ମାହାଙ୍ଗା ଭଏସ ଅଫ କମନ୍ସ
୦୪/୧୨
କଟକ ଜିଲ୍ଲା ମାହାଙ୍ଗା ର ରାମକାପୁରଠାରେ ମା ରାଧାଦେବୀଦତ୍ତ ଟ୍ରଷ୍ଟ ପକ୍ଷରୁ ୩ ଦିନବ୍ୟାପି ବିଶ୍ୱଏଡ୍ସ ଦିବସ ଉଦଯାପିତ୍ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ଶେଷ ଦିନରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ଦେବୀପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ସଭାରେ ମାହାଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡକ୍ଟର ରଶ୍ମୀ ବେହେରା,

ଶ୍ରୀକୃଷ୍ଣ ଚେତନାର ପ୍ରବଚକ ଶ୍ରୀ ପଞ୍ଚୁ ପାଣ୍ଡବ ଦାସ ଅଵସରପ୍ରାପ୍ତ ନୌସେନା ଅଧିକାରୀ ଭାରତଭୂଷଣ ପଟ୍ଟନାୟକ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଫିଜିଓଥ୍ରାପିଷ୍ଟ ମହେନ୍ଦ୍ର କୁମାର ଦାସ , ମାହାଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଆଇସିଟିସି କାଉନସିଲର ଉଦୟକୁମାର ମହାନ୍ତି ଦେବାଶିଷ କର ଅଧ୍ୟାପକ ଅଶୋକ ବାରିକ ଡକ୍ଟର ଚିତ୍ତରଞ୍ଜନ ବେହେରା ସାମ୍ବାଦିକ ବିଜୟ ଜେନା ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ୩ ଦିନ ବ୍ୟାପି ଏଡ୍ସ ସଚେତନତା ନେଇ ଗ୍ରାମ ପରିକ୍ରମା, ଏଡ୍ସ ନିରାକରଣ ସମ୍ୱନ୍ଧୀୟ କବିତା, ବକ୍ତୃତା, ଚିତ୍ରାଙ୍କନ ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ମାହାଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ଏଚ୍ ଆଇ ଭି ପରୀକ୍ଷା ଓ ଦୃଷ୍ଟି ଶକ୍ତି ପରୀକ୍ଷା, ନ୍ୟାସ ପକ୍ଷ ରୁ ନିଶୁଳ୍କ ରକ୍ତ ପରୀକ୍ଷା ଫିଜିଓଥ୍ରାପି କାର୍ଯ୍ୟକ୍ରମ ଓ ଏଡ୍ସ ନିରାକରଣ ସମ୍ୱନ୍ଧୀୟ ସଙ୍ଗୀତ ଓ ପାଲା ପରିବେଷଣ କରାଯାଇଥିଲ ।ମାହାଙ୍ଗା ର ବିଶିଷ୍ଟ ଗୀତିକାର ସଙ୍ଗୀତଜ୍ଞ ଶରତ ମହାନ୍ତି ଡକ୍ଟର ରବୀନ୍ଦ୍ର କୁମାର୍ କର କବି ନରେନ୍ଦ୍ର ପରିଡ଼ା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶ୍ଵ ଏଡ୍ସ ଦିବସ ର ପ୍ରଥମ ଦିନରେ କାଗ୍ୟକ୍ରମକୁ ମାହାଙ୍ଗା ର ଏର୍କଣାସ୍ଥିତ ସରକାରୀ ଡାକ୍ତରଖାନାର ଚିକିତ୍ସାଧିକାରୀ ଡକ୍ଟର ଜ୍ଞାନ ରଞ୍ଜନ ନାୟକ ଉଦ୍ଘାଟନ କରିଥିଲେ । ପ୍ରଚାରପତ୍ର ସହିତ ଶତାଧିକ ଗ୍ରାମ ବାସି ପ୍ରଚାରପତ୍ର ସହ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ ଓ ଏଡ୍ସ ବିରୁଦ୍ଧ ରେ ଲଢ଼ିବାକୁ ଶପଥ ନେଇଥିଲେ । ଏହି ଦିନ ସ୍ବାସ୍ଥ୍ୟ ଶିବିର କରାଯିବା ସହ ମାହାଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପ ଖ୍ୟ ରୁ ପଚାଶ ଜଣ ଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ସରକାର ଙ୍କ ପକ୍ଷରୁ ନିଶୁଳ୍କ ଚଷମା ଯୋଗାଇବାର ବ୍ୟବସ୍ଥା କରାଗଲା

