ଭଏସ ଅଫ କମନ୍ସ

ଯୁବକ ଯୁବତୀ ଙ୍କ ପାଇଁ ବିଭିନ୍ନ କମ୍ପାନୀ ରେ ଶିକ୍ଷା ନବିଶ ଯୋଜନା

ଦେଶ ର ଅର୍ଥ ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତା ରମଣ ମୋଦୀ ସରକାରଙ୍କ ବଜେଟ ଉପସ୍ଥାପନ ରେ ନୂତନ ପ୍ରସ୍ତାବ ଅଧୀନରେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍‌କୁ ପ୍ରୋତ୍ସାହନ ଦିଆଯିବ। ସରକାରଙ୍କ ଶିକ୍ଷା ନବିସ ଯୋଜନାରେ ୧ କୋଟି ଯୁବକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଯୋଜନା ଅଧୀନରେ ଯୁବକମାନେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇବେ। ପ୍ରତି ମାସରେ ସେମାନଙ୍କୁ ୫୦୦୦ ଟଙ୍କା ର ଇଣ୍ଟର୍ନସିପ୍ ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ଯେଉଁମାନେ ଇଣ୍ଟର୍ନସିପ୍ ସମାପ୍ତ କରିବେ ସେମାନଙ୍କୁ ଅଲଗା ୬,୦୦୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ। ସରକାରଙ୍କ ଏହି ଯୋଜନାରେ ୫ ବର୍ଷରେ ପ୍ରାୟ ୧ କୋଟି ଯୁବକ ଯୁବତୀ ଉପକୃତ ହେବାର ଯୋଜନା ରହିଛି ।

Leave A Reply

Your email address will not be published.

16 − 12 =