ଏଲ୍ ନିନୋ କୁ ନେଇ ବଢୁଛି ବିଶ୍ୱ ର ଉଦବେଗ
ପାଣିପାଗ ,ଜୀବନ ଜୀବିକା କୁ ପ୍ରଶାନ୍ତ ମହାସାଗର ରେ ସୃଷ୍ଟି ହୋଇଥିବା ଏଲ ନିନୋ ପ୍ରଭାବିତ କରିବ ବୋଲି ଜଣା ପଡ଼ିଥିଲା ବେଳେ ଏହାର ପ୍ରଭାବ ରେ ବଢୁଥିବା ତାପମାତ୍ରା ଗଭୀର ଭାବେ ଖାଦ୍ୟ ଉତ୍ପାଦନ କୁ ବି ପ୍ରଭାବିତ କରିବ ବୋଲି ପାଣିପାଗ ବିଶେଷ୍ଞମାନେ ଯଥେଷ୍ଟ ଆଗରୁ ଭବିଷ୍ୟତ ବାଣୀ କରି ସାରିଛନ୍ତି ।
ତେବେ ୧୯୫୦ ମସିହା ପରେ ଏହା ବିଶ୍ୱ ର ସବୁଠାରୁ ବଡ ଏଲ ନୀନୋ ବୋଲି କୁହାଯାଉଛି । ଏହାର ପ୍ରଭାବ ରେ ମୌସୁମୀ ରେ ଅନିୟମିତା ବିଶ୍ୱ ତାପମାତ୍ରା ବୃଦ୍ଧିକେଉଁଠୁ ମରୁଡ଼ି ତ କେଉଁଠି ବନ୍ୟା ହେବାର ସମ୍ଭାବନା ଥିଲା ବେଳେ ଏହାର ପ୍ରଭାବ ୨୦୨୬ ବର୍ଷ ରୁ ଆରମ୍ଭ ହୋଇ ୨୦୨୭ ଯାଏ ପାଖାପାଖି ୧୮ ମାସ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ତେବେ ଏଲ ନି ନୋ ର ପ୍ରଭାବ ସାଧାରଣ ଭାବେ ୯ ମାସ ରହିଥିଲା ବେଳେ
ଏବେ ଜାତି ସଂଘ୍ ର ୱର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ବିଶ୍ୱ ରେ ଖାଦ୍ୟ ସଙ୍କଟ ଦେଖାଯିବ ସହ ,ଅତିରିକ୍ତ ୪.୫ କୋଟି ଲୋକ ଖାଦ୍ୟ ସଙ୍କଟ ର ସମ୍ମୁଖୀନ ହେବାସହ ତୀବ୍ର ଖାଦ୍ୟ ସଙ୍କଟ ରେ ବିଶ୍ୱ ର ୨୨ ପ୍ରତିଶତ ଲୋକ ପ୍ରଭାବିତ ହେବେ ।
ଦକ୍ଷିଣ ଅପ୍ରିକା ଦକ୍ଷିଣ ଆମେରିକା କାରଵିଆନ ଅଞ୍ଚଳ ର ୧.୨୦ କୋଟି ଲୋକ ଖାଦ୍ୟ ସଙ୍କଟ ରେ ପଡ଼ିବା ର ସମ୍ଭାବନା ରହିଥିଲା ବେଳେ ଦକ୍ଷିଣ ପୂର୍ବ ଏସିଆ ରେ ଅନିୟମିତ ବର୍ଷା ଯୋଗୁ ମରୁଡ଼ି ଓ ବନ୍ୟା ହୋଇ କୃଷି ଉତ୍ପାଦନ କୁ ଗଭୀର ଭାବେ ପ୍ରଭାବିତ କରିପାରେ ବୋଲି ବିଶ୍ୱ ସଂସ୍ଥା ସତର୍କ କରି ଦେଇଛି ।