ଦ୍ୱିତୀୟ ଦିନରେ ନ୍ୟାସ ପରିସର ରେ ରଙ୍ଗୋଳୀମୁରୁଜ ପ୍ରତିଯୋଗିତା ସହ ଦୃଷ୍ଟି ବିଜ୍ଞାନ ଶିକ୍ଷାକେନ୍ଦ୍ର ପରିସର ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ରେଡ ରିବନ ଶୋଭା ଯାତ୍ରା ରେ ଯାଇ ଲୋକ ମା ନଙ୍କୁ। ସଚେତନ କରିବା ସହ ଏଚ ଆଇ ଭି ଵିରୁଧ୍ୟ ରେ ଲଢ଼ିବାକୁ ଶପଥ ନେଇଥିଲେ ।


ଶେଷ ଦିନରେ କବି ଗୋବିନ୍ଦ ମହାନ୍ତି ଙ୍କ ସାଯୋଜନା ରେ ଅନୁଷ୍ଠିତ କବିତା। ପାଠ ରେ ବର୍ଷୀୟାନ କବି ନରେନ୍ଦ୍ର ପରିଡା ଅଜୟ ପଣ୍ଡା ଙ୍କ ସମେତ ବହୁ କବି ଏଡ୍ସ ସଚେତନତା କବିତା ପାଠ କରିଥିଲେ ।

ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଯୋଗି ମାନଙ୍କୁ ମାନପତ୍ର ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଆଇନଜୀବୀ ସତ୍ୟ ନାରାୟଣ ଦାସ ଓ ସାମ୍ବାଦିକ ଉମାକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

ଶାକାହାର

ଭଏସ ଅଫ କମନ୍ସ ୨୮/୧୧/୨୦୨୩

ମଣିଷ କୁ କେହି କେହି ନଖ ଦାନ୍ତ ପଞ୍ଜ କୁ ଆଖି ଆଗରେ ରଖି ଶାକାହାରୀ କହୁଥିଲା ବେଳେ କେହି କେହି ତାକୁ ଉଭୟ ଆମିଷ ଓ ନିରାମିଷ ଭୋଜନ କରୁଥିବା ପ୍ରାଣୀ ବୋଲି କୁହନ୍ତି । ତେବେ ଆଦିମ କାଳରୁ ମଣିଷ ପ୍ରଥମେ କଞ୍ଚା ମାଂସ ଓ ପରେ ପୋଡ଼ା ମାଂସ ଖାଉଥିଲା ବେଳେ ପରେ ସଭ୍ୟ ହେବା ପରେ ଆମିଷ ଭୋଜନ ର ପ୍ରଣାଳୀ ବଦଳିଗଲା ।
ଭାରତୀୟ ସଂସ୍କୃତି ପରିପ୍ରେକ୍ଷୀରେ ରେ କିନ୍ତୁ ଏତିକି କୁହା ଯାଇ ପରେ ଯେ ଆମର ଋଷି ମୁନି ମାନେ ସବୁ ବେଳେ ଶାକାହାରୀ ଭୋଜନ ର ଉପକାର ର ଅଧିବକ୍ତା ସାଜିଛନ୍ତି । ନିରାମିଷ ଭୋଜନ ଶରୀର ଓ ମନ୍ କୁ ସୁସ୍ଥ ରଖୁଥିବାବେଳେ ଆମିଷ ଭୋଜନ ପାଈ ବିଭିନ୍ନ ପ୍ରକାର ରୋଗ ହେବାର ବହୁ ଚିକିତ୍ସକ କହିବା ଆରମ୍ଭ କଲେଣି ।

ମାଛ ମାଂସର ଜୈବ କୋଷ ଶରୀର ରେ ପ୍ରବେଶ କରି ମଣିଷ ଶରୀର ରେ ଏକ ନକାରାତ୍ମକ ଉତ୍ତେଜନା ସୃଷ୍ଟି କରୁଥିଲାବେଳେ ଏହି ପ୍ରକ୍ରିୟା ଶରୀର ର କୋଷ

ବିଭାଜନ କୁ ଦୃତ କରିଥାଏ।ଏହି ବିଷ କ୍ରିୟା ସ୍ନାୟୁ ଓ ମସ୍ତିସ୍କ ର କୋଷ କୁ ଦୁର୍ବଳ କରି ଶରୀର ରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଦିଏ ।

