ଦୁର୍ନୀତି ବି ଦେଶଦ୍ରୋହ

ଆଡଭୋକେଟ ସତ୍ୟନାରାୟନ ଦାସ

କାର୍ଯ୍ୟକାରୀ ସମ୍ପାଦକ -ଭଏସ ଅଫ କମନ୍ସ

ଦୁର୍ନୀତିଗସ୍ତ। ସରକାରୀ କର୍ମଚାରୀ ଙ୍କ ଉପରିସ୍ଥ ଅଧିକାରୀ ଙ୍କୁ କରାଯାଉ ଉତ୍ତରଦାୟୀ

ବିଭାଗୀୟ ମୁଖ୍ୟ ଙ୍କ ଠାରୁ ଲୋଡା ଯାଉ
କୈଇଫତ

,ଦୁର୍ନିତି ର କରାଳ ଓ ବିଭତ୍ସ ଦୃଶ୍ୟ ଏବେ ରାଜ୍ୟ ରେ ଆହୁରି ସ୍ପଷ୍ଟ ହେଇଛି । ବିଗତ ସରକାର ପାଖାପାଖି ପଚିଶ ବର୍ଷ ଶାସନ ପୂରଣ କରିବାକୁ ବର୍ଷ ଟିଏ ବାକି ଥିଲା ବେଳେ ନୂଆ ସରକାର ଆସିଲେ । ଆରମ୍ବ ହେଲା କାର୍ଯ୍ୟାନୁଷ୍ଠାନ ।

ପିଅନ ଠାରୁ ରାଜ୍ୟ ସଚିବାଳୟ ର ଅଧିକାରୀ ଯାଏ ବହୁ ସରକାରୀ କର୍ମଚାରୀ ଦୁର୍ନୀତି ରେ ବୁଡି ରହିବା ଦ୍ଵାରା କୋଉଠି ନ କୋଉଠି ମାନବିକ ଅଧିକାର ସାମାଜିକ ନ୍ୟାୟ ଓ ସାଧାରଣ ଜନତା ର ମୌଳିକ ଅଧିକାର ର ହନନ୍ ହୋଇଛି ।

ଡାକ୍ତରଖାନା ଥାନା ଜେଲ୍ ଖାନା ବ୍ଲକ ର ପି ସି ଠାରୁ ଆରମ୍ଭ କରି ସବୁ କାର୍ଯ୍ୟାଳୟ ରେ ଦୁର୍ନୀତି । ଏବେ ପ୍ରତି ଦିନ କିଛି କିଛି ଅଧିକାରି ଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଧରା ଯାଉଛି । କୋଟି କୋଟି ଟଙ୍କାର ଆଖି ଝ୍ ଲ ସା ସୁନା ରୂପା ହୀରା କୋଠା ବିଦେଶ ଭ୍ରମଣ ପିଲାଙ୍କ ପାଠ ପଢା ପାଇଁ ଖର୍ଚ୍ଚ ଓ ସଞ୍ଚୟ କୁ ଦେଖିଲେ ଲାଗୁଛି ଯେମିତି
ଭ୍ରଷ୍ଟାଚାରି ଙ୍କ ଠାରୁ ଠାବ ହେଉଥିବା ବିପୁଳ ସମ୍ପତ୍ତି ରାଜ୍ୟ ର ଖଣି ଖାଦାନ ଜମି ଜଙ୍ଗଲ ପାହାଡ ପାଣି କୁ ଲୁଟିଥିବା ମାଫିଆ ଙ୍କ ଠାରୁ ମିଳିଥିବା ଭାଗ ର ସାମାନ୍ୟ ଅଂଶ ଇଏ। ତେବେ କେତେ ଥିବ ସେଇ ମାଫିଆ ମାନଙ୍କ ନିକଟ ରେ । ସାଧାରଣ ନାଗରିକ ର ହକ୍ କୁ ଚକ୍ରାନ୍ତ କରି ଲୁଟି ନେଉଛନ୍ତି ଏମାନେ ।
ବଡ କଥା ହେଉଛି ସରକାରୀ ଅଧିକାରୀ ଙ୍କ ଦୁର୍ନୀତି ପାଇଁ କେତେ ଗରିବ ସାଧାରଣ ଲୋକ ପାଈ ନଥିବେ ନ୍ୟାୟ । ଆଉ ସେମାନେ କେତେ ଯେ ନିର୍ଯାତିତ ହୋଇଥିବେ ।କେତେ ମାନବିକ ଅଧିକାର ର ଉଲଙ୍ଘନ ଗେଇଥିବ । ଦୁର୍ନିତି ପାଇଁ କେତେ ସଂସାର ଉଜୁଡ଼ିଥିବ ।

