ ସହଯୋଗ କରିବା ସହ କୃଷିଯିବି ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରେରଣା ର ଉତ୍ସ ହୋଇଛନ୍ତି ବୋଲି ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି ।