ଆତ୍ମା କୁ ଚୁଇଁଲାପରି ନୂଆ ବର୍ଷ ର ଆସର,
ଭଏସ ଅଫ୍ କମନ୍ସ ନିଉଜ ୧୫/୦୪
ନାଁ ଥିଲା ମଞ୍ଚ ମାଇକ୍ ନାଁ ଚୌକି ,ଥିଲା କିନ୍ତୁ ଆମୋଦିତ କଲା ପରି ଆବେଗ ଅଲ୍ହାଦ ଆଉ ପୁଲକିତ ଆପଣାପଣ ,। କିଛି ମାଟି ମନସ୍କ ମଣିଷ ଙ୍କ ଥିଲା ଯେମିତି ହୃଦୟ ଖୋଲା ମାନସ ମନ୍ଥନ ।ସମସ୍ତେ ସମସ୍ତ ଙ୍କ ର ମନ୍ ଆଉ ହୃଦୟ କଥା କୁ ଶୁଣୁଥିଲେ । ସମସ୍ତେ ଶ୍ରୋତା ପୁଣି ସମସ୍ତେ ବକ୍ତା । ପୁଣି ମଝିରେ ବେଲ ଦହି ଛେନା କଦଳୀ ନଡ଼ିଆ ଭଳି କି ଭଳି ଫଳ ରୁ ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ସ୍ୱାଦିଷ୍ଟ ପଣା ପିଆ ।।
,,
ସବୁ ବର୍ଷ ପରି ନିରୋଳା ଓଡ଼ିଆ ପଣ ର ନୂଆ ବର୍ଷ କୁ ଗାଁ ଦାଣ୍ଡ ରେ ଖୋଲା ଆକାଶ ତଳେ ଚାରି ପଟୁ ଚଇତାଳି ପବନ ଛୁଆଁ ରେ ସାହା ପକ୍ଷାରୁ ଜରି ପାଲ ପାରି ଗାଁ ଦାଣ୍ଡ ରେ ବସି ପଣା ପିଇବା ର ହୋଇଥିଲା ପାଳିତ।ସାଧାରଣ ମେହେନତୀ ଚାଷୀ ମଣିଷ ଠୁ ଆରମ୍ଭ କରି ଆମେରିକା ରୁ ଫେରିଥିବା ଯୁବ
ଇଞ୍ଜିନିୟର ମହାବିଦ୍ୟାଳୟ ରେ କାମ କରୁଥିବା ପ୍ରଫେସର ଅଥବା ଗାଁ ରେ ରହୁଥିବା ମା ଟିଏ।ନାଁ ଥିଲେ କିଏ ଅତିଥି କି ସଭାପତି । କବିତା ପାଠୋତ୍ସବ ହୋଇ ନ ଥିଲେ ବି କବି ର ଅଥଳ ଅନ୍ତ ସ୍ୱର ରୁ ଝରୁଥିଲା କବିତା ,

।ଓଡ଼ିଆ ପଣ ଉଜୁଡ଼ି ଯାଉଥିବା ସଂସ୍କୃତି ଅସ୍ମିତା ଭ୍ରଷ୍ଟ ରାଜନୀତି କୁ ନେଇ କେତେ ଚର୍ଚ୍ଚା ପରିବେଶ କୁ ନେଇ ଚାଲିଥିଲା ମାନସ ମନ୍ଥନ ,,ପାଖରେ ଥିବା ମୁଖ୍ୟ ସଡ଼କ ରେ ନିକଟସ୍ଥ ପାଟୁଆ ଯାତ୍ରା ର ଶ୍ରଦ୍ଧାଳୁଙ୍କୁ ସାହା ଯୁବ ସମାଜ କର୍ମୀ ମାନେ ବି ବିଳମ୍ବିତ ରାତ୍ରି ଯାଏ ପିଆଉଥିଲେ ପଣା,,


