ମା ରାଧାଦେବି ଦତ୍ତ ନ୍ୟାସ ରେ
ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ସମାଜ ସେବା ରେ ନେଲେ ପ୍ରଶିକ୍ଷଣ

ନୂଆ। ଶିକ୍ଷାନୀତି ଅନୁସାରେ ସ୍ନା ତ୍ତ କ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ସମାଜସେବା ବା ଅନ୍ୟାନ୍ୟ ଅନୁଷ୍ଠାନ ରେ ୧୨୦ ଘଣ୍ଟା ର ଅଭିଜ୍ଞତା ଅର୍ଜନ କରିବାର ବ୍ୟବସ୍ଥା ହୋଇ ଥିଲା ବେଳେ ମହଙ୍ଗା ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଅଗ୍ରଣୀ ସେବା ଅନୁଷ୍ଠାନ ମା ରାଧା ଦେବୀ ଦତ୍ତ ନ୍ୟାସ ରେ ନେଲେ ପ୍ରଶିକ୍ଷଣ

ମାନବିକ ଅଧିକାର କର୍ମ ଶାଳା ରେ ଅତିଥି ଙ୍କୁ ଅଧକ୍ଷ ଙ୍କ ଦ୍ଵାରା ସ୍ୱାଗତ ଅଭିଭାଷଣ

ଭଏସ ଅଫ୍ କମନ୍ସ କଟକ ୦୧/୦୬

ମହଙ୍ଗା ମହିଳା ମହାବିଦ୍ୟାଳୟ ଚଟୁର୍ଥ ସେମିଷ୍ଟର ଛାତ୍ରୀ ମାନେ ନୂଆ ଶିକ୍ଷାନୀତି ଅନୁସାରେ ଶିକ୍ଷା ନବିସ ଭାବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ ମାହାଙ୍ଗା ବ୍ଲକ ର ରା ମ କା ପୁ ର ରେ ଅବସ୍ଥିତ ମା ରାଧା ଦେବୀ ଦତ୍ତ ନ୍ୟାସ ରେ ଯୋଗ ଦେଇ ଥିଲା ବେଳେ ଭୌତିକ ଚିକିତ୍ସା ଏହି ଚିକିତ୍ସା କେନ୍ଦ୍ର ର ପରି ଚାଲନା ଆର୍ଥିକ ବ୍ୟବସ୍ଥା ପ୍ରାଥମିକ ଚିକିତ୍ସା ବିଭିନ୍ନ ଯନ୍ତ୍ର ଓ ତାର ପ୍ରୟୋଗ ଉପରେ ଜ୍ଞାନ ଆହରଣ ସହ ଭୌତିକ ଚିକିତ୍ସକ ମହେନ୍ଦ୍ର ଦାସ ଛାତ୍ରୀ ମାନଙ୍କୁ ଏହି ପ୍ରସଙ୍ଗ ରେ ଟିକି ନିଖି ବୁଝାଇଥିଲେ । ନ୍ୟାସ ର ଅଧ୍ୟକ୍ଷ ବର୍ଷୀୟାନ ଶିକ୍ଷାବିତ୍ ସମାଜ ସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ କାଯ୍ୟକ୍ରମ ର ଶୁଭାରମ୍ବ ସହ ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାକୁ ଦିକ୍ ଦର୍ଶନ ଦେଇ ଥିଲେ । ଚିକିତ୍ସା କେନ୍ଦ୍ର ର ସହାୟିକା ସୁଶ୍ରୀ ମିନତି ସୁଶ୍ରୀ ରଞ୍ଜିତା ସୁଶ୍ରୀ ତନୁ ସ୍ୱେଚ୍ଛାସେବୀ ସୁଶାନ୍ତ ମହାନ୍ତି ପ୍ରତାପ ରାଉତ୍ ସିରିସ ଭାଇ ପ୍ରମୁଖ କାଯ୍ୟକ୍ରମ ପରିଚାଲନା ରେ ସହଯୋଗ କରିଥିଲେ । ନ୍ୟାସ ପକ୍ଷରୁ ଭାରତ ଭୂଷଣ ପଟ୍ଟନାୟକ ଶିକ୍ଷା ନବିସ ମାନଙ୍କୁ ସ୍ୱାଗତ ଜଣାଇ ଥିଲା ବେଳେ ମହଙ୍ଗା ମହିଳା ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା ଶୁଶ୍ରୀ ମାମାଲି ମୋନାଲିସା ଦାଶ କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ଥିଲେ ।

ଏହି ଗୋଷ୍ଠୀ ଶିକ୍ଷା ଓ ସାମାଜିକ ସେବା କାର୍ଯ୍ୟକ୍ରମ ପ୍ରଥମ୍ ପର୍ଯ୍ୟାୟ ରେ ସୁପ୍ରିମ କୋର୍ଟ ରେ ଯୁବ ଅଧିବକ୍ତା ଦେବ ଦତ୍ତ କାନୁନ୍ଗୋ ଙ୍କ ନେତୃତ୍ୱ ରେ ମାନବିକ ଅଧିକାର ଓ ଆଇନ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ମଧ୍ୟ ନ୍ୟାସ ପକ୍ଷରୁ ମାହାଙ୍ଗା ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ।

