ମାତ୍ର ୩୮ ବର୍ଷ ବୟସ ର କାଳ ଖଣ୍ଡ ରେ
୮୪ ଥର ରେ ପହଞ୍ଚିଲା ଯୁବ ସମାଜସେବୀ ଙ୍କ ର ରକ୍ତଦାନ
ଗୁରୁ ପୂର୍ଣ୍ଣିମା ରେ ନିଜର ସ୍ଵନକ୍ଷେତ୍ର ତିଥି ରେ କଲେ ରକ୍ତ ଦାନ
🩸 🩸 🩸
ଗୁରୁ ପୂର୍ଣ୍ଣିମା ରେ ନିଜର ଜନ୍ମ ଦିନ ଉପଲକ୍ଷେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ରକ୍ତ ଦାନ ଦେଇ ନିଜର ଜନ୍ମ ଦିନ ପାଳନ କଲେ ରକ୍ତ ଦାନ ପାଇଁ ସମର୍ପିତ ତଥା ଲୋହିତ କ୍ରାନ୍ତି ର ଅନ୍ୟତମ ଭଗିରଥ ରାଜ୍ୟ ର ବିଶିଷ୍ଟ ଓ ଯୁବ ସମାଜସେବୀ କମ୍ପ୍ୟୁଟର ବୈଜ୍ଞାନିକ
ପ୍ରଫେସର ଡକ୍ଟର ସଂଗ୍ରାମ କିଶୋର ସ୍ବାଇଁ ।
ମାତ୍ର ୩୮ ;ବର୍ଷ ର ଜୀବନ ର କାଳଖଣ୍ଡ ରେ ଜୀବନ ଦାନ ର ଏହି ମହାନ୍ ଉତ୍ସର୍ଗ ଓ ନିଷ୍ଠା ବିରଳ ହୋଇ ଥିଲା ବେଳେ
ଯୁବ ସମାଜ ପାଇଁ ସେ ଜଣେ ପ୍ରେରଣା ପୁରୁଷ । କେବଳ ନିଜେ ରାକ୍ତ ଦାନ କରିବା ରେ ନୁହେଁ ହଜାର ହଜାର ଯୁବକ ଯୁବତୀ ଙ୍କୁ ଏହି ଲୋହିତ ସ୍ରୋତ ସାମିଲ କରିବା ସହ ସମାଜ ସେବା ପାଇଁ
ପ୍ରେରିତ କରି ଡକ୍ଟର ସ୍ବାଇଁ ପାଲଟିଛନ୍ତି ଏକ ଉଦାହରଣ ।