ସୁର ସଙ୍ଗୀତ ର ସାରସ୍ୱତ ସାଧକ ସୁତାର ସାର ଆଉ ନାହାନ୍ତି

ଗୀତି ନାଟ୍ୟ ର ଗୀତିଗଡ ଗୌଡପଡ଼ା ରେ ପଞ୍ଚ ଭୁତ ରେ ଲିନ ହେଲେ ଋଷି ପ୍ରତିମ ଚକ୍ରଧର ଗୁରୁଜୀ ଙ୍କ ପାର୍ଥିବ ଶରୀର ।

କଳା ତୀର୍ଥ ତଥା ସାରସ୍ୱତ ସାଧନା ର ତୀର୍ଥ ମାଟି ମାହାଙ୍ଗା ରେ ଗଉଡ ପଡା ରେ ଜନ୍ମ ହୋଇଥିଲେ ସେ ।

ଗାଁ ରେ ରହି ସରକାରୀ ଚାକିରୀ କୁ ତୁଚ୍ଛ କରି ସୁର ସଙ୍ଗୀତ ଆଉ ଗଣ ନାଟ୍ୟ ର ପରମ୍ପରା କୁ ଆଗକୁ ନେଉ ଥିଲା ବେଳେ ଏକାଧରା ରେ ସେ ଥିଲେ ଜଣେ ଗୀତି କବି
ବୈଷ୍ଟମ୍ଵ ପାଣି ଗୀତି ନାଟ୍ୟ ର ନିର୍ଦ୍ଦେଶକ ସଙ୍ଗୀତଜ୍ଞ ଗାୟକ ଓ ଅଭିନେତା ।ଅତି ସରଳ ସିଦ୍ଧାନ୍ତ ବାଦି ଜଣେ ନିରଳସ ମଣିଷ ଭାବେ ଗୀତି ନାଟ୍ୟ ଜଗତ ଓ ସମାଜ ରେ ଜଣାଶୁଣା ଥିଲେ ସେ । ପାଣି ସାହିତ୍ୟ କୁ ତୃଣ ମୂଲ ସ୍ତର ରେ ଲୋକପ୍ରିୟ କରି ବହୁ କଳାକାର ସେ ସୃଷ୍ଟି କରି ଚାଲି ଥିଲେ ଆଜୀବନ ।ଅନେକ ବାଦ୍ୟ ଯନ୍ତ୍ର ବଜାଇବାର ଦକ୍ଷତା ତାଙ୍କର ଥିଲା । ଗୀତି ନାଟ୍ୟ ରେ ବହୁଳ ଭାବେ ବ୍ୟବହୃତ ହେଉଥିବା ହାର ମୋନୀୟମ ଜଣେ ଦକ୍ଷ କାରିଗର ଭାବ ରେ ସୁନାମ ଥିଲା ତାଙ୍କର ।।ବିଭିନ୍ନ ବାଦ୍ୟ ଯନ୍ତ୍ର ତାଙ୍କ ଆଙ୍ଗୁଳି ର ଦିବ୍ୟ ସ୍ପର୍ଶ ରେ ସଙ୍ଗୀତ ର ମୂର୍ଚ୍ଛନା ରେ ହେଉଥିଲା ମୁଖର । କେବେ ବି ନିଜର ସୃଜନଶୀଳ କଳା କୁ ବିପଣି ରେ ବସ୍ତୁ ଟିଏ ଭାବେ ନ ସଜେଇ ଏହି ବିପୁଳ ବିଭବ ସେ ନିଶ୍ଵର୍ଥ ଭାବେ ବାଣ୍ଟି ଚାଲିଥିଲେ । ଅଭାବ ଅନଟନ ତାଙ୍କ ସୃଜନଶୀଳତା ର ବାଟ କୁ ଓଗାଳି ପାରି ନଥିଲା ।

ଗତ ୭ ମେ ରେ ହୃଦ୍ ଘାତ ରେ ୭୭ ବର୍ଷ ବୟସ ରେ ସେ ଅନ୍ତିମ ନିଃଶ୍ୱାସ ନେଇଥିଲା ବେଳେ ତାଙ୍କ ର ପରଲୋକ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିଲା ବେଳେ ଗୀତି ନାଟ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ।ଜଣେ ଋଷି ପ୍ରତିମ ପରୋପକାରୀ ମଣିଷ ପରିଚିତ ସୁତାର ସାର ସାଧନା ର ସତ୍ୟବାଦୀ ରେ ତାଙ୍କ ଠାରୁ ମାର୍ଗ ଦର୍ଶନ ନେଇ ଥିବା ସହ ସହ ଛାତ୍ର ଛାତ୍ରୀ ତାଙ୍କର ସ୍ମୁତି କୁ ଆଜୀବନ ଝୁରି ହେଉଥିବେ ।

Leave A Reply

Your email address will not be published.