ଅଟଳ ସେନା ପକ୍ଷରୁ ଆଲୋଚନାଚକ୍ର

ନିଉଜ୍ ଡେସ୍କ ୧୯/୦୫

ଅଟଳ ସେନା,ଓଡ଼ିଶା ପକ୍ଷରୁ ସାଲେପୁରସ୍ଥ ଶାରଳା ମଣ୍ଡପ ଠାରେ ସାମ୍ପ୍ରତିକ ନିର୍ବାଚନକୁ ନେଇ “ସ୍ଵାଭିମାନୀ ଓଡ଼ିଆ ଓ ସ୍ବାବଲମ୍ବୀ ଓଡ଼ିଶା”ଶୀର୍ଷକ ଏକ ଆଲୋଚନା ଚକ୍ର ଅଟଳ ସେନାର ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି

।ସ୍ଵାଭିମାନୀ ଓଡିଆ ର ଅସ୍ମିତା କୁ ବଜେଇ ରଖିବାକୁ । ଆହ୍ବାନ ଦେଲା ଅଟଳ ସେନା

ଆରମ୍ଭ ହେଲା ମାନସ ମନ୍ଥନ

ଏଥିରେ ମୁଖ୍ୟ ବକ୍ତା ଭାବରେ ଅଟଳ ସେନାର ମୁଖ୍ୟ ଉପଦେଷ୍ଟା ଇଂ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଯୋଗ ଦେଇ ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆ ରାଜ୍ୟ ର ଅସ୍ମିତା ଓ ସ୍ୱାଭିମାନ ର ସୁରକ୍ଷା ପାଇଁ ” ବ୍ରଜ ଶପଥ ନେବାକୁ ଆହ୍ଵାନ ଦେଇଥିଲେ ।

ଉକ୍ତ ଆଲୋଚନା ଚକ୍ରରେ ଅଟଳ ସେନା ସଂଗଠନ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା, ଅଟଳ ଯୁବ ସଂଘ ରାଜ୍ୟ ସଭାପତି ଜନ୍ମେଜୟ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ସୁବ୍ରତ ପାତ୍ର, ସମ୍ପାଦକ ଚିନ୍ମୟ ରାଉତରାୟ, ତାପସ ରଂଜନ ତ୍ରିପାଠୀ, ଶିକ୍ଷାବିତ୍ ବିପିନ୍ ବିହାରୀ କର, ଅଧିବକ୍ତା ଅମରେନ୍ଦ୍ର ନାରାୟଣ ଦାସ, ଗୌତମ ରାୟ ଚୌଧୁରୀ, ମୀନକେତନ ଦାସ, ମାନସ କୁମାର ଦାସ, ମଣ୍ଡଳ ସଭାପତି ଅଲେଖ ଚନ୍ଦ୍ର ମୁଦୁଲି,ମନୋଜ ଯତି, ସଂଜୁଲତା ସିଂହ, କଳ୍ପନା ସାମଲ, ହରେକୃଷ୍ଣ ସାମଲ, ରେଣୁବାଳା ବେହେରା, ହରିହର ପ୍ରଧାନ, ଭାବଗ୍ରାହୀ ବେହେରା ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ଚରଣ ଦାସ,କୈଳାସ ଚନ୍ଦ୍ର ସାମଲ, ସନ୍ତୋଷ ସାମଲ, ପ୍ରହ୍ଲାଦ ଗାହାଣ, ଶାରଦା ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ଖୁଣ୍ଟିଆ, ବିଶ୍ବରଂଜନ ପ୍ରତାପ, ଅକ୍ଷୟ କୁମାର ଘଡ଼ାଇ, ନିରୁପମା ବେହେରା, କୃଷ୍ଣଚନ୍ଦ୍ର ବାରିକ୍, ରମାକାନ୍ତ ଦାସ, ସୂର୍ଯ୍ୟକାନ୍ତ ହରିଚନ୍ଦନ, ହିମାଦ୍ରୀ ଭୂଷଣ ମିଶ୍ର, କେଶବ ଚନ୍ଦ୍ର ସେଠୀ, ଅବିନାଶ ପାଇକରାୟ, ସଞ୍ଜୟ ବେହେରା, ଦିଜବର ଘଡ଼ାଇ, ବୈଦ୍ୟନାଥ ବେହେରା ପ୍ରଭୃତି ଉପସ୍ଥିତ ଥିଲେ। ଅଟଳ ମହିଳା ସଂଘ ରାଜ୍ୟ ସଭାନେତ୍ରୀ ଦିପ୍ତିମୟୀ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ଅଭୟ କୁମାର ଭୂୟାଁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.

two × 5 =