ଗୁଣାତ୍ମକ ଶିକ୍ଷା ସହ ଆଇ ପି ଟି ଭଲ ମଣିଷ ତିଆରି କାରଖାନା ହେଉ ନିର୍ତର ଓଲଟପୁର ର ନିର୍ଦେଶକ

୪୨ ବର୍ଷ ପୂରଣ କରୁଥିବା ପୁରାତନ ଫାମେସୀ ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଏହି ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷାର ଶିଖର ଛୁଇଁବା ସହ ଭଲ ମଣିଷ ତିଆରି କରିବାର ଏକ ଅନନ୍ୟ ଅନୁଷ୍ଠାନ ହେଉ ବୋଲି ଦେଶ ରେ ପ୍ରସିଦ୍ଧ ଲାଭ କରିଥିବା ଭାରତ ସରକାର ଙ୍କ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେସଣା ଅନୁଷ୍ଠାନ ର ନିର୍ଦ୍ଦେଶକ ତଥା ସ୍ୱନାମଧନ୍ୟ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି ଆଇ ପି ଟି ସାଲେପୁର ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବିଚାର ରଖିଛନ୍ତି । ଗତ ଚାରି ଦଶନ୍ଧି ତଳେ ଓଡ଼ିଶାର ସୁନାମଧନ୍ୟ ବିଚାରପତି ସିକ୍କିମ ଉଚ୍ଚନ୍ୟାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଜଷ୍ଟିସ ଯୁଗଳ ମହାନ୍ତି ଙ୍କ ପ୍ରଚେଷ୍ଟା ଓ ମାର୍ଗ ଦର୍ଶନ ରେ ସାଲେପୁର ରେ ପ୍ରତିଷ୍ଠିତ ହୋଇଥିବା ଏହି ଅଞ୍ଚଳ ର ପ୍ରଥମ ବୈଷୟିକ ଶିକ୍ଷା ଅନୁଷ୍ଠାନ ଆଜି ଫାର୍ମାସୀ ରେ ଡିପ୍ଲୋମା ଡିଗ୍ରୀ ଓ ସ୍ନାତ୍ତକୋତ୍ତର ଶିକ୍ଷା ପ୍ରଦାନ କରୁଥିଲା ବେଳେ ପି ଏଚ ଡି ଓ
ଉଚ୍ଚତ୍ତର ଗବେଷଣା ର କେନ୍ଦ୍ର ହୋଇ ପରିବା ସହ ରାଜ୍ୟ ରେ ଫର୍ମାସୀ ଶିକ୍ଷା କୁ ଏକ ମୁଖର କରିଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।

ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ପ୍ରବୀର୍ ସିନ୍ନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏହି ଉପଲକ୍ଷେ ଅନ୍ତିମ ଦିନ ର ଉଦଯାପନୀ ସଭା ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟ ବିଭାଗ ର ମୁଖ୍ୟ ପ୍ରଫେସର ଡକ୍ଟର ସଂଘ ମିତ୍ରା ଭଞ୍ଜ ନିଜର ବିଚାର ରଖି ସମାଜ ପାଇଁ ଭଲ ମଣିଷ ର ବିପୁଳ ଆବଶ୍ୟକତା ଅଛି ବୋଲି ପ୍ରକାଶ କରିବା ସହ ଜଣେ ଭଲ ଫାର୍ମାସିଷ୍ଟ ଙ୍କ ସମାଜ କୁ ଅବଦାନ ର ତୁଳନା ନାହିଁ ବୋଲି ନିଜର ବିଚାର ରଖିଥିଲେ ।
ପ୍ରଥମେ ଅନୁଷ୍ଠାନ ର ସଭାପତି ବର୍ଷୀୟାନ ସମାଜସେବୀ ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧକ୍ଷ ତଥା ଏହି ମହାବିଦ୍ୟାଳୟ ର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ଦେବୀ ପ୍ରସାଦ ଦାସ ଙ୍କ ପୌରହିତ ରେ ମହାବିଦ୍ୟାଳୟ ପରିସର ରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଉଥିଲା ଏବଂ ଅତିଥି ମାନେ ନ୍ୟାୟମୁର୍ତ୍ତି ଜଷ୍ଟିସ ଯୁଗଳ ମହାନ୍ତି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ପରିଚାଳନା ପରିଷଦ ର ସଦସ୍ୟ ତଥା ଆକାଡେମିକ କାଉନସିଲ ର ମୁଖ୍ୟ ବିଶିଷ୍ଟ ବୈଜ୍ଞାନିକ ଓ ଊ ଏ ଟି ବିଶ୍ଵବିଦ୍ୟାଳୟ ରେ ବି ପି ସି ଏଲ ଚେୟାର ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଯୋଗ ଦେଇ ନୂତନ ଶିକ୍ଷାନୀତି ରେ ଫାର୍ମାସୀ ଶିକ୍ଷା ଉପରେ ପ୍ରଭାବ ଉପରେ ବିଶଦ ଆଲୋଚନା କରି ଶିକ୍ଷାଦାନ ସହ ଗବେଷଣା କୁ ଆଗକୁ ନେବାକୁ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧିପିକା ମାନଙ୍କୁ ପରାମର୍ଶ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ପରିଚାଳନା ପରିଷଦ ସଦସ୍ୟ ତଥା ସାମରିକ ବାହିନୀ ରୁ ସେବା ନିବୃତ୍ତ ଅଧିକାରୀ ଭରତ ଭୂଷଣ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ଷୟନୀରେ ମନୋନିବେଶ ସହ କୌଣସି ସମସ୍ୟା ପାଇଁ ପରିଚାଳନା ପରିଷଦ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପରିଚାଳନା ପରିଷଦ ର ସଦସ୍ୟ ପ୍ରୁଥି ବଲ୍ଲଭ ପଟ୍ଟନାୟକ ଯୋଗ ଦେଇ କର୍ମଚାରୀ ଛାତ୍ର ଛାତ୍ରୀ ଓ ପରିଚାଳନା ପରିଷଦ ର ସହଯୋଗ ରେ ଏହି ଅନୁଷ୍ଠାନ ଆଗାମୀ ଦିନରେ ଆହୁରି ଅଧିକ ବିକଶିତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ମାନବାଧିକାର କର୍ମୀ ତଥା ସମାଜସେବୀ ଆଡଦ୍ଭୋକେଟ ସତ୍ୟ ନାରାୟନ ଦାସ ଯୋଗ ଦେଇ ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା
ନ୍ୟାୟମୂର୍ତ୍ତି ଯୁଗଳ କିଶୋର ମହାନ୍ତି ଓ ରାଜନେତା ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଙ୍କ ଅମ୍ଳାନ ସ୍ମୁତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ମଧୁ ମାଟି ରେ ମୁଖର ଏହି ମହାବିଦ୍ୟାଳୟ ର ପିଲା ମାନେ ବଡ ହେବା ସହ ଭଲ ହେବା ଲାଗି ପରାମର୍ଶ ଦେଇ ଏହି ମାଟିର ଗୌରବ ଆହୁରି ଆହୁରି ଆଗକୁ ନେବାକୁ ନିଜର ବିଚାର ରଖିଥିଲେ ।
ଅନୁଷ୍ଠାନ ରେ ଆଦର୍ଶ ଅଧ୍ୟାପକ ଭାବେ ନିଜର ଗୁଣାତ୍ମକ ଶିକ୍ଷା ଓ ତ୍ୟାଗ ପାଇଁ ପ୍ରଫେସର ଡକ୍ଟର ସୁଜିତ୍ ଦାସ ଙ୍କୁ ସମ୍ମାନିତ କରିବା ସହ ସ୍ବଚ୍ଛତା ସେବା ଦାନ କରୁଥିବା କର୍ମଚାରୀ ଙ୍କ ସମର୍ପିତ ସେବା ପାଇଁ ଅରକ୍ଷିତ ଗୋଚ୍ଛାୟତ ଙ୍କୁ ଆଇ ପି ଟି ର ଅନ୍ୟତମ ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦ ର ସଭାପତି ପ୍ରଫେସର ଦେବୀ ପ୍ରସାଦ ଦାସ ଙ୍କ ଦ୍ଵାରା ତାଙ୍କ ସ୍ବର୍ଗବାସି ମାତା ନିର୍ମଳା ଦାସ ଓ ସହଧର୍ମିଣୀ ଜୟଶ୍ରୀ ଦାସ ଙ୍କ ସ୍ମୁତି ରେ ଦିଆଯାଉଥିବା ନିର୍ମଳା ଜୟଶ୍ରୀ ,ସ୍ମାରକୀ ପୁରସ୍କାର କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।

ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଓ ପରିଚାଳନା ପରିଷଦ ର କର୍ମ କର୍ତ୍ତା ମାନେ ପୁରସ୍କୃତ କରି ଥିଲେ । ବି ଫାର୍ମ ଛାତ୍ର ଶ୍ରୀ ଚିରଂଜିବୀ କାର୍ଯ୍ୟକ୍ରମ ଗୁଡ଼ିକ ସଂଯୋଜନା କରିଥିଲେ । ଅଧ୍ୟାପିକା ଶ୍ୟାମଳୀ ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଥିଲା ବେଳେ
ଅଧ୍ୟାପକ ସହଯୋଗୀ ପ୍ରଫେସର ଡକ୍ଟର ସତ୍ୟଜିତ ପଣ୍ଡା ସହଯୋଗୀ ପ୍ରଫେସର ଡକ୍ଟର ବିବସନ୍ ମିଶ୍ର ମୁଖ୍ୟ ଗ୍ରନ୍ଥାଗାରୀକ ଶ୍ରୀ ଦେବାଶିଷ କର ଡକ୍ଟର ସ୍ୱାଳିନ ପରିଜା ସହଯୋଗୀ ପ୍ରଫେସର ଡକ୍ଟର ସୁଶାନ୍ତ ବେହେରା ଡକ୍ଟର ରଞ୍ଜନ ଗିରି ଡକ୍ଟର ବିଶ୍ଵନାଥ ମିଶ୍ର ପରୀକ୍ଷାଗାର ସହାୟକ ନରେନ୍ଦ୍ର ମିଶ୍ର ଓ ମହେନ୍ଦ୍ର ନାୟକ ପ୍ରମୁଖ କାଯ୍ୟକ୍ରମ୍ ପରିଚାଳନା ରେ ନେତୃତ ନେଇଥିଲା ବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.