ଗାଁ ମାଟି ରେ କୁଲପତି ଙ୍କୁ ବିପୁଳ ସମର୍ଦ୍ଧନା
ମାହାଙ୍ଗା
ବିଶିଷ୍ଟ ବୈଜ୍ଞାନିକ ତଥା ଜଣେ ସରଳ ଉଦାର ସମାଜସେବି ଭାବରେ ପରିଚିତ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି କୁଳପତି ନିଯୁକ୍ତି ପରେ ରମକା ପୁର ଠାରେ ଅବସ୍ଥିତ ମା ରାଧା ଦେବୀ ଦତ୍ତ ନ୍ୟାସ ରେ ଉତ୍ସସ୍ଵିତ୍ ସମ୍ବର୍ଦ୍ଧନା ଦିଆ ଯାଇଛି । ସନ୍ଧ୍ୟା ରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭା ରେ ମାଆ ମାନେ ହୁଳ ହୁଳି ପକେଇ ତାଙ୍କୁ ଫୁଲ ଚନ୍ଦନ ଦେଇ ସଭା କୁ ନେଇ ଆଶୀର୍ବାଦ କରିଥିଲା ବେଳେ ଆଡଭୋକେଟ୍ ସତ୍ୟନାରାୟଣ ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ବର୍ଷୀୟାନ ସମାଜ ସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ମହାନ୍ତି ଙ୍କୁ ଏକ ବୃକ୍ଷ ସହ ଉତ୍ତରୀୟ ଦେଇ ତାଙ୍କୁ ସମ୍ମାନିତ କରିଥିଲେ।ଡ୍ରିମ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରଫେସର ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି କୁଳପତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବେଳେ ରାଜ୍ୟ
ପୂର୍ବତନ ପ୍ରଶାସକ ଓ ଗାନ୍ଧୀ ବାଦ୍ ର ପ୍ରବକ୍ତା ଶ୍ରୀ ଜୟନ୍ତ ଦାସ ପଶୁପାଳନ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ରାଉତ ଦୁର୍ନୀତି ନିବାରଣ ବିଭାଗ ର ଅତିରିକ୍ତ ଅଧିବକ୍ତା ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର
ଯୁବ ଭେଷଜ ବିଶେଷଜ୍ଞ ଡାକ୍ତର ଅବିନାଶ କର ମହେନ୍ଦ୍ର ଦାସ ପ୍ରଫେସର ଡକ୍ଟର ବିବସନ୍ ମିଶ୍ର ଶିକ୍ଷାବିତ ତଥା ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଂଘର ସମ୍ପାଦକ ଅରୁଣ ବାରିକ ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ସାମ୍ବାଦିକ ତାପସ ବିଶ୍ଵାଳ ଅଟଳ ସେନା ର ସଭାପତି ଶ୍ରୀ ଦିବାକର ପ୍ରଧାନ ଅଧ୍ୟାପକ ବୀରବର ଖଟୁଆ ଶିରୀଶ ମହାନ୍ତି ଭରତ ଭୂସନ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତୀ ଙ୍କ ଶିକ୍ଷା ଓ ସମାଜସେବା କ୍ଷେତ୍ର ରେ ଭୂମିକା ର ଭୁଇୟସି ପ୍ରଶଂସା କରିଥିଲେ ।
ଗୋବିନ୍ଦ ମହାନ୍ତି କମଳାକାନ୍ତ ଓଝା କୈଳାସ ସ୍ବାଇଁ ପ୍ରତାପ ରାଉତ୍ ସୁଶାନ୍ତ ମହାନ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।