ସବୁ ବ୍ୟକ୍ତିଗତ ସମ୍ପତ୍ତି କୁ ସରକାର ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ ଦେଶ ର ଶୀର୍ଷ ଅଦାଲତ । ଶୀତଳ ଭଣ୍ଡାର କୁ ଗଲା ୪୬ ବର୍ଷ ତଳର ଆଇନ
ବ୍ୟକ୍ତିଗତ ସମ୍ପତ୍ତି କୁ ସରକାରୀକରଣ ଉପରେ ଶୀର୍ଷ ଅଦାଲତ ଙ୍କ ସୁରକ୍ଷା ।
ଏକ ଐତିହାସିକ ନିଷ୍ପତି ରେ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ୯ ଜଣିଆ ଖଣ୍ଡ ପୀଠ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ଙ୍କ ଅଧ୍ୟକ୍ଷତାରେ ରେ ଏକ ଗୁରୁତ୍ଵ ପୂର୍ଣ୍ଣ ଆଦେଶ ଦେଇ ୧୯୭୮ ମସିହା ର ରାୟ କୁ ରଦ କରି ସବୁ ଘରୋଇ ସମ୍ପତ୍ତି କୁ ସରକାର ନିଜ ହାତ କୁ ନେଇ ପାରିବେ ନାହିଁ ବୋଲି ଆଦେଶ ଦେଇଛନ୍ତି ।
୨୦୦୨ ରୁ ୨୨ ବର୍ଷ ଧରି ଚାଲିଥିବା ଏକ ଗୁରୁତ୍ଵପୂର୍ଣ୍ଣ ମାମଲା କୁ ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ବ୍ୟକ୍ତିଗତ ସମ୍ପତ୍ତି ରେ ସରକାର ଙ୍କ ଅଧିକାର ର ଏକ ଲକ୍ଷ୍ମଣରେଖା ଟାଣିଛନ୍ତି
୮ ଜଣ ବିଚାରପତି ଏହି ରାୟ ସପକ୍ଷରେ ମତ ରଖି ସବୁ ଘରୋଇ ସଂପତ୍ତି କୁ ମ୍ୟାଟେରିଆଲ ରିଶିଓସୋରସ ବୋଲି ଘୋଷଣା କରାଯାଇ ପାରିବ ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି ।
।ଜନସାଧାରଣ ଙ୍କ ସ୍ବାର୍ଥ ରେ ବ୍ୟକ୍ତିଗତ ସଂପତ୍ତି ର ସମୀକ୍ଷା ହେବା ଉଚିତ୍ ବୋଲି ନ୍ୟାୟାଳୟ କହିଛନ୍ତି । ୧୯୭୮ ମସିହାରେ ଏହି ଅଦାଲତ ସବୁ ବ୍ୟକ୍ତିଗତ ସମ୍ପତ୍ତି କୁ ସରକାର ନେଇ ପାରିବେ ବୋଲି ନିର୍ଦ୍ଦେଶ ଦେଇ ଥିଲା ବେଳେ ଏବେକାର ରାୟ ଦ୍ଵାରା ୪୬ ବର୍ଷ ତଳ ର ପୂର୍ବ କାନୁନ୍ ର ଅନ୍ତ୍ ଘଟି ଏକ ନୂଆ ଆଇନ ର ଶାସନ ଲାଗୁ ହୋଇଛି । ତେବେ ମହାରାଷ୍ଟ୍ର ପ୍ରପଟି ଆସୋସିଏସନ୍ ଓ ମହାରାଷ୍ଟ୍ର ସରକାର ଙ୍କ ମଧ୍ୟ ରେ ହୋଇଥିବା ଏହି ବିବାଦ ରେ ସମାଧାନ ହୋଇଥିଲା ବେଳେ ଏହି ଖଣ୍ଡ ପୀଠ ରେ ଜଷ୍ଟିସ ହୃଷୀକେଶ ରାୟ ଜଷ୍ଟିସ ସୁଧାଂଶୁ ଧୂଳିଆ ଜଷ୍ଟିସ ମନୋଜ ମିଶ୍ର ଜଷ୍ଟିସ ବି ବି ନାଗରତ୍ନ ଜଷ୍ଟିସ ଜେ ବି ପାରଗିୱାଲା ଜଷ୍ଟିସ ରାଜେଶ ବିନ୍ଦଲ ଜଷ୍ଟିସ ସତିଶ ଶର୍ମା ଜଷ୍ଟିସ ଜଷ୍ଟିସ ମେହେଶିନ ଙ୍କ ଖଣ୍ଡ ପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।