କେବେ ବଦଳିବ – ଦେଶ କେବେ ବଦଳିବେ ନେତା
ଦେଶ କୁ ପରାଧୀନ କରିବାକୁ ବିଦେଶୀ ଶକ୍ତି ର ଆବଶ୍ୟକତା
ନାହିଁ ।ନିଜ ଦେଶ ର ବିଶ୍ୱାସ ଘାତକମାନେ ହିଁ ଏଥିଲାଗି ଯଥେଷ୍ଟ ଯାହା ସେମାନେ ଆଗରୁ ହଜାର ହଜାର ଥର ପ୍ରମାଣ କରି ଦେଖାଇ ସାରିଛନ୍ତି ।ନିଜର ସିଂହାସନ ଭୋଗ ବିଳାସ ଧନ ସମ୍ପତ୍ତି ପାଇଁ ଦେଶ କୁ ବିକୁଥିବା ସେଇ କଳଙ୍କିତ ଖଳ ନାୟକ ମାନଙ୍କ ର ବଂଶ ବୃକ୍ଷ ଏବେ କାୟା ମେକେଇଛି ।ବିଭିନ୍ନ ରୂପରେ ସେମାନେ ରାଜନୀତି ଅମଲା ତନ୍ତ୍ର ଧର୍ମ ଅନୁଷ୍ଠାନ ଚଳିଚିତ୍ର ଦୁନିଆ ମାଫିଆ ଲାଭ ଖୋର୍ ବ୍ୟବସାୟୀ ଅପମିଶ୍ରଣ କାରି ଙ୍କ ଭିତରେ ଆତ୍ମ ଗୋପନ କରି ସେମାନଙ୍କ କଳା ଧନ୍ଦା କୁ ଧଳା ହାତୀ ବେଶ ରେ ଅତି ସନ୍ତର୍ପଣ ରେ କରି ଚାଲିଛନ୍ତି।
ମୋଗଲ ଇଂରେଜ ମଙ୍ଗୋଲୀୟ ପର୍ତ୍ତୁଗୀଜ୍ ଙ୍କ ର ଶହ ସହ ବର୍ଷ ର କୁ ଶାସନ ଶୋଷଣ ଅତ୍ୟାଚାର ଭିତରେ ଏହି ଦେଶୀ ବିଶ୍ୱାସୀ ଘାତକ କ୍ଷମତା ଲୋଭୀ ଙ୍କ ର
ବିଶ୍ୱାସ ଭାଙ୍ଗିବାର
ବିକଳ ଆଉ ବିଭତ୍ସ ସତ୍ୟ ଆଜି ବି ଅତୀତ ର ଆଇନା ଜଳ ଜଳ ଦିଶେ ।
ପଲାସୀ ଠାରୁ ପାନିପାତ,,,
ହଳଦୀଘାଟ ରୁ ଜୟଚନ୍ଦ୍ର ମିର୍ଜାଫର୍ ପର୍ଯ୍ୟନ୍ତ ସବୁ ଠାରେ ଦେଶୀ ବିଶ୍ୱାସ ଘାତକ ର ଦେଶ କୁ ବିକିବାର ବିକଟାଳ ସତ୍ୟ,,
ଜୟୀ ରାଜ ଗୁରୁ ଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂହ ଚନ୍ଦ୍ର ଶେଖର ଆଜାଦ୍ ଙ୍କ ଫାଶୀ ଯାଏ ସବୁ ଠାରେ ବିଷାକ୍ତ ବିଶ୍ୱାସ ଘାତକ ଙ୍କ ବିଷ ଦାନ୍ତ ର ଚିହ୍ନ,
ଦୁର୍ନୀତି ଦେଶ କୁ ଭାଙ୍ଗେ । କ୍ଷମତା ନିଶା ଆଉ ନିଜ ସ୍ୱାର୍ଥ ଅସାଧୁ ଉପାୟ ରେ ଆଧିକ ସମ୍ପତ୍ତି ଅର୍ଜନ କରିବା ବି ଦେଶ ଦ୍ରୋହ।
କେତେ ଟା ଟଙ୍କା ପାଇଁ ବିକ୍ରି ହେଇ ଯାଉଛି ବିବେକ ଆଉ ମଣିଷ ପଣିଆ,,
ଆମେ ଯେମିତି ପାସୋରି ସାରି ଛେ ମାଟି ମା ପାଇଁ
ବଳିଦାନ ର ଗରୀମାମୟ ଗାଥା ସବୁ,,,
ବାର ବର୍ଷ ର ବାଜି ରାଉତ୍ ମା କୋଳ ଛାଡ଼ି ମାଟି ପାଇଁ ହସି ହସି ମରିବା ଆନ୍ଦୋଳିତ କରୁନି ଏ ଦେଶ ର ରାଜ ନେତାଙ୍କୁ ,,
ବାସୁ ବିଶୁନି ଙ୍କ ବଳିଦାନ ଠାରୁ ଆରମ୍ଭ କରି କଳାପାଣି ଇରମ ଆଉ ଜାଳିୱାନ ବାଗ ରେ ମାତୃ ଭୂମି ପାଇଁ ସେଇ ଗଣ ହତ୍ୟା ର ଲୋମ ହର୍ଶନ କରି କରୁଣ କାହାଣୀ
ପୁଣି ନେତାଜୀ ଙ୍କ ବୀରତ୍ୱ ର ବେଦନା ଦାୟକ ସେଇ ତ୍ୟାଗ ତପସ୍ୟା ର ସମର୍ପଣ ର ଇତିହାସ କୁ ଆମ ନେତା ମାନେ କେବଳ ଭାଷଣ ଦେବାକୁ ଅଗଷ୍ଟ କି ଜାନୁଆରୀ ରେ ମନେ ପକାନ୍ତି ।
