ଦେଉଲଝରି ର ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ଓ ଉଷ୍ମ ପ୍ରସବଣ

ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଠାରୁ ୬ କିଲୋମିଟର ଦୂର ରେ ଅବସ୍ଥିତ ଦେଉଳ ଝରି ର ପ୍ରାଚୀନ ଶୈବ କ୍ଷେତ୍ର ଶ୍ରୀ ସିଦ୍ଧେଶ୍ୱର ଙ୍କ ମନ୍ଦିର । ପ୍ରାୟ ୨୪ ଏକର ପରିମିତ କିଆ ବୁଦା ର ଘଞ୍ଚ ଜଙ୍ଗଲ ଭିତରେ ଏହି ମନ୍ଦିର ରାଜା କିଶୋର ଦେବ ଙ୍କ ସମୟ ରେ ନିର୍ମାଣ ହୋଇଥିବାର ତଥ୍ୟ ରହିଥିବାର କୁହାଯାଉଥିଲା ବେଳେ ଏଠାରେ ପ୍ରାୟ ୨୪ ଟି ସକ୍ରିୟ ଉଷ୍ମ ପ୍ରସବଣ ରହିଛି ।

ଏହି

ଉଷ୍ଣପ୍ରସବଣ କେବଳ ରାଜ୍ୟ ରେ ନୁହେଁ ବରଂ ଏହା ସାରା ଦେଶ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥିଲା ବେଳେ ଏହା ଏକ ପର୍ଯ୍ୟଟନ ସ୍ଥଳୀ।ପ୍ରତିଦିନ ଏଠାକୁ ଅନେକ ଶ୍ରଦ୍ଧାଳୁ ଆସୁଥିଲା ବେଳେ ଚାରିପଟେ କିଆ ବୁଦା ର ଜଙ୍ଗଲ ଭିତରେ ମହାଦେବ ବିରାଜମାନ କରନ୍ତି । ଠାକୁର୍ ଙ୍କ କିଆ ଫୁଲ ବି ବେଶ୍ ପ୍ରିୟ ।

ମନ୍ଦିର ପରିସର ରେ ଥିବା ବିଭିନ୍ନ କୁଣ୍ଡ ରେ ଉଷ୍ମ ଜଳ ର ପ୍ରସବଣ ଥିଲା ବେଳେ ଗୋଟିଏ ସ୍ଥାନ ରେ ଦୁଇଟି କୁଣ୍ଡ ରୁ ଗୋଟିକରେ ଥଣ୍ଡା ପାଣି ଓ ଆର କୁଣ୍ଡ ରେ ଗରମ ପାଣି ଫୁଟିବା ଦେଖିବାକୁ ମିଳିଥାଏ ।ଏଠାରେ ହିମ୍ କୁଣ୍ଡ ଲବକୁଶ କୁଣ୍ଡ ଅନନ୍ତ କୁଣ୍ଡ ନାଁରେ କୁଣ୍ଡ ଗୁଡ଼ିକ ରହିଥିଲା ବେଳେ ଉଷ୍ମ ଜଳ ର ତାପମାତ୍ରା ୪୦ ଡିଗ୍ରୀ ରୁ ୬୨ଡିଗ୍ରୀ ସେଲସିୟସ୍ ହୋଇଥାଏ ।ବର୍ଷ ସାରା ଏଠାକୁ ପର୍ଯ୍ୟଟକ ଆସିଥାନ୍ତି ।

Leave A Reply

Your email address will not be published.

fifteen − 8 =