ବିଗତ ସମୟ ରେ ଚୀନ୍ ର ମାଂସ ବଜାର ରୁ କରୋନା ସୃଷ୍ଟି ହୋଇ ଥିବାର ଅଭିଯୋଗ ହୋଇଥିଲାବେଳେ କେତେ ଲକ୍ଷ୍ ଲୋକ ଙ୍କ ଜୀବନ ନେଇଛି ତାହା ସମସ୍ତେ ଜାଣିଛନ୍ତି । ଶାକାହାର ଉଭୟ ପରିବେଶ ଓ ପ୍ରକୃତି କୁ ମଧ୍ୟ ପରିପୃଷ୍ଟ କରେ । ଏଣୁ ଏବେ ବିଦେଶ ଏପରିକି ମୁସଲମାନ ବହୁଳ ରାଷ୍ଟ୍ର ରେ ଶାକାହାରୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।।

ଭାରତ ରେ ପ୍ରାୟ ୩୮ପ୍ରତିଶତ ଲୋକ ଶାକାହାରୀ ହୋଇଥିଲା ବେଳେ ଆମ ରାଜ୍ୟ ଓଡ଼ିଶା ରେ ମାତ୍ର ପାଖାପାଖି ୩ ପ୍ରତିଶତ ଶାକାହାରୀ ଅଟନ୍ତି ।
ଇସ୍ରାଏଲ ରେ ଶାକାହାରୀ ଙ୍କ ସଂଖ୍ୟା ୧୩ ପ୍ରତିଶତ ତାଇୱାନ ୧୨ ପ୍ରତିଶତ ଇଟାଲୀ ରେ ଦସ ପ୍ରତିଶତ
ଜର୍ମାନ ଓ ବ୍ରିଟେନ ରେ ୯ ପ୍ରତିଶତ ବ୍ରାଜିଲ ୮ ପ୍ରତିଶତ ଶାକାହାରୀ ରହିଛନ୍ତି ।ତେବେ ଏକମାତ୍ର ହିନ୍ଦୁ ରାଷ୍ଟ୍ର ଭାବେ ପୂର୍ବରୁ ପରିଚୟ ଥିବା ନେପାଲ ରେ ୭.୪ପ୍ରତିଶତ ଶାକାହାରୀ ଅଛନ୍ତି ବୋଲି ଜଣାପଡିଛି
, ବିଗତ ୨୦୧୮ ମସିହାର ସର୍ଭେ ଅନୁସାରେ ରାଜସ୍ଥାନ ର ୭୪.୯ ପ୍ରତିଶତ
ହରିଆଣା ର ୬୯.୨୫ ପ୍ରତିଶତ ପଞ୍ଜାବ ର ୬୬.୭୫ ଗୁଜୁରାଟ ର,୬୦.୯୫ ପ୍ରତିଶତ
ମଧ୍ୟପ୍ରଦେଶ ର ୫୦.୬ ପ୍ରତିଶତ ଉତ୍ତରପ୍ରଦେଶ ର ୪୭.୧ ପ୍ରତିଶତ ମହାରାଷ୍ଟ୍ର ର ୪୦.୨ ପ୍ରତିଶତ ଦିଲ୍ଲୀ ୩୯.୫ପ୍ରତିଶତ ଉତ୍ତରାଖଣ୍ଡ ର ୨୭.୩୫ ପ୍ରତିଶତ ଶାକାହାରୀ ଥିଲା ବେଳେ ତେଲେଙ୍ଗାନା ରେ ସବୁ ଠାରୁ କମ୍ ୧ ପ୍ରତିଶତ ଶାକାହାରୀ ରହିଛନ୍ତି । ପଶ୍ଚିମବଙ୍ଗ ରେ ମଧ୍ୟ ମାତ୍ର ୨ ପ୍ରତିଶତ ରୁ କମ୍ ଶାକାହାରୀ ରହିଛନ୍ତି ।ତେବେ ଏବେ ସାରା ପୃଥିବୀରେ ଶାକାହାରୀ ଙ୍କ ସଂଖ୍ୟା
ବ୍ୟକ୍ତଗତ ରୁଚି ଅଥବା ସ୍ବାସ୍ଥ୍ୟ ସମସ୍ୟା ପରିବେଶ ସୁରକ୍ଷା କିମ୍ବା ଧାର୍ମିକ ଭାବନା ସହ ଯୋଡ଼ି ହୋଇଥିବା ଆବେଗ ପାଇଁ ଦୃତ ଗତି ରେ ବୃଦ୍ଧି ପାଉଥିଲା ବେଳେ

ଆସନ୍ତୁ ଜାଣିବା ରୋଗ କୁ ଜିଣିବା

ଗ୍ୟାଷ୍ଟିକ୍ ରୋଗୀଙ୍କ ପାଇଁ ବିଶେଷ ଜାଣିବା କଥା

Leave A Reply

Your email address will not be published.

three + 5 =