ଓଡ଼ିଆ ନୂଆ ବର୍ଷ ରେ ଗଙ୍ଗେଶ୍ୱର ଙ୍କ ପ୍ରସିଦ୍ଧ ପଣା ଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ପଣା ବିତରଣ,,

ମାହାଙ୍ଗା ଆ ପ୍ର ୧୬/୦୪


ବିପୁଳ ଉଲ୍ଲାସ ଓ ନିରାଡମ୍ବର ଭାବେ ମାନବାଧିକାର ପାଇଁ ସମର୍ପିତ ସଂଗଠନ ସାହା ସୌଜନ୍ ରୁ ଗଙ୍ଗେଶ୍ୱର୍ ମହାଦେବ ଙ୍କ ପଣା ଯାତ୍ରା ରେ ମାସନ୍ତ ଓ ମହାବିଷୁବ ସଂକ୍ରାନ୍ତି ଦୁଇ ଦିନ ଧରି ଦହି ଜଳ ଛତ୍ର ବିତରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା । ରାତ୍ରି ରେ ବିଭିନ୍ନ ଫଲ ରୁ ପ୍ରସ୍ତୁତ ପଣା ସହ ସହ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ଙ୍କୁ ବିଳମ୍ବିତ ରାତି ଯାଏ ବିତରଣ କରାଯାଇଥିଲା । ଏଥିରେ ମା ରାଧାଦେବି ଦତ୍ତ ନ୍ୟାସ ଓ କଲ୍ୟାଣ ସଂଗଠନ ସହଯୋଗ କରିଥିଲା ବେଳେ ଅମରେନ୍ଦ୍ର ଜେନା ଭାଗବତ ବେହେରା ବିଶ୍ୱଜିତ୍ ବେହୁରା ସୁନାକର ବେହେରା ସୀମାନ୍ତ ଦାସ ପ୍ରମୋଦ ଓଝା ସନ୍ତୋଷ ମହାରଣା ଅଜୟ ପଣ୍ଡା ଗଛ କିଶୋର ପ୍ରମୁଖ ଯାତ୍ରୀ ମାନଙ୍କୁ ପଣା ବିତରଣ କରିଥିଲେ ।ଭାରତ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ମାଟି ପାଇଁ ମାନସ ମନ୍ଥନ ରେ ସାମ୍ବାଦିକ ଉମାକାନ୍ତ ଜେନା ଶିକ୍ଷାବିତ୍ ଅରୁଣ ବାରିକ ସାମ୍ବାଦିକ ଧନେଶ୍ଵର ସେଠୀ ଅଧିବକ୍ତା ମନୋଜ ମହାନ୍ତି ସାମ୍ବାଦିକ ବିଜୟ ଜେନା କବି ଗୋବିନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡ଼ିଆ ଜାତି ର ସଂସ୍କୃତି ଓ ପରମ୍ପରା ପୃଥିବୀ ରେ ଆଦୁତିୟ ବୋଲି ବିଚାର ରଖିବା ସହ ନୂଆ ପିଢ଼ି ଏହାକୁ ଆଗେଇ ନେବାକୁ ନିଜ ନିଜ ର ବିଚାର ରଖିଥିଲେ । ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ କାର୍ଯ୍ୟକ୍ରମ ଗୁଡ଼ିକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.