ଭଏସ ଅଫ କମନ୍ସ
ମଣିଷ ଗଛ – ମିନକେତନ
ମୂଲିଆ ମଣିସ ସେ ,,ମୁଲ ଲାଗିଲେ ଚୁଲି ଜଳେ ।ନିଜର ବୋଲି ଘର ଖଣ୍ଡେ ନାହିଁ । କେନାଲ ବନ୍ଧ ଉପରେ ଚାଳିଆ କରି ପଡ଼ି ରହିଛନ୍ତି ।କଟକ ଜିଲ୍ଲା ର ସାଲେପୁର ବ୍ଲକ ରେ ମିର୍ଜପୁର ଗାଁ ରେ ସେଇ ଚାଳିଆ ରେ ପରିବାର ନେଇ ରୁହନ୍ତି ସେ । ଗଛ କୁ କିନ୍ତୁ ପୁଅ ଝିଅ ପରି ଭଲ ପାଆନ୍ତି ।ବିଭିନ୍ନ ଜାଗାରେ ଗଛ ଲଗେଇ ତାର ଯତ୍ନ ନିଅନ୍ତି ।ଗୋବରୀ କୂଳରେ ଲଗାଇଥିବା ବର ଓସ୍ତ ସବୁ ଏବେ ବଡ ବଡ ହେଇ ଦୂରନ୍ତ ଆକାଶ ଆଡ଼କୁ। ମୁଣ୍ଡ ଟେକିବା ଆରମ୍ କଲେଣି ।
ପାଠ ପଢି ନାହାନ୍ତି ସେ । ହେଲେ ସେଇ ସରଳ ନିରୀହ ମଣିଷ ଙ୍କ ମନରେ ଗଛ ପ୍ରତି ଥିବା ଅନନ୍ତ ଶ୍ରଦ୍ଧା କୁ ଅନୁଭବ କଲେ ପରିବେଶ ପ୍ରତି ତାଙ୍କର ଅନୁରାଗ ହୃଦୟ କୁ ଆନ୍ଦୋଳିତ କରେ ।
କେବେ ନୃସିଂହ ପୁରାଣ ରେ ଶୁଣିଥିଲେ ଯେ ଗଛ ଟିଏ ଲଗେଇଲେ ମିଳେ ଯଜ୍ଞ ର ଫଳ । ସେଇ କଥା ପଦେ ଆଜି ତାଙ୍କୁ ପରିଣତ କରିଛି ମଣିଷ ଗଛ ରେ ,,
କେଜାଣି କାହିଁକି ଆଖ ପାଖ ର ଲୋକ କୋଉଠି କୋଉଠି ମିନା ଲଗାଇଥିବା ଗଛ କୁ
ଏବେ ମିନା ବର କହିବା ଆରମ୍ଭ କଲେଣି । ସେଇ ମଣିଷ ଗଛ ମୀନ କେତନ ଙ୍କ ସହ ଏକ ଅନ୍ତରଙ୍ଗ ଆଳାପ