ଦିଲ୍ଲୀ ରୁ ଆସି ପଲ୍ଲୀ ଗାଁ ରେ ଆଇନ ଓ ମାନବିକ ଅଧିକାର ଉପରେ କର୍ମଶାଳା ରେ ନେତୃତ୍ୱ ନେଲେ ସୁପରୀମକୋର୍ଟ ର ଯୁବ ଆଇନଜୀବୀ ଦେବଦତ୍ତ କାନୁନ୍ଗୋ

ବୃତ୍ତି ରେ ସେ ଜଣେ ମେକାନିକାଲ ଇଞ୍ଜିନିୟର ଓ ବ୍ୟବସାୟ ପ୍ରଶାସନ ରେ ସ୍ନାତ୍ତକୋତ୍ତର ଉପାଧି ପ୍ରାପ୍ତ ପରି ଚାଳକ,,
ଏକାଧିକ ବହୁ ଦେଶୀୟ କମ୍ପାନୀ ରେ ପରିଚାଳକ ଭାବେ ଆକର୍ଷଣୀୟ ବେତନ ରେ କାମ କରି ଚାକିରି ଛାଡ଼ି ଆଇନ୍ ପଡନ୍ତି ଆଉ ସ୍ନାତକୋତ୍ତର ଆଇନ୍ ରେ ପାଆନ୍ତି ରାଜ୍ୟପାଳ ଙ୍କ ଠାରୁ ସ୍ୱର୍ଣ୍ଣପଦକ । ଜାତୀୟ ଆଇନ୍ ବିଶ୍ଵ ବିଦ୍ୟାଳୟ ରୁ ଆରମ୍ଭ କରି ଆଇ ଆଇ ଟି ଖଡ଼କପୂର୍ ରେ ଆଇନ ଉପରେ କରନ୍ତି ଅଧିକ ଅଧ୍ୟୟନ ଆଉ ଆଇନ ରେ ଜାରି ରଖନ୍ତି ଗବେଷଣା ।ଦିଲ୍ଲୀ ସୁପ୍ରିମ କୋର୍ଟ ରେ ଅଧିବକ୍ତା ଭାବେ ଯୋଗ ଦେଲା ପରେ ବି ନିଜ ଗାଁ ମାଟି ଓଡ଼ିଶା ର ପଲ୍ଲୀ ଜୀବନ ତାଙ୍କୁ କରେ ଅଥୟ ଆଉ ଆନ୍ଦୋଳିତ । ଓକିଲାତି ସହ ବିଭିନ୍ନ ସେବା ରେ କରନ୍ତି ଜୀବନ କୁ ମୁଖର।
ଏବେ ଗ୍ରାମାଞ୍ଚଳ ରେ ଆଇନ ସଚେତନତା ସହ ମାନବିକ ଅଧିକାର ଓ ଦୈନଦିନ ଜୀବନ ରେ ଆଇନ ର ପ୍ରୟୋଗ ଓ ଜଣେ ସାଧାରଣ ମଣିଷ ର ଅଧିକାର କୁ ନେଇ ଆରମ୍ଭ କରିଛନ୍ତି ଗାଁ ଗାଁ ରେ ସଚେତନତା ର କର୍ମଶାଳା ।
ସାମାଜିକ ସେବା ସଂସ୍ଥା ସାହା ଅବୁକୁଲ୍ୟ ରେ ଆୟୋଜିତ ଏମିତି ଏକ କାର୍ଯ୍ୟକ୍ରମ । ମାହାଙ୍ଗା ର ଦ୍ଵିପାଞ୍ଚଲ୍ ମୂଳବସନ୍ତ ଗ୍ରାମ ପଞ୍ଚାୟତ ର ଧର୍ମଦାସ ପୁର ଠାରେ ସ୍ଥାନୀୟ କ୍ଲବ ର ସଭାପତି ତଥା ବସନ୍ତ ଫାଉଣ୍ଡେସନ ର ଅଧକ୍ଷ ନଗେନ୍ଦ୍ର ନାଥ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଛି ଏହି କର୍ମ ଶାଳା ।