ବିଶ୍ୱ ଖୁସି ରାଷ୍ଟ୍ର ତାଲିକା ରେ ୧୪୭ ରାଷ୍ଟ୍ର ଭିତରେ ଭାରତ ର ସ୍ଥାନ ୧୧୬,,,
ଖୁସି ରେ ନାହାନ୍ତି ଭାରତୀୟ
ଯୁଦ୍ଧ ରତ ଇସ୍ରାଏଲ ଓ ଇରାନ ଲୋକ ଭାରତ ଠାରୁ ଅଧିକ ଖୁସି
ଭାରତ ରେ ହାରା ହାରି ଆୟୁ ୫୮
ବିଶ୍ୱ ଖୁସି ରାଷ୍ଟ୍ର ତାଲିକା ରେ ଭାରତ ଲଗାତାର ନିରାଶ ଜ ନ କ ପ୍ରଦର୍ଶନ ଜାରି ରଖି ଥିଲା ବେଳେ
ଫିନ୍ଲାଣ୍ଡ ଲଗାତର ଦଶମ ବର୍ଷ ପାଇଁ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ନିଜ କୁ ପ୍ରତିଷ୍ଠିତ କରିଛି । ୱାର୍ଲ୍ଡ ହାପିନେସ୍ ରିପୋର୍ଟ ଅନୁଯାୟୀ
ଫିନଲାଣ୍ଡ
ଆଇସଲ୍ୟାଣ୍ଡ
ଡେନମାର୍କ
କୋଷ୍ଟାରିକା
ସ୍ୱିଡେନ୍
ନରୱେ
ନେଦରଲ୍ୟାଣ୍ଡ
ଇସ୍ରାଏଲ
ଲକ୍ସେମବର୍ଗ
ସ୍ୱିଜରଲାଣ୍ଡ
ପ୍ରଥମ୍ ରୁ ଯଥାକ୍ରମେ ଶ୍ରେଷ୍ଠ ଦଶଟି ସ୍ଥାନ ଅଧିକୃତ କରିଥିଲା ବେଳେ
ଯୁଦ୍ଧ ସତ୍ତ୍ୱେ ଇସ୍ରାଏଲ ଖୁସି ରାଷ୍ଟ୍ର ତାଲିକା ରେ ୮ ମ ସ୍ଥାନରେ ରହିଛି । କୋଷ୍ଟାରିକା ୪ ର୍ଥ ସ୍ଥାନରେ ରହି ଥିଲା ବେଳେ ଏହା ୨୦୨୩ରେ ୨୩ ତମ ସ୍ଥାନ ରେ ଥିଲା ।
ଭାରତ ୧୧୬ ତମ ସ୍ଥାନରେ ରହିଥିଲା ବେଳେ ପାକିସ୍ତାନ ଲୋକ ଆମଠାରୁ ଅଧିକ ସୁଖୀ
ଭାବ ରେ ୧୦୪ ଓ ନେପାଳ ୯୯ ତମ ସ୍ଥାନ ରେ ରହିଛି ।
ଭାରତରେ ହାରାହାରି ଜୀବନ କାଳ ୫୮.୨ ବର୍ଷ
ଯୁଦ୍ଧରତ ଇରାନ (୯୭) ତମ ସ୍ଥାନ ରେ ରହି ଭାରତର ଲୋକଙ୍କଠାରୁ ଅଧିକ ଭଲ ସ୍ଥିତିରେ ଅଛନ୍ତି
ଆମେରିକା ପୂର୍ବରୁ ୨୦ ତମ ସ୍ଥାନ ରେ ଥିଲା ବେଳେ ଏବେ ୨୩ ତମ ସ୍ଥାନ ରେ ଓ ଋଷିଆ ୭୯ ତମ ସ୍ଥାନ ରେ ରହିଛି ।
ବ୍ରିଟେନ ୨୯ ବ୍ରାଜିଲ ୩୨ ଓ ଚୀନ୍ ୬୫ ତମ ରାଷ୍ଟ୍ର ଭାବେ ଖୁସି ଦେଶ ର ତାଲିକା ରେ ରହୁଛନ୍ତି ।
। ଅକ୍ସପୋର୍ଡ଼ ବିଶ୍ବବିଦ୍ୟାଳୟର ସାମଗ୍ରିକ ଖୁସି ଛଅଟି ପ୍ରମୁଖ ସୂଚକ ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନ କାଳ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ପ୍ରତି ଧାରଣାକୁ ଦେଖି ଏହି ସୂଚନାଙ୍କ ବଛା ଯାଇଥାଏ ।
ଭାଷା ସଂସ୍କୃତି ପ୍ରାକୃତିକ ବିଭବ ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାବନା ବୈଜ୍ଞାନିକ ଜ୍ଞାନ କୌଶଳ ଆଧ୍ୟାତ୍ମିକ ସଂସ୍କାର ପ୍ରାଚୀନ ସଭ୍ୟତା ଗୌରବ ରେ ମୁଖର ଇତିହାସ କୁ ନେଇ ବିଶ୍ୱ ଗୁରୁ ହେବାକୁ ସ୍ୱପ୍ନ ଦେଖୁଥିବା ଭାରତ ରେ କାହିଁକି ଖୁସି ରେ ରହୁନାହାନ୍ତି ଭାରତୀୟ ।କାହିଁକି ଘଟୁଛି ନୈତିକ ଅବକ୍ଷୟ ।କାହିଁକି ଧନୀ ଗରିବର ଭିତରେ ବ୍ୟବଧାନ ଆକାଶ ରୁ ପାତାଳ ର ବ୍ୟବଧାନ ପାରି ବ୍ୟାପକ ।କାହିଁକି ଦୁର୍ନିତୀ ଜନଜୀବନ କୁ କରୁଛି ବ୍ୟତିବସ୍ତ।ଏହାର କାରଣ ରାଜ ନେତା ମାନଙ୍କୁ ଖୋଜିବାକୁ ପଡ଼ିବ ।
ହାପିନେସ୍ ରିପୋର୍ଟ ଅନୁଯାୟୀ, ଭାରତରେ ହାରାହାରି ଜୀବନ କାଳ ମାତ୍ର ୫୮.୨ ବର୍ଷ ରହିଛି । ଭାରତ ତୁଳନାରେ ଇରାନରେ ହାରାହାରି ଆୟୁକାଳ ୬୪ ବର୍ଷ ଥିବାବେଳେ ଇସ୍ରାଏଲରେ ୭୦.୮ ବର୍ଷ ରହିଛି । ଉଦାରତା କ୍ଷେତ୍ରରେ ୭୮ ସ୍ବାଧୀନତା ମାପଦଣ୍ଡରେ ଭାରତ ୬୧ ତମ ଓ ଦୁର୍ନୀତିରେ ବିଶ୍ବରେ ୬୪ ତମ ସ୍ଥାନରେ ରହିଛି ।
ତେବେ ଅତି ସ୍ଵଲ୍ପ ମୁଣ୍ଡ ପିଛା ଆୟ ଓ ଜି ଡି ପି, ଦୁର୍ନୀତି, ବିକାଶ ର ଭାଗିଦାରୀ ରେ ବ୍ୟାପକ ଅସମାନତା ,ସାମାଜିକ ସହଭାଗିତା ର ଅଭାବ ଭଳି ଆହ୍ୱାନ କୁ ଦେଶ ସମ୍ମୁଖୀନ ହୋଇ ବିଗତ ବର୍ଷ ଠାରୁ ଏହି ସୂଚନାଙ୍କ ରେ ସାମାନ୍ୟ ସୁଧାର ଆସୁଛି ।