କଳାହାଣ୍ଡି ର କୁନି ନନା

ଅନ୍ତରଙ୍ଗ ଅନୁଭୂତି

ରେ କଳାହାଣ୍ଡି ରୁ ଓମ୍ ପ୍ରକାଶ ମହାନ୍ତି

ଏହି ବର୍ଷ କମ୍ବଳ ଶିତ ବସ୍ତ୍ର ବାଣ୍ଟିବା ସହ ଶିଶୁ ରୋଗ ର ଚିକିତ୍ସା ପାଇଁ ଚିକିତ୍ସକ ଓ ଔଷଧ ସହ ଆମେ ପହଞ୍ଚିଥିଲୁ କଳାହାଣ୍ଡି ରେ । ତିନି ଦିନ ଦୁର୍ଗମ ପାହାଡ ଜଙ୍ଗଲ ଘେରା ଗାଁ ରେ କମ୍ବଳ ବାଣ୍ଟିବା ପରେ ଶେଷ ଦିନ କାମ ସାରି ଗଲୁ କାରୁଣ୍ଡ ଶ୍ରୀକ୍ଷେତ୍ର । ଭୋକ ପ୍ରବଳ ହେଇଥାଏ ।

ମଦନପୁର ରାମପୁର ରେ କମ୍ବଲ୍ଲ ବିତରଣ କାମ ବି ସରିଗଲା ପରେ ପେଟ ପାଇଁ ଆହାର ଖୋଜି ପହଂଚିଲୁ ଏକ ମନ୍ଦିର ରେ ,,,
ଦେଖା ହେଲା ମନ୍ଦିର ର ଗୋଟେ ବଡ ହୃଦୟ ଥିବା ଉଚ୍ଚତା ରେ ବେଶ୍ ଛୋଟ ମଣିଷ ଙ୍କ ସହ ,,ଭାରି ଭଲ ଲାଗିଲା ତାଙ୍କର ଆପଣପଣ୍ ଆଉ ଅନୁରାଗ ,,ପ୍ରଥମ ଦେଖରେ ଦୂର୍ ପରଦେସ ରେ ଥିବା ନିଜ ପରିବାର ର ଲୋକ ଟିଏ ପରି ଆମ ସହ ମିଶି ଗଲେ ।
ପତର ପକେଇ କେତେ ପ୍ରକାର ଖାଦ୍ୟ ପରଷି ମା ପରି ଆମକୁ ପୁରା ପେଟ ଖାଇବାକୁ ଦେଲେ ।ମୁଣ୍ଡ ରେ ହାତ ଦେଇ ଆଶିଷ ଦେଲେ ।

ହସ ହସ ମୁହଁ ରେ ଯେମିତି ଥିଲା ସାରା ଦୁନିଆ ର ଖୁସି ଆଉ ପୁଲକ,,,ତାଙ୍କୁ ଦେଖି ଆଉ ତାଙ୍କ ସହ କଥା ହେଲା ପରେ ହସ ଖୁସି ର ଆପଣାପଣ ରେ ମେଣ୍ଟି ଗଲା କ୍ଳାନ୍ତି । କେଜାଣି କାହିଁକି ଭିତରୁ ଆମେ ବେଶ୍ ପୁଲକିତ ହେଉଥିଲୁ ସେଇ ଛୋଟ ନନା ଙ୍କ ବଡ ସ୍ନେହ ମମତା ଭରା ବ୍ୟବହାର ରେ ।

Leave A Reply

Your email address will not be published.