ମାନବବାଦ ର ସ୍ୱର ରେ ଅନୁରଣିତ ବିବେକାନନ୍ଦ ଦାସ ଙ୍କ ଲିଖିତ ବହି ମାନବିକତା ର ବିଚାର

ସ୍ତମ୍ୱକାର ସମାଜସେବୀ ସୂଚନା ଓ ମାନବାଧିକାର ସୁରକ୍ଷା ର ଏକ ସମର୍ପିତ ଅନୁଷ୍ଠାନ ବିବେକାନନ୍ଦ ଦାସ

ବିଚାର ଆଉ ବିବେକ ର ବର୍ଗ ବନ୍ଧନୀ ର ବିନ୍ଦୁ ବଳୟ ଭିତରେ ବହୁଧା ବିଭକ୍ତ ବିପୁଳ ତାଙ୍କ ର ବ୍ୟକ୍ତିତ୍ଵ । ନିରୁତା ମାନବ ବାଦ ର ମନ୍ତ୍ର ରେ ମୁଖର ତାଙ୍କର ନିରୋଳା ଜୀବନ ର ଚୌହଦି।ପ୍ରତିକୂଳତା ର ପ୍ରଖର ସ୍ରୋତ ପ୍ରତିହତ କି ଅସହଜ କରିପାରିନି ତାଙ୍କ କଲମ କୃପାଣ ର ସାଣିତ୍ ଅଥଚ ସତ୍ୟବଦ୍ଧ ସୃଜନଶୀଳ ସ୍ୱର ଫୁତ୍କର କୁ,,,
ମାନବିକତା ର ବିଚାର ବହି ଟି ବିବେକ ବାବୁ ଙ୍କ ଅଭିଜ୍ଞତା ଅନୁଭବ ଅନୁରାଗ ଆପଣପଣ ଆଉ ଦରଦୀ ସମ୍ବେଦନଶୀଳ ଜଣେ ସମାଜସେବୀ ଙ୍କ ହୃଦୟ ର ଅଭିଲେଖ ।କେତେ ବେଳେ ସେଇ ନିନାଦ ଭିତରେ ରେ ଝଙ୍କୃତ ହେଇଛି ମୋହନ ମୂରଲୀ ର ସ୍ୱର ତ କେତେବେଳେ ସମାଲୋଚନା ର ଶିବ ତାଣ୍ଡବ ।ସବୁଥିରେ ସାମାଜିକ ଉତ୍ତରଦାୟିତ୍ଵ ଆଉ ଲୋକ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧତା ଓ ଅଥଳ ଅନୁରାଗ ।ବିବେକାନନ୍ଦ ଦାସ ଙ୍କ ଲିଖିତ ମାନବ ବାଦ ର ସ୍ୱର ଲିଖିତ ପୁସ୍ତକ ରେ ଯେମିତି ବାଯୁଛି ସମାଜ ନିର୍ମାଣ ର ସ୍ପପ୍ତସୁରି ।
ବାରମ୍ବାର ଅଭାବ ଅନାଟନ ତାଙ୍କ ବାଟ ଓଗାଲୁଥିଲେ ବି କେବେ ବି ନିଜର ସିଦ୍ଧାନ୍ତ ଆଉ ବିଚାର କୁ ଅଣଦେଖା କରି ନାହାନ୍ତି ସେ ।
ସୂଚନା ଅଧିକାର ଠାରୁ ସମାଜ ସେବା ମାନବିକ ଅସ୍ମିତା ର ସୁରକ୍ଷା ଠାରୁ ପତ୍ରକାରିତା ର ସୂକ୍ଷ୍ମ ଅନୁଭବ ବେଦନା ରେ ଯୁଡୁବୁଡୁ ତାଙ୍କ ସାରସ୍ଵତ ଶବ୍ଦ ସମ୍ବାର ।ବିଚାର ର ମେରୁ ଖୁଣ୍ଟି ରେ ବିବେକ ର ବଳଦ ଯୋଚି ସମଜସେବା ସେବା ମାନବିକ ଅଧିକାର ଆଉ ସାହିତ୍ୟ ସାଧନା ତ୍ରିଭୁଜ ଭିତରେ ଜୀବନ କୁ ଅହରହ ସାଧନା ରେ ପରିଣତ କରିଥିବା ଯଶଶ୍ଵି ଲେଖକ ଶ୍ରୀ ମା ନ ବିବେକାନନ୍ଦ ଦାସ ଙ୍କ କୃତି ଓଡ଼ିଆ ସାହିତ୍ୟ କୁ ମୁଖର କରୁ ।

ବିବେକାନନ୍ଦ ଦାସ ଙ୍କ ର ମାନବିକତା କୁ ନେଇ ଏକ ସାରସ୍ୱତ ସୃଜନ ମାନବିକତା ବିଚାର ଲୋକାର୍ପଣ ହୋଇଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ କଟକ ଶ୍ରୀ ରାମଚନ୍ଦ୍ର ଭବନ ରେ ମୁଖର ହୋଇଥିବା ଏହି ମହୋତ୍ସବ ରେ ଅତିଥି ମାନେ ନିଜ ନିଜ ର ବିଚାର ରଖିଥିଲା ବେଳେ ବହି ଟି ପାଠକିୟ ଆଦୃତି କାମନା କରୁଛନ୍ତି ।ସମାଜସେବା ଦୁର୍ନୀତି ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରିବାର ଅଭିଯାନ ପତ୍ରକାରିତା ପ୍ରତି ବିବେକାନନ୍ଦ ଦାସ ଙ୍କ ବିପୁଳ ଅନୁଭବ ରୁ ସାଉଁଟି ଥିବା ସ୍ମୁତି ଅନୁଭୂତି ବେଦନା ବିଚାର ଆଉ ନିଜସ୍ଵ ଦର୍ଶନ ଭିତରୁ ସୃଷ୍ଟି ହୋଇଥିବା ବହି ଟି ଲେଖକ ଙ୍କ ର କେବଳ ହୃଦୟର ଅନୁଭବ ନୁହେଁ ବରଂ ଏହା ସାଧାରଣ ଜୀବନ ରେ ଅନ୍ତସ୍ୱର

Leave A Reply

Your email address will not be published.