ତେବେ ଜଣେ ସରକାରୀ କର୍ମଚାରୀ କଣ ଗୋଟିଏ ଦିନ ରେ ସବୁ ଲୁଟି ନେଇ କଳା ଟଙ୍କା ର ପାହାଡ ତିଆରି କଲା । ଏହା କଣ ତାର ଉପରିସ୍ଥ ଅଧିକାରୀ ଜାଣି ନଥିଲେ ନା ତା ଠୁ ନେଉଥିଲେ ପାଉଣା ଆଉ ବଟି। ଯଦି ଉପରିସ୍ଥ ଅଧିକାରୀ ନିଜ ଅଧସ୍ତନ କର୍ମଚାରୀ ବିଷୟ ରେ ତଥ୍ଯ ରଖୁ ନଥିଲେ ସେ ଜଣେ ଆପରଗ ଅଧିକାରୀ।ତାଙ୍କର ସରକାରୀ ଚାକିରି କରିବା ଆବଶ୍ୟକ ନାହିଁ । ଆଉ ଯଦି ଜାଣିଥିଲେ ସେ ମଧ୍ୟ ଦୁର୍ନୀତି ଗସ୍ତ କର୍ମଚାରୀ ପରି ଜଣେ ଦୋଷୀ ।
ତେଣୁ ଜଣେ ସରକାର କର୍ମଚାରୀ ର ଦୁର୍ନୀତି ପାଇଁ ତାର ଉପରିସ୍ଥ ଅଧିକାରୀ ଙ୍କୁ

ଉତ୍ତରଦାୟୀ କରାଯାଉ । ଗୋଟେ ବିଭାଗ ରେ ଯଦି ଅଧିକ ସଂଖ୍ୟକ ଭ୍ରଷ୍ଟ କର୍ମଚାରୀ ରୁହନ୍ତି ତେବେ ବିଭାଗୀୟ ସଚିବ ଙ୍କୁ କାଇଫତ ମାଗଜଉ । ମନ୍ତ୍ରୀ ମାନେ ଏହାର ଉତ୍ତର ବିଧାନସଭା ରେ ଦିଅନ୍ତୁ ।

ସୂଚନାଯୋଗ୍ୟ ଯେ ଏବେ ସରକାର ବଦଳିଲା ପରେ ହଠାତ୍ ଦୁର୍ନୀତି ନିବାରଣ ବିଭାଗ ସକ୍ରିୟ ହୋଇ ଉଠିଲା । ତେବେ ଏହା ଆଗରୁ କାହିଁକି ନିଷ୍କ୍ରିୟ ଥିଲା ଏହାର ଲାଇଫତ ତତ୍କାଳୀନ ବିଭାଗ ର ମୁଖ୍ୟ ଙ୍କୁ ତଲବ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ଏହା ଚାପ୍ ଟେ ଥିଲା ତେବେ କାହା ଚାପ୍ ରେ ଥିଲା ତାହା ଅନୁସନ୍ଧାନ ସାପେକ୍ଷ । ତେବେ ଏହି ବିଭାଗ କୁ ଅଧିକ ଦକ୍ଷ କରିବାକୁ ଏହାକୁ ସିଧାସଳଖ ନ୍ୟାୟାଳୟ ଅଧୀନ ରେ ବା ଲୋକପାଳ ଙ୍କ ଅଧୀନ ରେ ରଖାଯିବ ଉଚିତ୍ । ଏହି ବିଭାଗ ର ଅଧିକାରୀ ଙ୍କ ସ୍ଵଚ୍ଛତା ନେଇ ବାରମ୍ବାର ଅନୁସନ୍ଧାନ କରାଯିବା ଆବଶ୍ୟକ।