ଆଡଭୋକେଟ୍ ଶ୍ରୀ ଦେବଦତ୍ତ କାନୁନଗୋ ଛାତ୍ରୀ ମାନଙ୍କୁ ସରଳ ଭାଷା ରେ ଦୈନଦିନ ଜୀବନ ରେ ଉପଯୋଗ କରାଯାଉଥିବା କିଛି ଆଇନ ସହ ମାନବିକ ଅଧିକାର ଘରୋଇ ହିଂସା ଉପରେ ବୁଝାଇ ଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନ ର ଉତ୍ତର ମଧ୍ ସେ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ମହିଳା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପ୍ରତାପ ଷଢଙ୍ଗୀ ସଭାପତିତ୍ବ କରି ଥିଲା ବେଳେ ମାନବାଧିକାର କର୍ମୀ ଅଧିବକ୍ତା ସତ୍ୟ ନାରାୟଣ ଦାସ ପି ପି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ର ଆଧ୍ୟପକ୍ ପ୍ରଦୀପ୍ତ ମହାନ୍ତି ଯୋଡ଼ା ମହିଳା ମହାବିଦ୍ୟାଳୟ ର ସମାଜ ବିଜ୍ଞାନ ବିଭାଗ ର ଅଧ୍ୟାପକ ଶ୍ରୀ ଅନିଲ ଜେନା ଅଧିବକ୍ତା ଦିନ ବନ୍ଧୁ ନାୟକ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆଇନ ର ପ୍ରୟୋଗ ଉପରେ ଶିକ୍ଷା ଦେଇ ଥିଲେ। ।ଅଧ୍ୟାପିକା ଗୀତାଞ୍ଜଳି ନାୟକ ଅଧ୍ୟାପିକା ପୁଷ୍ପ ଲତା ବରିଷ୍ଟ ଅଧ୍ୟାପକ ଓ ପ୍ରଶାସନିକ ବର୍ଷର ଶ୍ରୀ ବୀରବର ଖଟୁଆ ଡି ଇ ଓ ସୁବାସ ରାଉତ୍ ପ୍ରମୁଖ କାଯ୍ୟକ୍ରମ ପରି ଚାଲନା କରିଥିଲେ ।

ତେବେ ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ରେ ପରିବେଶ ସଚେତନତା ସହ ଛାତ୍ରୀ ମାନଙ୍କୁ ସବୁ ପ୍ରଶିକ୍ଷଣ ପରେ ପ୍ରମାଣ ପତ୍ର ବିତରଣ କରାଯିବ

ସୂଚନା ଯୋଗ୍ୟ ଯେ ରାଜ୍ୟ ର ଅଗ୍ରଣୀ ସେବା ଅନୁଷ୍ଠାନ ନିଜସ୍ୱ ଶକ୍ତି ରେ ବିନା ସରକାରୀ ଅନୁଦାନ ରେ ବିଭିନ୍ନ ପ୍ରକାର ସେବା ଦାନ ରେ ପ୍ରାୟ ପାଞ୍ଚ ବର୍ଷ ରୁ ଅଧିକ ସମୟ ଧରି ନିଜକୁ ନିୟୋଜିତ କରିଥିଲା ବେଳେ ଏହି ନ୍ୟାସ ପକ୍ଷରୁ ମଧ୍ୟ ଏକ ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି ।

ଭୌତିକ ଚିକିତ୍ସା କେନ୍ଦ୍ର ରେ ଅତି ଗରିବ ରୋଗୀ ଙ୍କୁ ମାଗଣା ଚିକିତ୍ସା ଦିଆ ଯାଉଥିଲା ବେଳେ ଅନ୍ୟ ମାନଙ୍କ ଠାରୁ ସ୍ୱଳ୍ପ ଦେୟ ରଖାଯାଏ ଏହା ସହ ମାନବିକ ଅଧିକାର ସୁରକ୍ଷା ଆଇନ ସଚେତନତା ରକ୍ତ ଦାନ ପରିବେଶ। ସୁରକ୍ଷା ବୃକ୍ଷ ରୋପଣ ଜରାଶ୍ରମ ରେ ସେବା ଦାନ ସହ ଯୁବ ଶକ୍ତି ର ସକାରାତ୍ମକ ପରିଚାଳନା ସହ ଦେଶ ସମାଜ ନିର୍ମାଣ ରେ ଉପଯୋଗ ସହ ବିଭିନ୍ନ୍ ବିନ୍ଦୁ ରେ ବର୍ଷ ସାରା ଏହି ନ୍ୟାସ ରେ ସେବା କାର୍ଯ୍ୟ ହୋଇ ଥାଏ।

u

Leave A Reply

Your email address will not be published.