ଭଏସ ଅଫ କମନ୍ସ
ଅନନ୍ୟ ଅବିନାଶ
ଆୟୂର୍ବେଦ ଇ ଆଉ ଜଣେ ଅଶ୍ଵିନୀ କୁମାର ସେ
ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ରେ ଆୟୁର୍ବେଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା କୁ ଫେରି ପ୍ରାକୃତିକ ଉପାୟ ରେ ରୋଗୀ ମାନଙ୍କ ସେବା କରିବାକୁ ଅନନ୍ତ ଆଗ୍ରହ ତାଙ୍କର
.💠 🔶
ପାକଲା ଚୁଟିରେ ଜେଜୀ ମା ଖୋସା ପାରିଲା ପରି ଶରତ ର କାଶ ତଣ୍ଡି ରେ ଖୋଷl ପାରି ସ୍ୱରୁପା ବିରୂପା କୁଆଁର ପୁନେଇ ରେ ଗଣ କବି ଙ୍କ ଗୀତିନାଟ୍ୟ ଶୁଣି ଶୁଣି ଆନନ୍ଦ୍ ରେ ବିଭୋର ହେବାର ଦେଖୁ ଦେଖୁ ତାର ଓଦା ସର ସର ବାଲିଆ ପଣତ ର ଲୁଗା କାନି ରେ ହାତ ମୁହିଁ ପୋଛି ବିଲୁଆ ଗାତ କରୁ କରୁ କେତେ ବେଳେ ଶୈଶବ ତାଙ୍କୁ ଯଉବନ ରେ ଫୁଲ ବନ ରେ ଠିଆ କରେଇ ସାରିଛି ।
ଆଉ ସେ ବିରୂପା ତାଙ୍କୁ ଶିଖେଇ ଦେଇଛି ମା ମାଟି ମାହାଙ୍ଗା ଆଉ ଚାରି ପାଖ ର ଗଛ ଲତା ଜୀବ ଜନ୍ତୁ ଜଙ୍ଗଲ ପ୍ରକୃତି କୁ ଭଲ ପାଇବା,,
କଟକ ଜିଲ୍ଲା ର ମାହାଙ୍ଗା ଅଞ୍ଚଳ ରେ ଚାଇଁଆପାଲ୍ ଗାଁ ରେ ତାଙ୍କର ଜନ୍ମ । ଲଳିତଗିରି ର ମଥାନ ସେ ପଟରୁ ଉଇଁ ଆସୁଥିବା ସକାଳ ର ସୂର୍ଯ୍ୟ ଶାଗୁଆ ଧାନ କ୍ଷେତ ନଇ ପଠା ର ସୋରିଷ କିଆରୀ ପାଳ ଭୂତ ଆଜି ବି ତାଙ୍କ ମନ କୁ ଆହ୍ଲାଦିତ ଆଉ ଆନମନା କରେ,,ଏକ ଯୌଥ ପରିବାର ରେ ଜନ୍ମ ନେଇ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ପାଈ ଥିବା ଅବିନାଶ ଏଇଠୁ ଯେମିତି ଶିଖିଥିଲେ ମାଟି ପାଣି ପବନ ଆକାଶ ପଶୁ ପକ୍ଷୀ ଆଉ ସମାସ୍ତ ଙ୍କୁ ଭଲ ପାଇବା ,,ଆଦୂର୍ ରେ ପଲ୍ଲୀ କବି ଙ୍କ ଏନ୍ତୁଡ଼ିଶାଳ ଆଉ ତାଙ୍କ ର ସେଇ କବିତା ପଢ଼ି ପଡ଼ି କେମିତି କେଜାଣି କେତେବେଳେ ସେ ପଡ଼ି ସାରିଥିଲେ ପ୍ରକୃତି ପ୍ରେମରେ,,,,ଆଉ ସେଇ ପ୍ରକୃତି ପ୍ରେମ ତାଙ୍କୁ ଆଜି ଯେମିତି ପରିଣତ କରିଛି ପ୍ରାକୃତିକ ଚିକିତ୍ସକ ରେ ,,,, ଅଲ୍ଲୋପଥି ଅଧ୍ୟୟନ ନ କରି ମେଧାବୀ ଅବିନାଶ ପଢ଼ିଛନ୍ତି ଆୟୁର୍ବେଦ ,,,ସାର ରାଜ୍ୟ ରେ ପ୍ରଥମ ହୋଇ ଏବେ କାୟ ଚିକିତ୍ସା ରେ ଅଧ୍ୟୟନ ରତ,,
