ଯାଜପୁର ଜଗତେଶ୍ଵର ଧାମ ବରାଙ୍ଗ ରେ ବିଶାଳ ସ୍ବାସ୍ଥ୍ୟ ଶିବିର

ଯାଜପୁର ଜିଲ୍ଲା ର ବଡଚଣା ବ୍ଲକ ଅନ୍ତର୍ଗତ ଓଡ଼ିଶାର ମିନି କେଦାର ନାଥ କୁହାଯାଉଥିବା ବରାଙ୍ଗ ର ଶ୍ରୀ ଜଗତେଶ୍ୱର୍ ଧାମ ମନ୍ଦିର ପରିଚାଳନା ପରିଷଦ ପକ୍ଷରୁ ଜାରକା ରୋଟାରୀ କ୍ଲବ ସହଯୋଗ ରେ ଏକ ବିଶାଳବ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇ ଯାଇଛି । ଏହି ଶିବିର ରେ ଆଖ ପାଖ ଗାଁ ର ପ୍ରାୟ ପାଞ୍ଚ ଶହ ପାଖାପାଖି ଜନସାଧାରଣ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା ନେବା ସହ ମାଗଣା ଔଷଧ ମଧ୍ୟ ନେଇଥିଲେ ।

ଦେଶ ପ୍ରସିଦ୍ଧ ଫିଜିଓଥେରପି। ଚିକିତ୍ସାଳୟ ଏସ ଭି ନିର୍ତାର ଓଲଟପୁର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପବନ୍ ମହାନ୍ତି ଏହି ଶିବିର କୁ ଉଦ୍ଘାଟନ କରିବା ସହ ଓଲଟପୁର ରୁ ଆସୁଥିବା ବିଶେଷଜ୍ଞ ଚିକିତ୍ସକ ମାନେ ଭୌତିକ ଚିକିତ୍ସା ପ୍ରଦାନ କର୍ଥିଲେବ।
ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ର ମେଡିସିନ ବିଭାଗ ର ବରିଷ୍ଠ ପ୍ରଫେସର ଡକ୍ଟର ନିର୍ମଳ ସାହୁ ଙ୍କ ସହିତ ଅସ୍ଥିଶଲ୍ୟ ବିଭାଗ ମୂତ୍ରାଶୟ ବିଭାଗ ଶିଶୁ ଭବନ ରୁ ଶିଶୁ ସଲ୍ୟଭିଭାଗ ଚକ୍ଷୁ ବିଭାଗ ଦାନ୍ତ ବିଭାଗ ର ବହୁ ବିଶେଷଜ୍ଞ ଡାକ୍ତର ମାନେ ଯୋଗ ଦେଇ ରୋଗୀମାନଙ୍କୁ ସେବା ଦାନ କରି ଥିଲେ ।

ଏହି ଶିବିର ପାଇଁ ଅନେକ ଶୁଭେଚ୍ଛୁ ଔଷଧ ଯୋଗାଇ ଦେଇଥିଲା ବେଳେ ରୋଟାରୀ କ୍ଲବ ଜାରକା ଚାଣକ୍ୟ ହସ୍ପିଟାଲ କଟକ ର ସତ୍ଵାଧିକାରୀ ପ୍ରଦୀପ ବରାଳ ସାଲେପୁର ମେଡିକାଲ ହଲ ର ସତ୍ଵାଧିକାରୀ ସମାଜସେବୀ ଶ୍ରୀ ଶିଶିର ପଣ୍ଡା ପ୍ରମୁଖ ବହୁମୂଲ୍ୟ ଔଷଧ ଯୋଗାଇ ଦେଇ ଥିଲେ


ଅନ୍ୟମାନଙ୍କ ମଧ୍ୟ ରେ ଉଛ ନ୍ୟାୟାଳୟ ର ଅଧିବକ୍ତା ଶ୍ରୀ ରାମ ରାୟ ଗୋ ସେବକ ତଥା ଉଦ୍ୟୋଗୀ ଶ୍ରୀ ଦିନେଶ ଗୁପ୍ତା ଜଗତେଶ୍ୱର୍ ଧାମ ପରିଚାଳନା ମୁଖ୍ୟ ତଥା ଉଦ୍ୟୋଗୀ ସତ୍ୟମ ଭାଇ ଚାନକ୍ୟ ଚିକିତ୍ସାଳୟ କଟକ ର ସତ୍ଵାଧିକାରୀ ପ୍ରଦୀପ ବରାଳ ପରିବେଶ ବିତ ଓମ୍ ପ୍ରକାଶ ମହାନ୍ତି ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ ଭାରତୀୟ ସେନା ରୁ ସେବା ନିବୃତ୍ତ ଅଧିକାରୀ ଶ୍ରୀ ପି ଭାରତ ଭୂଷଣ ଦୀପକ ଆଚାର୍ଯ୍ୟ ଶିଶୁ ଭବନ ର ସହକାରୀ ପ୍ରଫେସର ଡକ୍ଟର ବନୋଜ ରାୟ ଶ୍ରୀ ଗଣେଶ ବଳବନ୍ତ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.