ରାଜ ନେତା ଙ୍କ ଭିଆଇପି ସଂସ୍କୃତି ଆଉ ଗାଡ଼ି ର ପଲଟଣ ଭୋଗ ବିଳାସ ଭିତରେ ନେତା ମାନଙ୍କ ର ବିଲକୁଲ ମନେ ପଡୁନି ମାତୃ ଭୂମି ପାଇଁ ଏ ମାଟି ର ମୁକ୍ତି ପାଇଁ ଅକଥନୀୟ ନିର୍ଯାତନା ସହି କିଏ ଗୁଳି ଚୋଟ ରେ ତ କିଏ ଚାବୁକ କି ଲାଠି ମାଡ ରେ କୋଉ ଇଂରେଜ ସିପାହୀ ର ଜୋତା ତଳେ ଦଳି ଚକଟି ହେଇ ମରିଥିବା ସେଇ ଦେଶ ଭକ୍ତ ର ଜୀବନ କାହାଣୀ ।
ମାନେ ପଡୁନି ଅଖିଆ ଅପିଆ ବେଡି କୋରୋଡା ଖାଇ ପାଣି ବଦଳ ରେ ନିଜ ପରିସ୍ରା ପିିଇ ପୋକଜୋକ ଙ୍କ ଭିତରେ ଅତଳ ତଳ ସମୁଦ୍ର ଭିତରେ ଥିବା କୋଉ ଏକ ଟାପୁ ରେ ଅନ୍ଧାର ର କଳା କୋଠରୀ ଭିତରେ ଜୀବନ ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସେଇ କଳାପାଣି ର ବନ୍ଦୀ ଜୀବନ ର ଲୁହ ଭିଜା କଥା ସବୁ
ମନେ ପଡିବ କି ନାଁ ତା ବି ସନ୍ଦେହ ରେ । ଲାଗୁଚି ଯେମିତି ନେତା ମାନଙ୍କ କ୍ଷମତା ର ଭୋକ ଆଉ ସରକାରୀ ବାବୁ ମାନଙ୍କ ର ଭ୍ରଷ୍ଟାଚାର ବିଶ୍ୱାସ ଘାତକ ଙ୍କ ଶକୁନି ର ପସା ପାଳିରେ
ରେ ଦିନେ ଏ ଦେଶ ପୁଣି ବନ୍ଧା ପଡିବ ଛଳନା ର କୁରୁକ୍ଷେତ୍ର ରେ ।
ସତ୍ୟ ଦେଶ ପ୍ରେମ ରେ କରୁଥିବା ରାଜନେତା କୁ ମିଳୁନି ଶାସନ ର ସିଂହାସନ ,,ନିଷ୍ଠାପର ସରକାରୀ କର୍ମଚାରୀ ର ଦକ୍ଷତା କୁ ସମ୍ମାନ ଦେଉନି ବ୍ୟବସ୍ଥା , ଶଠତା ଏ ସରା ଘା ତ ରେ ଯେମିତି ସହିଦ ହେଉ ଯାଉଛି ସତ୍ୟ ,,,
- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଙ୍କ୍ ର ଏକ ତାଲିକା ଅନୁସାରେ ଗତ ଦୁଇ ବର୍ଷ ପୂର୍ବରୁ ନିଜ ର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଥିବା ଏପରିକି ସାଧାରଣ ବ୍ୟବହାର୍ଯ୍ୟ ଦ୍ରବ୍ୟ ଟି ପାଇଁ ଭାରତ ଉପରେ ନିର୍ଭର କରି ଭାରତ ର ସାହାଯ୍ୟ ରେ ନିଜର ଉଜୁଡ଼ା ଅର୍ଥନୀତି କୁ ସଜାଡ଼ି ପାରିଥିବା ଶ୍ରୀ ଲଙ୍କା ମୁଣ୍ଡ ପିଛା ଆୟ ଭାରତଠୁ ଅଧିକ ।ଜି ଡି ପି ବା ସାମଗ୍ରିକ ଉତ୍ପାଦନ ରେ ଦେଶ ଆଜି ଚତୁର୍ଥ ଅର୍ଥିନିତି ର ନାଗରା ବଜାଇ ଥିଲା ବେଳେ ଦେଶ ରେ କିଛି ବ୍ୟକ୍ତି ଶିଳ୍ପପତି ବ୍ୟବସାୟୀ ଙ୍କ ହାତରେ ରାଜସ୍ୱ ଠୁଳ ହେଉଛି ହେଲେ ଗରିବ ଙ୍କ ମୁଣ୍ଡ ପିଛା ଆୟ ରେ କାହିଁକି ହେଉନି ଆଶା ଜନକ ଅଭିବୃଦ୍ଧି। ।କଣ ନାହିଁ ଭାରତ ରେ ?