- ନୂଆ ବର୍ଷ ପାଇଁ ବର ଗଛ ପୋତି ପ୍ରକୃତି କୁ ପ୍ରଣାମ କରିଥିଲେ ଆଉ ବୈଶାଖ ରେ ବସୁଧା ପାଇଁ ବୃକ୍ଷ ଟିଏ ଉପହାର ଦେଇ ଥିଲେ ସମାଜ କର୍ମୀମାନେ । ବୋଧେ ଏହା ଥିଲା ନୂଆ ବର୍ଷ ର ଉପହାର। ପଣା ପ୍ରସ୍ତୁତି କରିଥିବା ଅମରେନ୍ଦ୍ର ଜେନା ମା ପୁଷ୍ପଲତା ନାୟକ ମା ପଙ୍କଜିନୀ ଲେଙ୍କା ଯୁବ ନର୍ସିଂ ଅଧିକରୀ ମଧୁସ୍ମିତା ଜେନା ଙ୍କୁ ହୃଦୟ ରୁ ସାଧୁବାଦ୍ ,,
ମାନସ ମନ୍ଥନ ରେ ଭାଗ ନେଇ ମନ ର କଥା କହିଥିବା ଶିରୀଶ ମହାନ୍ତି ଦିବାକର ପ୍ରଧାନ ଡକ୍ଟର ବିବେକାନନ୍ଦ ସିଂହ ଆଡଭୋକେଟ୍ ମନୋଜ ମହାନ୍ତି କୃଷକ ସୁଶାନ୍ତ ମହାନ୍ତି କୃଷକ ପ୍ରତାପ ରାଉତ୍ ଯୁବ କମ୍ପ୍ୟୁଟର ଇଞ୍ଜିନିୟର ଓ ଏକ ବହୁଦେଶୀୟ କଂପାନୀ ର ମୁଖ୍ୟ ପ୍ରକଳ୍ପ ପରିଚାଳକ ଡକ୍ଟର ଅମରେନ୍ଦ୍ର ମହାନ୍ତି ନୌବାହିନୀ ର ସେବା ନିବୃତ୍ତ ଅଧିକାରୀ ଭାରତ ପଟ୍ଟନାୟକ ସାମ୍ବାଦିକ ଧନେଶ୍ଵର ସେଠୀ ଶିକ୍ଷାବିତ୍ ଅରୁଣ ବାରିକ ଯୁବ ସଂଗଠକ ବିଶ୍ୱ ରଞ୍ଜନ ଜେନା କବି ରାଜେଶ ସାହୁ
କବି ବିଜୟ କୁଅଁର ଭାଇ କବି ଓ ପ୍ରବଚକ ସୁଶାନ୍ତ ବାବୁ କବି ସୁଶାନ୍ତ ମଢେଇ ଓ ଗଚ୍ଛ କିଶୋର ଙ୍କୁ ଅଶେଷ ଧନ୍ୟବାଦ୍
ପ୍ରବଳ ଖରା ସତ୍ତ୍ୱେ ଦୁଇ ଦିନ ଧରି ଦହି ପଣା ଓ ରାତ୍ରି ରେ ପଣା ପରିବେଷଣ କରିଥିବା ଯୁବ ସହଯୋଗୀ ତ୍ରିଲୋଚନ ସୀମାନ୍ତ ମହାନ୍ତି ସୁଧୀର ପଣ୍ଡା ଓ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ଅଧିନ ର କାର୍ଯ୍ୟରତ ଏକାଧିକ ଅଧିକାରୀ ଶାରଦା ଦାସ ପ୍ରମୋଦ ଓଝା ଅସୀତ ଜେନା ଉମାଶଙ୍କର ମହାନ୍ତି ପ୍ରମୁଖ ସେମାନଙ୍କ ଛୁଟି କୁ ଏଇ ସେବା ରେ ସାରି ଦେଇ ଥିଲା ବେଳେ ଏମିତି ଏକ ନିରୋଳା ନୂଆ ବର୍ଷ ପାଳନ ରେ ସହ ସହ ସାଧାରଣ ମଣିଷ ଭାଗ ନେଇ ପଣା ପିିଇ ବେଶ୍ ଖୁସି ହେଉଥିଲେ ।