କାର୍ତ୍ତିକ ଗଲାପରେ

ଠେଲା ପେଲା ଭିଡ଼ ଏଠି ପ୍ରବଳ ରୁ ଆହୁରି ପ୍ରବଳ..
କାଲି ଥିଲା ମନ୍ଦିରରେ, ଆଜି ହେବ ଆଇଁଷ ର ଝୋଳ,,,ମାଛ ମାଂସ କିଣିବାକୁ ଆମେ ଝାଲ ନାଲ,

ଭୁଲି ଗଲୁ ପଂଚୁକ ର ଭଜନ କୀର୍ତନ,,,,,ହୁ ଲୁ ହୁ ଲି ହରିବୋଲ
ଚିତା ଚଈତନ,,,ଏବେ ଖାଲି ମାଛ ମାଂସ କୁକୁଡା ଠୁ କଙ୍କଡା ପର୍ୟ୍ୟନ୍ତ
ମଦୀରା ରେ ମସଗୁଲ କଟା ମୁଣ୍ଡ ପଟୁଆର ମଣିଷ ଟା ଭୀଷଣ
ଦୂରଦାନ୍ତ

ନଡ଼ିଆ
କଦଳୀ ପୁଣି ,ଧୂପ ଝୁଣା
ଫୁଲ ଫଳ ଦେଇ…ଶାନ୍ତି ଯିଏ ମଗୁଥିଲା ପାହାନ୍ତି ରୁ ବୁଡ ସେ ପକାଇ

କିଏ ସେ କଲିଜା ମାଗେ କିଏ ମାଗେ ଫଡିଆ ଗର୍ଦନ
ଭଲ ମାଂସ ମିଳିଲାନି ବୋଲି କିଏ ଦେଖ କରୁଛି କ୍ରନ୍ଦନ

ଭଲ ମାଂସ ସରିଗଲା ବୋଲି କିଏ ଏଠି ହେଲାଣି ବିକଳ
ଦିଅ ମୋତେ ପୁଟି ନାଡ ଗୋଡ଼ ମୁଣ୍ଡ
ନହେଲେ ତ ହେବ ଗଣ୍ଡଗୋଳ

ପାନ ଆଉ ଗୁଆ ଦେଇ ନଦୀ ନାଳ ପୋଖରୀରେ ଧର୍ମ ଡଙ୍ଗା କେତେ ଯେ ଭାସିଲା,,,,ପୁନେଇ ଟା ଗଲା ପରେ
ନିରୀହ ଜୀବ ର ରକ୍ତ ନଇ ହୋଇ ବହି ତ ଆସିଲ ,,,

ବନ୍ଦ ହେଲା ହରି ନାମ ଝ୍lଞ୍ଜା ପିଟl
ପାହାନ୍ତି ଗାଧୁଆ ପୁଣି ମନ୍ଦିର ରେ ପଡ଼ିଲା ମରୁଡି ,,,,ଅନା ସେ ନନା କୁ ଟିକେ କୁକୁଡା ର ବେକ ତାକୁ ଠିଆ ଠିଆ ଦେଉଛନ୍ତି ମୋଡ଼ି

😁

Leave A Reply

Your email address will not be published.

20 − 18 =