, ଓଡିଶା ବିଶିଷ୍ଟ ସମାଜସେବୀ ତଥା ଉଚ୍ଚ ନ୍ୟାୟାଳୟ ର ପୂର୍ବତନ ବିଚାର ପତି ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଙ୍କ ମହାପ୍ରୟାଣ ର ଏକାଦଶ ଦିନ ଛତିଆ ସେବକ ଜରା ନିବାସ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇ ତାଙ୍କୁ ଭାବ ବିହ୍ବଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେବକ ର ସଭାପତି ସୁରେଶ ବିଶ୍ୱାଳ ଙ୍କ ପୌରହିତ ରେ ଅନୁଷ୍ଠିତ ଏହି ସଭା ରେ ସମସ୍ତ ଅନ୍ତେବାସୀ ଙ୍କ ସମେତ ବହୁ ସମାଜସେବୀ ଯୋଗ ଦେଇ ମହାନ୍ ଆତ୍ମ ଙ୍କ ପ୍ରତି ଭାକ୍ତିପ୍ଲୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସ୍ବର୍ଗତ ଆତ୍ମା ଙ୍କ ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା,ସୂଚନା ଯୋଗ୍ୟ ଯେ
ମାହାଙ୍ଗା ର ଭେଡା ର ଜମିଦାର ପରିବାର ରେ ଜନ୍ମିତ ସ୍ବର୍ଗତ ମିଶ୍ର ଙ୍କ ପିତା ସ୍ବର୍ଗତ ଧୀରେନ୍ଦ୍ର ଶତପଥୀ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଥିଲା ବେଳେ ସ୍ବର୍ଗତ ପ୍ରତାପ ଚୌଧୁରୀ ରାଜ୍ୟ ରେ ନିଶା ଆନ୍ଦୋଳନ ଠାରୁ ଆରମ୍ଭ କରି ବିସ୍ଥାପନ ପରିବେଶ ସୁରକ୍ଷା ମାନବିକ ଅଧିକାର ର ସୁରକ୍ଷା ପାଇଁ ତୃଣମୂଳ ସ୍ତର ରେ କରିଥିବା ସମାଜ ସେବା ଅନନ୍ୟ । ଏହି ସଭା ରେ ତାଙ୍କ ଦ୍ଵାରା କରାଯାଇଥିବା ମହାନ୍ କାର୍ଯ ର ସ୍ମୃତି ଚାରଣ କରିବା ସହ ସେବକ କରଶ୍ରମ ର ସେ ପ୍ରାଣ ପ୍ରତିଷ୍ଠାତା ଥିଲେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ତାଙ୍କର ପ୍ରେରଣା ପ୍ରୋତ୍ସାହନ ମାର୍ଗ ଦର୍ଶନ ଓ ଆର୍ଥିକ ସାହାଯ୍ୟ ରେ ଆଜି ସେବକ ଯରଶ୍ରମ ରେ ଅନ୍ତେବାସୀ ଙ୍କ ସଂଖ୍ୟା ଦୁଇଶହ ରେ ପହଞ୍ଚିଥିବା ସହ ରାଜ୍ୟ ରେ ଏହି ବୃଦ୍ଧାଶ୍ରମ ଏକ ଅଗ୍ରଣୀ ଅନୁଷ୍ଠାନ ରେ ପରିଣତ ହୋଇଛି ବୋଲି ବକ୍ତା ମାନେ କହିବା ସହ ଆଗାମୀ ଦିନ ରେ ସେହି ମହାନ୍ ସେବକ ଙ୍କ ପାଇଁ ସେବକ ଜାରଶ୍ରମ ରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ପତ୍ରିକା ପ୍ରକାଶନ କରିବା ସହ ତାଙ୍କ ର ସ୍ମୃତି ରକ୍ଷା ପାଇଁ ପ୍ରୟାସ କରାଯିବ ବୋଲି ନିଷ୍ପତି ନିଆଗଲା ।
ସ୍ବର୍ଗତ ମିଶ୍ର ଙ୍କ ସହ ଥିବା ଅନ୍ତରଗ ଅନୁଭୂତି କୁ ନେଇ ବହୁ ବକ୍ତା ନିଜ ନିଜ ର ଅନୁଭବ ବଖାଣିବା ସହ ତାଙ୍କ ପରି ଜଣେ ଦରଦୀ ସମ୍ବେଦନଶୀଳ ସରଳ ନମ୍ର ସମାଜସେବୀ ବିରଳ ବୋଲି ବକ୍ତା ମାନେ କହିଥିଲେ । ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଭାରତ କୁମାର ବେହେରା ଓମ୍ ପ୍ରକାଶ ମହାନ୍ତି ଶିକ୍ଷାବିତ ନିତ୍ୟାନନ୍ଦ ପ୍ରଧାନ, ଅଶୋକ ସ୍ୱାଇଁ ମାନବାଧିକାର କର୍ମୀ ଆଇନୀଜୀବୀ ସତ୍ୟ ନାରାୟଣ ଦାସ ସରପଞ୍ଚ ବିଜୟ ସ୍ୱାଇଁ ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଦୀପକ ଦାସ ସମାଜ ସେବୀ ଦୟାନିଧି ବିଶ୍ୱାଳ ଯୋସ୍ନlରାଣୀ ପ୍ରଧାନ ସ୍ମୃତି ରଞ୍ଜନ ନାୟକ ମହେନ୍ଦ୍ର ମହାନ୍ତି ରମାକାନ୍ତ ରାଉତ ଦୁର୍ଯ୍ୟୋଧନ ଖଣ୍ଡୁଆଳ ଗୌରାଙ୍ଗ ରାଉତ ନିତୁ ପ୍ରହରାଜ ତ୍ରିଲୋଚନ ବେହେରା ସରୋଜ ବେହେରା ଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ମହାନ୍ ଆତ୍ମା ଙ୍କ ସ୍ମୃତି ଚାରଣ କରିଥିଲେ, ସସ୍ମିତା ଅପା ଧନ୍ୟବାଦ ଅର୍ପଣ କରିଥିଲେ,

Leave A Reply

Your email address will not be published.

1 × 1 =