କେରଳରେ ବର୍ଷା ମେଲାଣି ୧୧ ଲୋକ ଙ୍କ ଜୀବନ

କେରଳ ରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେଉଥିଲା ବେଳେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇଉଠିଛି। ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। , କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲା ଗୁଡ଼ିକ ପାଇଁ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏହି ରାଜ୍ୟ ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇ ଥିଲା ବେଳେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବହୁ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଜଳମଗ୍ନ ରହିଛି

Leave A Reply

Your email address will not be published.

3 × two =