ସାଲେପୁର ୧୭/୧୦/୨୦୨୫
ସାଲେପୁର ବଜାର ନିକଟ ରେ ଅବସ୍ଥିତ ମା ସାହେଶ୍ୱରି ମନ୍ଦିର ପଛ ପଟେ ଥିବା କୁଅ ଭିତରୁ ଏକ ବୟସ୍କ ବ୍ୟକ୍ତି ଙ୍କ ଅଜଣା ଶବ ଆଜି ସାଲେପୁର ପୋଲିସ ଉଦ୍ଧାର କରିଛି। ତେବେ ଏହି ଶବ ଏହି କୁଅ ଭିତର କୁ କିପରି ଆସିଲା ତାହା ଉପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।ଆଜି ଶବ ଟିକୁ ଜବତ କରାଯାଇଛି । ଏହା ଯଦି ଆତ୍ମ ହତ୍ୟା ନୁହେଁ ତେବେ ହତ୍ୟା କରି ଯୋଜନାବଦ୍ଧ ଭାବେ ଏହି କୁଅ ରେ ଅପରାଧୀ ଫୋପାଡି ଥିବାର ସମ୍ଭାବନା କୁ ଆସ୍ବୀକାର କରା ଯାଇ ନ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।