ଏକ ସ୍ୱଚ୍ଛ ଉତ୍ତରଦାୟୀ ପ୍ରଶାସନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବବାର ବେଳ ଆସିଛି । କାରଣ ଦୁର୍ନୀତି ବି ଦେଶ ଦ୍ରୋହ । ଏହା ଗଣତନ୍ତ୍ର କୁ ଦୁର୍ବଳ କରେ ,ଆତଙ୍କ ବାଦ କୁ ପ୍ରସୟ ଦିଏ । ସାମାଜିକ ନ୍ୟାୟ କୁ ପ୍ରତିହତ କରେ,ମାନବିକ ଅଧିକାର ଉଲ୍ଲଙ୍ଘନ କରେ ।ରୋଗୀ କୁ ମୃତ୍ୟୁ ମୁଖ କୁ ଠେଲି ଦିଏ ।ନିରୀହ କୁ କରାକୋଠାରି ରେ ନିକ୍ଷେପ କରେ ଆଉ ଭୟଙ୍କର
ଅପରାଧୀ କୁ ନିର୍ଦ୍ଦୋଷ ରେ ଖଲାସ କରିଦିଏ ।ରଜକୋଷ କୁ ଲୁଣ୍ଠନ କରେ ଓ କରାଏ।ଦୁର୍ନିତି ର କରାଳ ରୂପ ରେ ଗୋଟିଏ ଦେଶ ବି ତାର ସ୍ୱାଧୀନତା ହରାଇ ବସେ ।


ଦେଶ କୁ ମୁକ୍ତ କରିବା ଲାଗି ଶହ ଶହ ବର୍ଷ କେତେ ମହାପୁରୁଷ କ୍ରାନ୍ତିକାରୀ ବିପ୍ଳବୀ ଙ୍କୁ ପ୍ରାଣ ପାତ କରିବାକୁ ପଡ଼ିଲା ।।କଳାପାଣି କାରାଦଣ୍ଡ ମୁଣ୍ଡ କାଟ
ଫାସି ବନ୍ଧୁକ୍ ଗୁଳି ଆଗରେ ରେ ଜୀବନ ଦେବାକୁ ପଡିଲା । ଅସଂଖ୍ୟ ମା ମାନଙ୍କୁ ତାଙ୍କ ବିଶିକେଶନ ମାନଙ୍କୁ ହରାଇବାକୁ ପଡିଲା କେତେ ସଧବା ଙ୍କ କପାଳ ରୁ ପୋଛି ହୋଇଗଲା ସୁହାଗ ର ସିନ୍ଦୂର ।କେତେ ଜାଳିୱାନ ଆଉ ଇରମ ର ମାଟି ବତୁରୀ ଗଲା ଦେଶ ଭକ୍ତ ର ତାଜା ରକ୍ତ ରେ ।ମିଳିଲା ବହୁ ପ୍ରତିକ୍ଷୀତ ସ୍ୱାଧୀନତା ।ଆଜି କିନ୍ତୁ ସେଇ ସ୍ଵାଧୀନ ଦେଶ କୁ କବଳିତ କରିଛି ଭ୍ରଷ୍ଟାଚାର । ନିଜ ର ହକ ନେଲା ପରେ ବି ଅସଂଖ୍ୟ ସରକାରୀ କର୍ମଚାରୀ ଦୁର୍ନୀତି ରେ ଲିପ୍ତ ରହୁଛନ୍ତି ।ସୁରକ୍ଷା ପାଇଁ କୋଉଠି କୋଉଠି ପ୍ରସାରିତ ହେଇ ଯାଉଛି ରାଜନୈତିକ ବାହୁଛୟା ।ଦୁଃଖ ଏତିକି ଯେ ସେହି ମହାନ୍ ତ୍ୟାଗ ଆଜି ଦୁର୍ନୀତି ର ଦାବାନଳ ରେ ଜଳି ପୋଡ଼ି ପାଉଁଶ ହେଇ ଯାଉଛି ଦେଶ ର ଭବିଷ୍ୟତ । ।ତେବେ ଆଜି ର ରାଜନେତା କଣ ଏଥିପାଇଁ ଦାୟୀ ନୁହେଁ ,?

ପ୍ରତି ଟି ସଚ୍ଚୋଟ ସରକାରୀ କର୍ମଚାରୀ ଜଣେ ଦେଶ ଭକ୍ତ ।ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ କରିବାର ବି ସମୟ ଆଡ଼ିଛି । ପ୍ରତି ଟି କାର୍ଯ୍ୟାଳୟ କୁ ଦୁର୍ନୀତିମୁକ୍ତ ମାନଦଣ୍ଡ ରେ ରେଖାଙ୍କିତ କରିବା ର ଆବଶ୍ୟକତା ବି ଅଛି ।

Leave A Reply

Your email address will not be published.

15 + fifteen =