ସତ୍ୟମେବ ଜୟତେ ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଓ ବର୍ଷା ଉତ୍ସବ ପାଳିତ

ସାଲେପୁର ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତ୍ୟମେବ ଜୟତେ ପରିବାରର ସ୍ଵନକ୍ଷତ୍ର ଦିବସ ଓ ବର୍ଷା ଉତ୍ସବ ପି ଏମ୍ ଶ୍ରୀ ସାଲେପୁର ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ସାଲେପୁର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ଶଶଧର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସାମାଜସେବୀ ରଶ୍ମିରଞ୍ଜନ କାନୁନଗୋ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିବା ସହ ସଂଗଠନର ସଭ୍ଯସଭ୍ୟା ମାନେ ଶୃଙ୍ଖଳିତ ହୋଇ କାଯ୍ୟ କଲେ ସଂଗଠନର ଉନ୍ନତି ହେବ ବୋଲି ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି ଭାବରେ ହାଇଟେକ୍ ହସ୍ପିଟାଲର ହୃଦରୋଗ ଶଲ୍ୟ ବିଶେଷଜ୍ଞ ଡ଼ ଶ୍ୱେତାଙ୍କ ଦାସ ଯୋଗଦେଇ ମନୁଷ୍ୟ ଶରୀରରେ ହେଉଥିବା ବିଭିନ୍ନ ରୋଗକୁ କିପରି ନିରାକରଣ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ଓ ବରିଷ୍ଠ ସାହିତ୍ୟିକ ଡ଼ କୃତ୍ତିବାସ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବସମାଜ ଇଚ୍ଛାଶକ୍ତି ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପରାମର୍ଶ ଦେଇଥିଲେ।
ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ସମାଜସେବୀ ପଣ୍ଡିତ ବିନୟ ଭୂଷଣ ମିଶ୍ର ଙ୍କ ବେଦ ଧ୍ଵନୀ ରେ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ସମ୍ପାଦକ ମାନସ ରଞ୍ଜନ ଦାଶ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱରଂଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସତ୍ୟମେବ ଜୟତେ ଆଦର୍ଶ ଶିକ୍ଷକ ସମ୍ମାନ ଗୋବିନ୍ଦ ଚନ୍ଦ୍ର ପତିଙ୍କୁ, ନେତ୍ରାନନ୍ଦ ସ୍ମାରକୀ ସମାଜସେବା ସମ୍ମାନ ବିପିନ୍ ବିହାରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବାହ୍ନରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ସାଲେପୁର ଅଂଚଳର ୨୦ଟି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପ୍ରିୟଦର୍ଶିନୀ ପ୍ରଧାନ, ପ୍ରଶାନ୍ତ ମହାନ୍ତି, ଚଞ୍ଚଳାରାଣୀ ବେହୁରା, ଦେବବ୍ରତ ସ୍ୱାଇଁ, ଶର୍ମିଲି ସାହୁ, ସୁନିତା ସାମଲ, ସୁଜାତା କର, ଆନନ୍ଦ କୁମାର ସେଠୀ,ଅର୍ଚନା ସେଠୀ, ସୁନିର୍ମଳ ସେଠୀ, ବିଭୂତି ବେହେରା, ମମତା ପଣ୍ଡା, ସଞ୍ଜୟ ଦାଶ, ପ୍ରବୀର ଚନ୍ଦ୍ର ଦାସ ,ଭୁବନ ମୋହନ କର, ମୃତ୍ୟୁଞ୍ଜୟ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।