ଭଏସ ଅଫ କମନ୍ସ
ସାବିତ୍ରୀ ଅମାବାସ୍ୟା ରେ ମାହାଙ୍ଗା ରେ ଆରମ୍ଭ ହେଲା ଶ୍ରୀ ଭାଗବତ ଅଭିଯାନ
ବିପୁଳ ଉତ୍ସାହ ର ସହ ଯୋଗ ଦେଲେ ବହୁ ସଂଖ୍ୟକ ମା ଓ ଝିଅ ମାନେ, ସମୂହ ଭାଗବତ ପାଠ ରେ ମୁଖର ହେଲା ଜରିଆ କୁଳ
ମାହାଙ୍ଗା
ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ମାହାଙ୍ଗା ର ପ୍ରାଚୀନ ପୀଠ ଶ୍ରୀ ବିନୋଦ ବିହାରୀ ମନ୍ଦିର ପ୍ରାଙ୍ଗଣ ତା ଡି ସ ରୁ ମିସନ୍ ପକ୍ଷରୁ ପଦ୍ମଶ୍ରୀ ପୂର୍ଣ୍ମମାସି ଜାନି ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ଶ୍ରୀମଦ ଭାଗବତ ପରାୟଣ ର ଷଷ୍ଠ ଦିବସ ରେ ଓ ସହଯୋଗ ରେ ଶ୍ରୀ ଭାଗବତ ଅଭିଯାନ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଆରମ୍ଭ ହୋଇଛି ।
ଏହି ଉପଲକ୍ଷେ ସକାଳ ୮ ଘଟିକା ସମୟ ରେ କାର୍ଯ୍ୟକ୍ରମ ର ସଂଚାଳକ ତଥା ଶିଶୁ ଶଲ୍ୟ ବିଭାଗ ର ସହକାରୀ ପ୍ରଫେସର ଡକ୍ଟର ବନୋଜ୍ ରାୟ ଯୋଗ ଦେଇ ଭାଷା ସଂସ୍କୃତି ଓ ଓଡ଼ିଆ ର ନିରୋଳା ପରିଚୟ କୁ ବଜାଇ ରଖିବାକୁ ଭାଗବତ ପଠନ ର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ ।
ପ୍ରଥମେ ଆଇନଜୀବୀ ସତ୍ୟାନାତାୟଣ ଦାସ ଅତିଥି ପରିଚୟ ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମିସନ ର ସଭାପତି ମନୋଜ ମଞ୍ଜରୀ
ଦେଓ ସମବେତ ମା ଝିଅ ମାନଙ୍କ ସହ ସମବେତ ଜନତା ଙ୍କୁ ଭାଗବତ ଆବୃତ୍ତି କରାଇବା ସହ ଶ୍ରୀ ଚିଟାଉ ଲେଖାଇ ଥିଲେ । ଭାଗବତ ପରାୟଣ ର ବ୍ୟାସ ବାବା ଗୌରାଙ୍ଗ ଦାସ ଭାରତ ଭୂଷଣ ପଟ୍ଟନାୟକ ମନୋଜ ମହାନ୍ତି ମହେନ୍ଦ୍ର ଦାସ ଙ୍କ ସମେତ ଅମରେନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମ ରେ ଭାଗ
ଚକ୍ରଧର ମହାରଣା
ମୁକୁନ୍ଦ ଚାଳନ
ଲିଲିମା ରାଣୀ ସାହୁ
ଶୋଭା ରାଣୀ ସାହୁ
ଶୁଭ ସ୍ମିତା ମହାନ୍ତି
ପ୍ରମୁଖ ଙ୍କ ସମେତ ବହୁ ବ୍ୟକ୍ତି ଓ ମହିଳା ଯୋଗ ଦେଇ
ଥିଲେ ।ସ୍ଥାନୀୟ ଗ୍ରାମବାସି ଙ୍କ ସମେତ ଭାଗବତ ପରାୟଣ କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ
କାର୍ଯ୍ୟକ୍ରମ କୁ ସମାଜସେବୀ ଦିଲ୍ଲୀପ ମହାନ୍ତି ପରିଚାଳନା କରିବା ସହ ଏହିପରି ଏକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।