ଅସ୍ତରଂଗ ଥାନା ଅଞ୍ଚଳ ରେ ଏକ ମାମଲା ରେ ସାଖ୍ୟ ପ୍ରମାଣ ଅଭାବରୁ ଅତିରିକ୍ତ ଦୌରା ଜଜ ଆଡହକ ତଥା ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ରାମନାଥ ପଣ୍ଡା ମାମଲା ର ଶୁଣାଣି ପରେ ଅଭିଯୁକ୍ତ କାହୁଁ ଚରଣ ବେହେରା ୨୮ ଙ୍କୁ ଖଲାସ କରି ଦେଇଛନ୍ତି ।
ବାହାଘର ହେବାକୁ ପ୍ରତିଶ୍ରୁତି ଦେଇ କାହୁଁ ଚରଣ ଓରଫ ନିକୁ ଏକ ନା ବାଳିକା ସହ ସମ୍ପର୍କ ରଖି ଥିଲା ବୋଲି ୨୦୧୬ ମସିହା ଅକ୍ଟୋବର ୬ ରେ ନା ବାଳିକା ର ମା ଥାନା ରେ ଏକ ଅଭିଯୋଗ କରି ଥିଲା ବେଳେ ୨୦୧୭ ମସିହା ଏପ୍ରିଲ ୨୫ ରେ ପୁରୀ ପୋକସୋ କୋର୍ଟ ରେ ଅସ୍ତରଂଗ ପୋଲିସ ଅଭିଯୁକ୍ତ ଙ୍କ ବିରୁଧ୍ୟ ରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ ।ତେବେ ସାଖ୍ୟ ପ୍ରମାଣ ଓ ତଥ୍ଯ ମିଳିନଥିବାରୁ ସି ଆର ପି ସି ର ଧାରା ୨୩୫ (୧) ଅନୁଯାୟୀ ବିଚାରପତି ଅଭିଯୁକ୍ତ କୁ ଖଲାସ କରିଥିଲା ବେଳେ ମାମଲା ଦା ଏ ର ହେଲା ପରେ ନୀକୁ ଏକ ବର୍ଷ କାଳ ଜେଲ୍ ରହିବା ପରେ ଯାମିନି ରେ ଆସିଛନ୍ତି ।

ତେବେ ଭାରତୀୟ ଦଣ୍ଡ ବିଧି ଆଇନ ର ଧାରା ୩୪୧/୩୫୪/୩୨୩/୩୭୬(୨) ଏନ /୫୦୬ ଏବଂ ପୋ କ ସୋ ଆକ୍ଟ ୨୦୧୨ ର ସେକ୍ସନ ୬ ରେ ଅଭିଯୁକ୍ତ ଙ୍କ ର ବିଚାର କରାଯାଉଥିଲା ବେଳେ ମାନ୍ୟବର ବିଚାରପତି ତାଙ୍କୁ ଖଲାସ କରି ପୀଡିତା ଙ୍କୁ ଉପରିସ୍ଥ ଅଦାଲତ ରେ ବିଚାର ପାଇଁ ଆ ଇ ନ ଅନୁସାରେ ସମୟ ଦେଇଛନ୍ତି ।

ତେବେ ଅଭିଯୁକ୍ତ ଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ ଦେବଦତ୍ତ କାନୁନ୍ ଗୋ ଭଏସ ଅଫ କମନ୍ସ କୁ କହିଛନ୍ତି ଯେ ବିବଦମାନ ଆଧାର ରେ ଅଭିଯୁକ୍ତ ଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ ।

Leave A Reply

Your email address will not be published.