କୋରାପୁଟ କୋଟିଆ ର ଶ୍ରୀ ଜଗନ୍ନାଥ ମନ୍ଦିର

ଓଡ଼ିଶା ଆନ୍ଧ୍ର ଉପାନ୍ତ ର କୋରାପୁଟ ଜିଲ୍ଲା ରେ କୋଟିଆ ।

ଏକ ବହୁ ଚର୍ଚ୍ଚିତ ସୁନ୍ଦର୍ ସବୁଜ ପାହାଡ ଜଙ୍ଗଲ ଝରଣା ରେ ପରିବେଷ୍ଠିତ ଅଞ୍ଚଳ । ପଟାଙ୍ଗି ବ୍ଲକ ଓ କୋଟିଆ ପଞ୍ଚାୟତ ର ପ୍ରକୃତି ର ଦିବ୍ୟ ରୂପ କାନ୍ତି ର ଗାଁ ଇଏ।

ଖଣିଜ ସମ୍ପଦ ରେ ଭରପୁର ଏହି ଅଞ୍ଚଳ ଉପରେ ପଡୋଶୀ ରାଜ୍ୟ ର କିନ୍ତୁ ଲୋଲୁପ ଆଖି ପଡ଼ିଛି । ନିଜ ଅଞ୍ଚଳ ବୋଲି ଦାବି କରି ଅନେକ ସମୟ ରେ ବିବାଦ ସୃଷ୍ଟି କରୁଥିବା ପଡୋଶୀ ରାଜ୍ୟ ର ପ୍ରାକୃତିକ ସମ୍ପଦ ଉପରେ ନଜର ରହିଥିଲା ବେଳେ କୋଟିଆ ଗାଁ ରେ ରହିଛନ୍ତି ଏକ ସୁନ୍ଦର ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର । ପାହାଡ ଉପରେ ନିର୍ମିତ ଏହି ମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜ ମାନ କରୁଥିଲା ବେଳେ ଯେଉଁ ବିକାଶ ହେବା କଥା ତାହା ଏଠାରେ ହୋଇ ପାରି ନାହିଁ ।ପ୍ରତିଦିନ ଆସୁଥିବା ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ନଗଣ୍ୟ । ଏହି ଗାଁ ରେ ହିନ୍ଦୁ ଙ୍କ ସଂଖ୍ୟା ହାତ ଗଣତି ହୋଇ ଥିଲା ବେଳେ ପର୍ଯ୍ୟଟନ ର ବିପୁଳ ସମ୍ଭାବନା ସତ୍ତ୍ୱେ ସଚେତନତା ଓ ଭିତ୍ତି ଭୂମି ର ଅଭାବ ପାଇଁ ଅଧିକ ସଂଖ୍ୟା ରେ ପର୍ଯ୍ୟଟକ ଏଠାକୁ ଆସି ପାରୁ ନାହାନ୍ତି ।

Leave A Reply

Your email address will not be published.