ଶ୍ରାଦ୍ଧ ଦିବସ ପାଲଟିଲା ଶ୍ରଦ୍ଧା ଦିବସ ନିଆରା ଭାବରେ ପାଳିତ ହେଲା ଶ୍ରାଦ୍ଧ ବାର୍ଷିକୀ ।
ପାରିବାର ରୁ ରୋଜଗାରିଆ ପୁଅ ଟି ମରିଯିବ ।ଦୁଃଖ ଦୁର୍ଦ୍ଦଶା ଭିତରେ ସମସ୍ତେ ଭାଙ୍ଗି ପଡ଼ିଥିଲା ବେଳେ ବିଧବା ଭୁଆସୁଣୀ ସ୍ତ୍ରୀ ବୁଢ଼ା ବାପା ମା ଘରେ ରହିଥିବା ଅବିବାହିତ୍ ଭାଉଣୀ କୁନି କୁନି ପୁଅ ଝିଅ ଅସହାୟ ହୋଇ ଭବ ଦରିଆ ରେ ଭାସୁ ଥିଲା ବେଳେ ଏ ସମାଜ ଟା ଏମିତି ଯେ ଶବ ସତ୍କାର ଠାରୁ ଦଶାହ ଏକା ଦଶାହ ଦ୍ଵାଦଶାହ ରେ ଖିରି ପୁରୀ ବାରପତ୍ର ରେ ମାଛ ଖାଇବାକୁ ଦେବାକୁ ବାଧ୍ୟ କରା ଯାଉଥିବ ।କେହି ପଚାରୁ ନ ଥିବେ ଯେ ବାପା ମରିଗଲା ପରେ ତାଙ୍କ ଘର ର ଚୁଲି କମିଟି ଜଳିବ ,ଚଳ ଛପର କେମିତି ହେବ , ବୁଢ଼ା ବାପା ମା ଙ୍କ ମୁହଁ ରେ କିଏ ଦି ମୁଠା ଭାତ ଦେବ । ଆଭିଆଡ଼ି ଭଉଣି କେମିତି ହାତ କୁ ଦି ହାତ ହେବ ? ଛୁଆ ମାନେ ଆଉ ପାଠ ପଢ଼ି ପାରିବେତ
ଧୀରେ ଧୀରେ ମୃତ୍ୟୁ ଭୋଜି ସାଧାରଣ ମଣିଷ ଟି ଉପରେ ବୋଝ ହେଉ ଯାଉଛି ।ଭୋଜି ଭାତ ନୂଆ ଲୁଗା ର ଆର୍ଥିକ ବୋଝ ଭିତରେ ମଣିଷ ର ଦୁଃଖ ଆହୁରି ବଢ଼ି ଯାଉଛି । କାହା ଘରୁ କିଏ ଜଣେ ପରପାରିକୁ ଚାଲି ଗଲେ କେମିତି ସଂସାର ଶଗଡ଼ି ଆଗକୁ ଗଡିବ ସେ କଥା ଚିନ୍ତା ବଢା଼ାଉଥିଲା ବେଳେସନାଇ ମୃତ୍ୟୁ ପରେ ଭୋଜି ଭାତ ଦେଇ ଆପ୍ୟାୟିତ କରିବାର କୁ ସଂସ୍କାର ବନ୍ଦ ହେବା ଉଚିତ୍ ।
ଧର୍ମ ପରାୟଣ ମହିଳା ମା ନେଉଲି ଦାସ ଙ୍କ ର ଶ୍ରାଦ୍ଧ ଦିବସ ରକ୍ତ ଦାନ ବୃକ୍ଷ ରୋପଣ ଶ୍ରୀ ଭାଗବତ ଅଭିଯାନ ସାମୂହିକ ଭାଗବତ ପଠନ ଓ ବିତରଣ ସାଧୁ ସନ୍ଥ ଙ୍କ ସମାବେଶ ଭଜନ ଭୋଜନ ରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ସାହା ଓ ମା ରାଧା ଦେବୀ ଦତ୍ତ ନ୍ୟାସ ର ଆୟୋଜନ ରେ ଅନୁଷ୍ଠିତ ରକ୍ତ ଦାନ ଶିବିର ରେ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଶିଶୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡକ୍ଟର ବନୋଜ ରାୟ ଙ୍କ ନେତୃତ୍ୱ ରେ ଶ୍ରୀ ଭାଗବତ ଅଭିଯାନ ରେ ସାମୂହିକ ଭାଗବତ ପଠନ ରେ ବହୁ ସାଧୁ ସନ୍ଥ ବୁଦ୍ଧିଜୀବୀ ଓ ମହିଳା ଭାଗ ନେଇ ଥିଲେ ।


ଶିକ୍ଷାବିତ୍ ପ୍ରଫେସର ଡକ୍ଟର ସୁଧାଂଶୁ ରଞ୍ଜନ ସ୍ୱାଇଁ ପ୍ରଫେସର ଦେବୀ ପ୍ରସାଦ ଦାସ ଶିକ୍ଷାବିତ୍ ଅରୁଣ ବାରିକ ସାମ୍ବାଦିକ ବିଜୟ ଜେନା ଶିଶିର ପଣ୍ଡା ସାଂବାଦିକ ଉମାକାନ୍ତ ଜେନା କବି ଗୋବିନ୍ଦ ମହାନ୍ତି ଭାରତ ଭୂଷଣ ପଟ୍ଟନାୟକ ସାମ୍ବାଦିକ ଅଜୟ ମହାନ୍ତି ଯୋଗ ଦେଇ ଥିଲା ମା ନେଉ ଲି ଦାସ ସ୍ମୁତି ସାଂସଦ ର କର୍ମକର୍ତ୍ତା ମହେନ୍ଦ୍ର ଦାସ ସହଯୋଗ କରିଥିଲେ ।

ଡକ୍ଟର ସ୍ୱାଳିନ ପରିଜା ଙ୍କ ନେତୃତ୍ୱ ରେ ଆଇ ପି ଟି ର ଛାତ୍ର ମାନେ ରକ୍ତ ଦାନ କରିଥିଲେ ।
ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ କାଯ୍ୟକ୍ରମ ଗୁଡ଼ିକ ପରିଚାଳନା କରିଥିଲେ ।