ନାଟ୍ୟ ନିର୍ଦ୍ଦେଶକ ଓ ସମାଜସେବୀ ସ୍ବର୍ଗତ ସଚ୍ଚିକାନ୍ତ ଦାସ ଙ୍କ ସ୍ଵନକ୍ଷତ୍ର ରେ ଶ୍ରଦ୍ଧାଞ୍ଜଳି
ଅଭାବ ଅନାଟନ ର ପ୍ରତିକୂଳତା କୁ ଖାତିର ନ କରି ଦେହ ରେ ରଙ୍ଗ ମାରି ଆଉ ନାଟକ ନିର୍ଦ୍ଦେଶନା ଦେଇ
ମାହାଙ୍ଗା ମାଟି ର ଗାରିମା ମୟ କଳା ସଂସ୍କୃତି ପାଇଁ ଜୀବନ କୁ ସେ ସମର୍ପିତ କରିଥିଲେ ।
ଭଏସ ଏଫ୍ କମ୍ବଡ ୧୬/୦୭
କେବଳ କଳା ପାଇଁ ନୁହେଁ ବରଂ ସରକାରୀ ଚାକିରୀ ନ କରି ଚାଟଶାଳୀ କରି ପିଲା ମାନଙ୍କୁ ପଢେଇବା ସହ ଗାଁ ରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ଠୁ ଆରମ୍ଭ କରି ବହୁବିଧ ସାମାଜିକ କାର୍ଯ୍ୟ ରେ ନିଜ ଜୀବନ କୁ ସମର୍ପିତ କରିଥିଲେ ମାହାଙ୍ଗା ଗୌଡପାଡ଼ା ଗାଁ ର ସ୍ବର୍ଗତ ସଚ୍ଚିକାନ୍ତ ଦାସ
ଗଣଙ୍କବି ବୈଷ୍ଟମ୍ୱ ପାଣି ଙ୍କ ଗୀତିନାଟ୍ୟ ର ଜଣେ ସଫଳ ନିର୍ଦ୍ଦେଶକ ଓ ମଞ୍ଚ ନିର୍ଦ୍ଦେଶନା କ୍ଷେତ୍ର ରେ ତାଙ୍କର ସୃଜନଶୀଳ ପ୍ରତିଭା ତରୁଣ ପିଢ଼ି ର କଳାକାର ତିଆରି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ମାହାଙ୍ଗା ର ଗୌଡପଦା ରେ ଜନ୍ମ ଲାଭ କରି ନୀତି ମୂଲ୍ୟବୋଧ ଓ ସିଦ୍ଧାନ୍ତ ଜୀବନ
ବଞ୍ଚି ସମାଜ କୁ ଦେଇ ଥିବା ମାର୍ଗ ଦର୍ଶନ ଆଜି ବି ଉତ୍ତତ୍ପୁରସ ପାଇଁ ପ୍ରେରଣ ର ଉତ୍ସ ବୋଲି ତାଙ୍କ ଜନ୍ମ ଜୟନ୍ତୀ ରେ ସଚ୍ଚିକାନ୍ତ ଙ୍କୁ ମନେ ପକେଇ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସାମ୍ବାଦିକ ଧନେଶ୍ଵର ସେଠୀ ଙ୍କ ସଭାପତିତ୍ବରେ ରେ
ସଚ୍ଚିକାନ୍ତ ଦାସ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସଭା ରେ ଯୋଗ ଦେଇ
ବିଶିଷ୍ଟ ସମାଜସେବୀ ସଂଗଠକ ସାରସ୍ଵତ ସାଧକ ତଥା ରେଭେନ୍ସା ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ନେତା ଶ୍ରୀ ସାରଦା ମହାନ୍ତି ସଚ୍ଚିକାନ୍ତ ଙ୍କ ଜୀବନ ଆଦର୍ଶ ଓ ମୂଲ୍ୟବୋଧ ଏକ ସର୍ବକାଳୀନ ମାର୍ଗ ଦର୍ଶନ ବୋଲି ପ୍ରକାଶ କରିଥିଲେ । ଏବେ ଭଲ ମଣିଷ ର ଅଭାବ ଥିଲା ବେଳେ ଅଭାବ ଅନାଟନ ଆଉ ପ୍ରତିକୂଳତା ମଣିଷ କୁ ଭଲ ହେବ ପାଇଁ ଆଉ ସମାଜ ପାଇଁ ଭଲ କାମ କରିବାକୁ କେବେ ବାଧକ ହୋଇ ପାରିବ ନାହିଁ ବୋଲି ସଚ୍ଚିକାନ୍ତ ଦାସ ପ୍ରମାଣ କରିଯାଇଛନ୍ତି ବୋଲି ନିଜର
ମତ ବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟ ରେ ଭକ୍ତ ଚରଣ ସ୍ୱାଇଁ ଡକ୍ଟର ରାମଚନ୍ଦ୍ର ଦାସ ସାମ୍ବାଦିକ ଉମାକାନ୍ତ ଜେନା ସାମ୍ବାଦିକ ପ୍ରଶାନ୍ତ ମିଶ୍ର ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭକାର ବିବେକାନନ୍ଦ ଦାସ ଅଧିବକ୍ତା ଗୌତମ ଶତପଥୀ ଡକ୍ଟର ବିବେକାନନ୍ଦ ସିଂ ପ୍ରମୁଖ ନିଜର ବିଚାର ରଖି ଶ୍ରଦ୍ଧାଞ୍ଜଳି ଦେଇ ଥିଲା ବେଳେ କବି ତଥା ସାମ୍ବାଦିକ ବିଜୟ କୁଆଁର ସ୍ଵ ରଚିତ କବିତା ପାଠ କରିଥିଲେ ।ତାଙ୍କର ସାନ ବୋହୁ ଶଶୁର ଙ୍କ ସହ ବିତାଇଥିବା ଅନ୍ତିମ ମୁହୂର୍ତ୍ତ ସବୁ ମନେ ପକେଇବା ସହ ଏମିତି ଜଣେ ବ୍ୟକ୍ତିତ୍ଵ ଙ୍କୁ ନିଜ ଶଶୁର ରୂପେ ପାଇ ଓ ତାଙ୍କ ର ସେବା ର ସୁଯୋଗ ପାଇ ସେ କୃତାର୍ଥ ବୋଲି ପ୍ରକାଶ କରିଥିଲେ । କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ପୂର୍ବତନ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ ପ୍ରାକ୍ତନ ଆୟକର କମିଶନର ଶୋଭନ କର ବିଶିଷ୍ଟ ଗାନ୍ଧୀବାଦୀ ଓ ପ୍ରାକ୍ତନ ଯୁଗ୍ମ ସଚିବ ଶ୍ରୀ ଜୟନ୍ତ ଦାସ ବିଶିଷ୍ଟ ରାଜନେତା ଶ୍ରୀ ଦେବେନ୍ଦ୍ର ସାହୁ ସ୍ବର୍ଗତ ସଚ୍ଚିକାନ୍ତ ଦାସ ଙ୍କ ଜନ୍ମ ଜୟନ୍ତୀ ରେ ଦେଇଥିବା ଶ୍ରଦ୍ଧାଞ୍ଜଳି ବାର୍ତ୍ତା କୁ ସ୍ମୁତି କମିଟି ର ସମ୍ପାଦକ ସାମ୍ବାଦିକ ରବି ନାରାୟଣ ଦାସ ପଢ଼ି ଶୁଣାଇବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।