ପତିତ ଜନ ର ପ୍ରେରଣା ପୁରୁଷ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି

ଆଲେଖ୍ୟ – ଆଡଭୋକେଟ୍ ସତ୍ୟ ନାରାୟଣ ଦାସ

କର୍ଯ୍ୟକାରି ସମ୍ପାଦକ ଭଏସ ଅଫ କମନ୍ସ

ଜଣେ ଦେବସୁଲଭ ଦିବ୍ୟ ଚେତନା ର ଦରଦୀ ମଣିଷ ସେ ।ଯାହାଙ୍କ ଓଠ ରେ ଥାଏ ଅସୀମ ଆତ୍ମିୟତା ର ଆପଣପଣ ର ହସ ଧାରେ । ଭୌତିକ ଚିକିତ୍ସା ର ଅନ୍ୟତମ ଅଶ୍ଵିନୀ କୁମାର ।ହାତ ଛୁଇଁ ଦେଲେ ଆପଣା ଛାଏଁ ଅପହୃତ ହୋଇଯାଏ ଅସହ୍ୟ ଯନ୍ତ୍ରଣା , ପଙ୍ଗୁ ପୁଣି ଥରେ ବିଶ୍ୱାସ ର ଆଶା ବାଡି ଧରି ଆଗକୁ ଅଗ୍ରସର ହୁଏ ,ଅଷ୍ଟ ବକ୍ର ସାଜିଥିବା ମଣିଷ ଟି ପୁଣି ସିଧା ହୋଇ ଠିଆ ହୁଏ । ଶରୀର ର ଶିରା ପ୍ରସିରା ଅସ୍ଥି କଙ୍କାଳ ଭିତରୁ ନିଜ ବିପୁଳ ଅଭିଜ୍ଞତା ରୁ ରୋଗ ଟି କୁ ଅଣ୍ଡାଳି ପକେଇ ଫିଯିଓଥେରପି ରେ ହଜାର ହଜାର ପଙ୍ଗୁ ଅଥର୍ବ ରୋଗୀ ଙ୍କୁ ଆରୋଗ୍ୟ କରି ସତରେ ସେ ପାଲଟି ଯାଇଛନ୍ତି ଆଉ ଜଣେ ଦୁତିୟ ଦେବତା ।

ପତିତ ଜନଙ୍କ ଜୀବନ ରେ ପୁଣି ଅମୃତ ଆଶା ର ସଞ୍ଚାର କରି ଯିଏ ପଙ୍ଗୁ ଅର୍ଥବ ମାନଙ୍କୁ ପୁଣି ଯିଏ ଆଉ ଥରେ ବଞ୍ଚିବାର ରାହା ଦେଖାନ୍ତି ,

ଜଣେ ସରଳ ମିଷ୍ଟଭାଷୀ ବିପୁଳ ବିନମ୍ରତା ର ବ୍ୟକ୍ତିତ୍ବ ସେ । ତାଙ୍କ ହାତର ଅମୃତମୟ ସ୍ପର୍ଶ ପାଇଁ ଦେଶ ବିଦେଶ ରୁ ରୋଗୀ ମାନେ ଧାଡ଼ି ବନ୍ଧୁଥିଲ ବେଳେ ରାଜ୍ୟ ର ସେ ଜଣେ ବାରେନ୍ୟ ବ୍ୟକ୍ତି ଭାବେ ଜଣାଶୁଣା । ଇଶ୍ଵର ଙ୍କ ଉପରେ ଗଭୀର ଅସ୍ଥା ରଖୁଥିବା ଡକ୍ଟର ପତିତପାବନ ମହାନ୍ତି ସତରେ ପତିତ ଜନର ବନ୍ଧୁ ।


ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍, ଟ୍ରେନିଂ ଓ ରିସର୍ଚ୍ଚ ସେଣ୍ଟର ବା ଏସ୍‌ଭି.ନିର୍‌ତାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି। ଫିଜିଓଥେରାପି ସେବା ଶିକ୍ଷାଦାନ ଗବେଷଣା ଓ ପ୍ରାଶାସନିକ କ୍ଷେତ୍ରରେ ଦୀର୍ଘ ୩୦ ବର୍ଷର ବିପୁଳ ଅଭିଜ୍ଞତା ରହିଛି ଡକ୍ଟର ମହାନ୍ତିଙ୍କର । ଅଧ୍ୟାପନା ସହ ସ୍ନାତକ ରୁ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଜଣେ ସ୍ୱନମଧନ୍ୟ ଅଧ୍ୟାପକ ଭାବେ ସେ ଦେଶ ରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ୧୪୦ଟି ଗବେଷଣା ନିବନ୍ଧ ଓ ୬ଟି ପାଠ୍ୟ ପୁସ୍ତକ ରହିଛି। ପିଏଚ୍.ଡି ଗାଇଡ୍ ସହ ନ୍ୟାସନାଲ୍ ଆକ୍ରେଡିଟେଡ୍ ମାନୁଆଲ୍ ଥେରାପି ରିସୋର୍ସ ପର୍ସନ୍, ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତି କରିବାରେ ବି ତାଙ୍କର ଯୋଗଦାନ ପାଇଁ ସେ ସାରା ଦେଶ ରେ ପରିଚିତ । ଅନେକ ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍ ଷ୍ଟଡି ର ସଦସ୍ୟ ହେବା ସହ ଏକାଧିକ ଜର୍ଣ୍ଣାଲର ସଂପାଦନା ମଣ୍ଡଳୀ ରେ ସଦସ୍ୟ ଭାବେ ଓ ଜଣେ ଲେଖକ ଭାବେ ପରିଚିତ ହୋଇଛନ୍ତି ଡକ୍ଟର ପତି ତପାବନ ମହାନ୍ତି ।

ସମାଜସେବା ରେ ସେ ରୁଚି ରଖୁଥିଲା ବେଳେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରାଶ୍ରମ୍ ସହ ଜଡିତ ହୋଇ ବିଭିନ୍ନ ସ୍ଥାନରେ ମାଗଣା ଫିଜିଓଥେରାପି କ୍ୟାମ୍ପ୍ ଆୟୋଜନ କରିଆସୁଛନ୍ତି ଡାକ୍ତର ମହାନ୍ତି। ପୁଣି ବ୍ୟକ୍ତିଗତ ସ୍ତର ରେ ଏକାଧିକ ବୃଦ୍ଧାଶ୍ରମ ବାଳାଶ୍ରମ ରେ ସେ ବଢେଇ ଦେଇଛନ୍ତି ସହଯୋଗ ର ହାତ । ଦୁର୍ଗମ ଅଞ୍ଚଳ ରେ କମ୍ୱଲ୍ ଶୀତବସ୍ତ୍ର ବିତରଣ ଠାରୁ ଆରମ୍ଭ କରି ଏକାଧିକ ଗୋ ଶାଳା ନିର୍ମାଣ ର ସେ ନୀରବ ବିଶ୍ୱକର୍ମା । ନାଁ ଅଛି ଅଭିମାନ ନାଁ ଅହଙ୍କାର ।

୧୯୯୨-୯୩ରେ AIIPMR ମୁମ୍ବାଇ ଦ୍ୱାରା ବେଷ୍ଟ ଡିଜର୍ଟେସନ୍ ଆଓ୍ୱାର୍ଡ, ୨୦୦୪ରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍‌ ଫିଜିଓଥେରାପିଷ୍ଟ ଦ୍ୱାରା ସି.ପି ନାୟାର୍ ଆଓ୍ୱାର୍ଡ୍, ୨୦୧୭ରେ ଦିଲ୍ଲୀ ଏମ୍ସ ପକ୍ଷରୁ ଫିଜିଓ-ରତନ୍ ଆଓ୍ୱାର୍ଡ୍ ଭଳି ଏକାଧିକ ପୁରସ୍କାର ରେ ତାଙ୍କୁ ସମ୍ମାନୀତ। କରାଯାଇଛି । ତେବେ ଜଣେ ଓଡ଼ିଆ ଭାବେ ଜାତୀୟ ସ୍ତର ର ଅନୁଷ୍ଠାନ ଏସ ଭି ନିର୍ତାର ର ନିର୍ଦେଶକ ଓ ସଫଳ ଚିକିତ୍ସକ ଭାବେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ସୁନାମ ଅର୍ଜନ କରିଥିବାରୁ ରାଜ୍ୟ ପାଇଁ ଏହା ନିଶ୍ଚୟ ଗର୍ବ ଓ ଗୌରବ ବିଷୟ

Leave A Reply

Your email address will not be published.