ଦିଲ୍ଳୁୀ ରେ ଅବସ୍ଥିତ ଦେଶର ଅନ୍ୟତମ ଶ୍ରେଷ୍ଠ ମହବିଦ୍ୟାଳୟ ରେ ଆୟୁର୍ବେଦ ରେ ଗବେଷଣା କରୁଥିବା ମାଟି ମନସ୍କ ଜଣେ ଯୁବ ଚିକିତ୍ସକ ଡାକ୍ତର ଅବିନାଶ କର…ଗାଁ କୁ ନେଇ ସ୍ବପ୍ନ ର ସୀମା ହେଉଛି ଏକ ଅନନ୍ତ ଆକାଶ ପରି ପରିବ୍ୟପ୍ତ..ଉଚ୍ଚଶିକ୍ଷା ସାରି ଦିଲ୍ଲୀ ରେ ନରହି ଗାଁ ମାଟି କୁ ଫେରି ପ୍ରାକୃତିକ ପଦ୍ଧତି ରେ ରୋଗୀ ମାନଙ୍କ ସେବା କରିବା ଓୈଷଧିୟ ବୃକ୍ଷର ସଂରକ୍ଷଣ ଓ ପରିବେଶ ସୁରକ୍ଷା ହେଉଛି ଡାକ୍ତର ଅବିନାଶ ଙ୍କ ଜୀବନର ଲକ୍ଷ୍ୟ…ଜୀବନ ର ଚାଲିଥିବା ସବୁଯାକ ବାଟରେ ରେ ସବୁ ବେଳେ ଜେଜେ ଙ୍କୁ ନିଜର ମାର୍ଗ ଦର୍ଶକ ମାନେ କରି ତାଙ୍କୁ ହିଁ ନିଜର ଆଦର୍ଶ ଭାବରେ ବରି ନେଇଛନ୍ତି ଅବିନାଶ l ତାଙ୍କରି ପାଖରୁ..ଶିଖୁଛନ୍ତି ସେବାର ଖଡିପଠ,,,, ଜେଜେ ଙ୍କ ମେରି ଖୁଣ୍ଟି ରେ ଯୋଚା ହେଇଥିବା ଯୌଥ ପରିବାର ର ଅଜସ୍ର ଶ୍ରଦ୍ଧା ତାଙ୍କୁ ଦେଇଛି ଅନନ୍ତ ଆତ୍ମ ବିଶ୍ୱାସ ,,, ଅନ୍ୟମାନଙ୍କ ଦୁଃଖ ରୁ ଭାଗ ନେବାର କଳା ତାଙ୍କୁ ପରିବାର ଶିଖେଇଚି । ସେଥିପାଇଁ ବୋଧେ କରୋନl କାଳରେ ସେ ପ୍ରତିଦିନ ଅନେକ ରୋଗୀ ଙ୍କୁ ଚିକିତ୍ସା କରି ଆରୋଗ୍ୟ କରୁଥିଲା ବେଳେ ସଂକ୍ରମଣ ତାଙ୍କୁ କରି ପା ରି ନି ଶଙ୍କlଗସ୍ତ
ଯୁବସୁଲଭ ଆତ୍ମବିଶ୍ବାସ ଓ ଅନ୍ତଦୁଷ୍ଟି ଭିତରେ ଲୁଚିରହିଛି ଅଦମ୍ୟ ଅଂଗୀକାରବଦ୍ଧତା..ଓ ସାମାଜିକ ଉତ୍ତରଦାୟିତ୍ବ..
.କିଛି ଗୋଟେ ଭଲ ଆଉ ନୁଆ କରିବାର ….ନିଜେ ବାଟ ତିଆରି କରି ତା ଉପରେ ଚାଲିବାର ଝୁଙ୍କ ପାଇଁ ସତରେ ସେ ଅନନ୍ୟ,,ନିଜ ପାଇଁ ସ୍ବପ୍ନ ର ଭିଡ ଭିତରେ ଯୁବ ପିଢ଼ି ଡହଳ ବିକଳ ହେଉଥିଲା ବେଳେ ପରିବେଶ ଜୈବ ବିବିଧତା ଓ ସମାଜ ର ବହୁ ବିଧ କଲ୍ୟାଣ ର ସ୍ବପ୍ନ ତାଙ୍କୁ ଅଥୟ କରେ । ପ୍ରାକୃତିକ ଚିକିତ୍ସା ସେବା ଦେଇ ରୋଗୀ ର ରୋଗ ଯନ୍ତ୍ରଣା ଭଲ କରିବା ହେଉଛି ତାଙ୍କର ଅଭିଳାଷ । ଦିଲ୍ଲୀ ନୁହେଁ ବରଂ ପଲ୍ଲୀ ରେ ଜୀବନ ଅଛି ବୋଲି କୁହନ୍ତି ସେ । କେତେ ନିରୀହ ଇଚ୍ଛା ର ନିଆରା ଯୁବକ ହେଉଛନ୍ତି ଡକ୍ଟର ଅବିନାଶ । ସତରେ ସେ ଅନନ୍ୟ
ଡାକ୍ତର ଅବିନାଶ କର
ଡକ୍ଟର ଅବିନାଶ କର ଙ୍କ ସହ ଏକ ଅନ୍ତରଙ୍ଗ ଆ ଳା ପ