ଝୋଟ ବ୍ୟାଗ୍ ବାଣ୍ଟି ପୂର୍ବ ସରକାର ଖର୍ଚ୍ଚ କରିଥିଲେ ୨୪୭ କୋଟି ୩୬ ଲକ୍ଷ

ଅତୀତ ହୋଇ ଯାଇଥିବା ୨୪ ବର୍ଷ ର ନବୀନ ସରକାର ନିର୍ବାଚନ ର କିଛି ମାସ ପୂର୍ବରୁ
ଝୋଟ ବ୍ୟାଗ୍‌ ବଣ୍ଟନ କରିଥିଲା ବେଳେ ଏଥି ଲାଗି କରିଥିବା ଖର୍ଚ୍ଚ ର ତଥ୍ଯ ଗୃହରେ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।


ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ୨୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ତେବେ ୨ଟି ବ୍ୟାଗ୍‌ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବେଳେ ୧ ହଜାର ଟଙ୍କା ବଣ୍ଟନରେ ମୋଟ ୯୫୯ କୋଟି ୫ ଲକ୍ଷ ଟଙ୍କା ରାଜ୍ୟ ରାଜ କୋଷ ରୁ ଖର୍ଚ୍ଚ ହୋଇଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

1 × 3 =