ଓଡ଼ିଆଙ୍କ ପେଟରେ Styrofoam( ସୋଲ ? ) ପାହାର **

ଶାଳ ପତ୍ର ଦନାର ବିପୁଳ ସୁଯୋଗ ଓଡ଼ିଶାରେ ଥିଲେ ମଧ୍ୟ, ଆଦିବାସୀ ମହିଳା ଓ ବୃଦ୍ଧ ଖୁବ ଶସ୍ତାରେ ଏହାକୁ ତିଆରି କରୁଥିଲେ ବି Styrofoam ପ୍ରସ୍ତୁତକାରୀ କମ୍ପାନୀ,ବେପାରୀ ଙ୍କ ଧୃତ୍ତତା ଓ ଅଫିସରଙ୍କ ଅପାରଗତା ଯୋଗୁଁ ଓଡିଶା ହରାଉଛି କୋଟି କୋଟି ଟଙ୍କା। ଯେଉଁ ଟଙ୍କା ଓଡ଼ିଶାଭିତରେ ରହିବା କଥା, ଓଡ଼ିଆ ଜନଜାତିଙ୍କୁ ରୋଜଗାର ଦେଇଥାନ୍ତା ତାହା ଚକ୍ରାନ୍ତକରି ଲୁଟିନେଉଛନ୍ତି ରାଜ୍ୟ ବାହାର କମ୍ପାନୀ। ଅବଶ୍ୟ ଏହାର କିଛି ଅଂଶ ଅଫିସରଙ୍କ ଭାଗରେ ବି ପଡୁଥିବ, ଯେଉଁଥିରୁ ସ୍ତ୍ରୀ ପାଇଁ ସୁନା ଓ ପୁଅ ଝିଅଙ୍କ ପାଇଁ ସମ୍ପତ୍ତି ଠୁଳ କରୁଥିବେ।

କେତେବେଳେ ଟୁଙ୍ଗୁରୁ ତ କେତେବେଳେ ରେଭେନ୍ସା ଚର୍ଚ୍ଚା ଭିତରେ ବୁଡିରହିଥିବା ସାଧାରଣ ଓଡ଼ିଆଟି ଏ Styrofoam ରାକ୍ଷସ ବାବଦରେ ଭାବିବାକୁ ସମୟ ପାଉନି କି ? ସାର୍ଟ ରେ ପରଫ୍ୟୁମ ପକେଇ ପ୍ୟାଣ୍ଟରେ ଝାଡା କରିଦେବା ଯାହା, ଚିକ୍କଣ ସୋଲ (?) ଦନାରେ ଖାଇ ଓଡିଶା ସାରା ଶହ ଶହ ଟ୍ରକ ଅଳିଆ ଗଦା କରିବା ତାହା।

ଖଲିପତ୍ର ଭଳି ଏକ ପରିବେଶ ଅନୁକୂଳ, ଓଡିଶା ହିତକାରୀ ବିକଳ୍ପ ଥିଲେ ମଧ୍ୟ କାହିଁକି ସାଧାରଣ ଓଡ଼ିଆ ଏ Styrofoam ଦନା ବ୍ୟବହାର କରୁଛନ୍ତି ତାହା ବୁଝି ହେଉନି । ତାମିଲକୁ , ଇଟାଲୀ କୁ, ରେଭେନ୍ସା କୁ, ଅମ୍ବାନୀ କୁ ଗାଳି ଦେବା କିନ୍ତୁ ଓଡିଶା ଖଲିପତ୍ର ବ୍ୟବହାର ନକରି ଓଡ଼ିଆ ପେଟରୁ ଦାନା ଛଡେଇ ନେଉଥିବା ସୋଲ (Styrofoam)କୁ ବ୍ୟବହାର କରିବା ! ଇଏ କି ପ୍ରକାର ମାନସିକତା ?

ଏହି ଉପରକୁ ଚିକ୍କଣିଆ ଧଳା ଦନାରେ ବିକୁଥିବା ଦୋକାନି ପାଖରେ ଖାଆନ୍ତୁ ନାହିଁ, ଭୋଜିରୁ ଉଠି ଆସନ୍ତୁ। ଯଦି ଆପଣ ଏତିକି କରିପାରେବେନି ତେବେ ଓଡ଼ିଆ ପେଟରେ ପାହାର ଦେବାରେ ସେ ବେପାରୀ, ଅଫିସର ଯେତିକି ଦାୟୀ ଆପଣ ବି ସେତିକି ଦାୟୀ। ଓଡିଶାକୁ ଭଲପାଇବାରେ ଛଳନା କରନ୍ତୁନାହିଁ।

ଓଡ଼ିଆ ଉଠୁ -ଓଡ଼ିଶା ଉଠୁ ।

ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର

Leave A Reply

Your email address will not be published.