ଦୁଃଖୀ ଭାବିବନି ଜମା ସିଏ ଏଠି ଏକୁଟିଆ
ସତ୍ୟନାରାୟଣ ଦାସ humanright.satya@gmail.com
ଜୀବନ ଯେଉଁଠି ଯାତନା ରେ ଖାଲି ଜରଜର
ଶୈଶବ ଏଠି ଅଭାବ ଭୋକ ରେ ସରସର
ମଣିଷ ଙ୍କୁ ଏଠି କିଏ ସେ କରିଛି ପାଳଭୂତ
କେବେ ଓଲ୍ହେଇବେ ଏଇ ଅଗଣା ରେ ଦେବଦୂତ
କେବେ ଟି ଫୁଟିବ ପଙ୍କ ରେ ଏଠି ଶତଦଳ
ମାଟିର ମଣିଷ କେବେ ତ ପାଇବ ଏଠି ବଳ
ବହଳ ଅନ୍ଧାରେ କଅଁଳ ସୁରୁଜ କେବେ ଉଠି ,,,,
ଭୋକିଲା କୁ ଦେବ ମନ ଭରି ଏଠି ଭାତ ରୁଟି ,,,
ସର୍ବହରା ର ପଛ ରେ ତ ଜଣେ ହେବ ଠିଆ
ଦୁଃଖୀ ଭାବିବନି ସିଏ ଜମା ଆଜି ଏକୁଟିଆ,,,
🙏