ମାନବିକ ଅଧିକାର ଅଧିବକ୍ତା ସତ୍ୟ ନାରାୟଣ ଦାସ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ରେ ଗାଁ ଗହଳି ର ପ୍ରାୟ ଦୁଇ ଶହ ସାଧାରଣ ଜନତା ଓ ମା ମାନେ ଯୋଗ ଦେଇ ଥିଲେ । ଅନେକ ଙ୍କ ସମସ୍ୟା ଉପରେ ଶ୍ରୀଯୁକ୍ତ କାନୁନ୍ ଗୋ ବିଚାର ରଖିଲ ବେଳେ ବିଶିଷ୍ଟ ଆୟୁର୍ବେଦିକ ଗବେଷକ ଅନନ୍ତ ଦେବଦର୍ଶୀ ବର୍ତ୍ତମାନ ସମୟ ରେ ଖାଦ୍ୟ ପନିପରିବା ଫଳ ମୂଳ ଏପରିକି ଆୟୁର୍ବେଦିକ ଔଷଧ ନାଁ ରେ ହେଉଥିବା ଅପମିଶ୍ରଣ ବିଷାକ୍ତ ରଙ୍କ ଓ ଫଳ ପାଚିବା ପାଇଁ ବ୍ୟବହାର କରା ଯାଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ର ପ୍ରଭାବ ଓ ଏହି ସଂକ୍ରାନ୍ତୀୟ ଆଇନ ଉପରେ ନିଜର ମତାମତ ରଖିଥିଲେ । ବିଶିଷ୍ଟ ସଂଗଠକ ତଥା ଅଧିବକ୍ତା ଦିନବନ୍ଧୁ ନାୟକ ଯୋଗ ଦେଇ ଗ୍ରାମାଞ୍ଚଳ ର ଅନେକ ମୌଳିକ ସମସ୍ୟା ର ସମାଧାନ ଦିଗରେ ଏମିତି ଏକ କାଯ୍ୟକ୍ରମ ସହାୟକ ହେବା ସହ ଲୋକ ମାନଙ୍କୁ ସେମାନଙ୍କ ଅଧିକାର ଉପରେ ସଚେତନ କରାଇବ ବୋଲି ମତ ରଖିଥିଲେ। ,ସଞ୍ଚାର ମାଧ୍ୟମ ରେ ମଧ୍ୟ ଏହି କାଯ୍ୟକ୍ରମ ସଂଯୋଜିତ ହେଉ ଥିଲା ବେଳେ କଲିକତା ରୁ ସି ଏମ ଏ ବି ସୁଜିତ୍ ଓ ବାଙ୍ଗାଲୋର ରୁ କମ୍ପାନୀ ସେକ୍ରେଟାରୀ ଏସ ଆଲୋକ ଜ୍ୟୋତି କର୍ପୋରେଟ ସେକ୍ଟର ରୁ ଦିନବନ୍ଧୁ ପ୍ରଧାନ ରଖିଥିଲେ ।
ଅନ୍ୟଏମାନଙ୍କ ମଧ୍ୟ ରେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଶାନ୍ତ କର କୃଷକ ନେତା ଶୁଭେନ୍ଦୁ ସାହୁ ବିଶିଷ୍ଟ ସଂଗଠକ ଶିରୀଶ ମହାନ୍ତି ସୁଶାନ୍ତ ମହାନ୍ତି ଭଉଁରୀଆ ର ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ସୁଶୀଲ ପଣ୍ଡା ସୁମନ ମହାନ୍ତି ଟିକସ ପରାମର୍ଶ ଦାତା ଜ୍ଞାନ ରଞ୍ଜନ ଦାସ ସ୍ଥାନୀୟ ସମାଜ ସେବୀ ଗଣେଶ ବଳବନ୍ତ ରାୟ ଧନଞ୍ଜୟ ଦାସ ନରେନ୍ଦ୍ର ନାଥ ଅଧ୍ୟାପକ ପ୍ରଦୀପ ମହାନ୍ତି ଅଧ୍ୟାପକ ଅନିଲ ଜେନା ଜିତେନ୍ଦ୍ର ପଣ୍ଡା ଆଡଭୋକେଟ୍ ଟି ନୃସିଂହ ସୂଜ୍ୟନରୟାନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇ ଥିଲେ